ପ୍ରିୟଙ୍କାଙ୍କୁ ପସନ୍ଦ ଆସିଲା ନାହିଁ ସ୍କ୍ରିପ୍ଟ, କ’ଣ ବାତିଲ ହେଲା ଆଲିଆ-କ୍ୟାଟ୍ରିନାଙ୍କ Jee le Zaraa ?

Published By : Prameya-News7 Bureau | October 03, 2023 IST

ମୁମ୍ଵାଇ ୦୩।୧୦: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ ଓ କ୍ୟାଟ୍ରିନା କୈଫ । ତିନି ଷ୍ଟାରଙ୍କ ସିନେମା ‘ଜି ‌ଲେ ଜରା’କୁ ୨୦୨୧ରେ ଘୋଷଣା କରାଯାଇଥିଲା। ଏହି ଘୋଷଣା ପରେ ତିନିଜଣ ଅଭିନେତ୍ରୀଙ୍କ ଅଭିନୀତ ସିନେମା ରିଲିଜକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ। ହେଲେ ଧିରେ ଧିରେ ଖବର ସାମ୍ନାକୁ ଆସିଥିଲା କି ଫିଲ୍ମ ପୋଷ୍ଟପୋନ୍‌ କରାଯାଇଛି ।

ତେବେ ଫରହାନ୍ ଅଖତରଙ୍କ ‘ଜି ‌ଲେ ଜରା’ ଘୋଷଣା ପରଠାରୁ ଏଯାବତ ସିନେମାକୁ ନେଇ କୌଣସି ଖବର ମିଳି ନଥିଲା। ଏହାର ସୁଟିଂ ଓ ରିଲିଜ ତାରିଖ ଦିନ ପରେ ଦିନ ଘୁଞ୍ଚି ଚାଲିଥିଲା। ତେବେ କାଷ୍ଟରେ କିଛି ପରିବର୍ତ୍ତନ କରାଯାଇଥିବା ହେତୁ ତାରିଖ ଘୁଞ୍ଚା ଯାଉଛି ବୋଲି କୁହାଯାଇଥିଲା। କିନ୍ତୁ ଏକ ସାକ୍ଷାତକାରରେ ଫରହାନ କହିଥିଲେ, ‘ତାରିଖକୁ ନେଇ ଅନେକ ସମସ୍ୟା ସାମ୍ନାକୁ ଆସୁଛି। ମୁଁ ଏହା ଭଗବାନଙ୍କ ଉପରେ ଛାଡ଼ି ଦେଇଛି। ଯେବେ ହେବାର ଥିବ ହେବ। ଏଥିପାଇଁ ଚିନ୍ତା କରିକି କିଛି ଲାଭ ନାହିଁ।’

ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କୁହାଯାଉଛି କି, ‘ପ୍ରିୟଙ୍କା ଚୋପ୍ରାଙ୍କୁ ସ୍କ୍ରିପ୍ଟ ପସନ୍ଦ ଆସିନାହିଁ। ତେଣୁ ସେ ଏହି ସିନେମା କରିବାକୁ ମନା କରି ଦେଇଛନ୍ତି। ସେ ତାଙ୍କ ଭଉଣୀ ପରିଣୀତିଙ୍କ ବିବାହକୁ ଆସିବାର ଥିଲା, ଏହି ସମୟରେ ତାଙ୍କୁ ଏହି କଣ୍ଟ୍ରାକ୍ଟ ସାଇନ କରିବାର ଥିଲା। ତେଣୁ ଏକାଠି ତିନିଜଣ ଅଭିନେତ୍ରୀଙ୍କୁ ନେଇ ନିର୍ମିତ ହେବାକୁ ଥିବା ‘ଜି ‌ଲେ ଜରା’ ଅଟକି ଯାଇଛି। ତେବେ ଆଗକୁ କଣ ହେଉଛି ତାହା ଦେକିବାକୁ ବାକି ରହିଲା ।

wp:embed {"url":"https://www.prameyanews7.com/akshay-kumar-will-play-the-lead-role-in-the-first-airstrike-based-film-sky-force/","type":"wp-embed","providerNameSlug":"prameya-news-7"}
https://www.prameyanews7.com/akshay-kumar-will-play-the-lead-role-in-the-first-airstrike-based-film-sky-force/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.