ନିର୍ଣ୍ଣାୟକ ମୁକାବିଲା ଖେଳୁନାହାନ୍ତି ବୁମରା, କାରଣ କହିଲେ ଅଧିନାୟକ ରୋହିତ ଶର୍ମା

Published By : Prameya-News7 Bureau | July 17, 2022 IST

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମୁକାବିଲା ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ମଇଦାନରେ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ମୁକାବିଲାରେ ଖେଳୁ ନାହାନ୍ତି ଦଳର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା। ସେ ଆହତ ଥିବା କାରଣରୁ ନିର୍ଣ୍ଣାୟକ ମୁକାବିଲା ଖେଳୁନଥିବା ରୋହିତ ଟସ୍ ସମୟରେ କହିଛନ୍ତି। ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଦଳରେ ସ୍ଥାନ ମିଳିଛି।

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆରେ ବୁମରାଙ୍କ ପିଠିରେ ଆହତଜନିତ ସମସ୍ୟା ଦେଖିବାକୁ ମିଳିଥିଲା। ହେଲେ ଏହା ସତ୍ତ୍ଵେ ସେ ଇଂଲଣ୍ଡର ଶେଷ ଓ୍ଵିକେଟ୍ ନେଇଥିଲେ। ରୋହିତ ଟସ୍ ସମୟରେ କହିଛନ୍ତି, ବୁମରା ପିଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତେଣୁ ଦଳର ଅନୁଭବୀ ବୋଲରଙ୍କୁ ନେଇ କୌଣସି ପ୍ରକାରର ରିକ୍ସ ଉଠାଇବାକୁ ଚାହୁଁ ନାହାନ୍ତି। ଏହି କାରଣରୁ ବୁମରାଙ୍କୁ ବିଶ୍ରାମ ଦିଆଯିବାକୁ ନିଷ୍ପତ୍ତି ହୋଇଛି।

wp:html /wp:html

ଭାରତ

ରୋହିତ ଶର୍ମା(ଅଧିନାୟକ), ଶିଖର ଧାଓ୍ଵନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ, ପ୍ରସିଦ୍ଧ କୃଷ୍ଣା।

ଇଂଲଣ୍ଡ

ଜାସନ ରୟ, ଜୋନି ବେୟାରଷ୍ଟୋ, ଜୋ ରୁଟ, ବେନ ଷ୍ଟୋକ୍ସ, ଜୋସ୍ ବଟଲର(ଅଧିନାୟକ/ଓ୍ଵିକେଟ୍ କିପର), ଲିଆମ ଲିଭିଙ୍ଗଷ୍ଟୋନ, ମୋଇନ ଅଲ୍ଲୀ, କ୍ରେଗ୍ ଓଭରଟନ, ଡେଭିଡ୍ ଓ୍ଵିଲି, ବ୍ରିଡନ କାରସେ, ରିସି ଟପଲି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.