କୁର୍ମା ଦ୍ୱାଦଶୀରେ କାହିଁକି ଅଣାଯାଏ କଇଁଛ ? କ’ଣ ରହିଛି ଏହା ପଛର ରହସ୍ୟ...

Published By : Prameya-News7 Bureau | January 22, 2024 IST

ନୂଆଦିଲ୍ଲୀ ୨୨।୦୧: କୁର୍ମା ଦ୍ବାଦଶୀ । ପୁଷ ମାସ ଶୁକ୍ଳପକ୍ଷ ଦ୍ବାଦଶୀରେ ପଡିଥାଏ କୁର୍ମା ଦ୍ବାଦଶୀ । ଚଳିତବର୍ଷ ୨୨ ଜାନୁଆରୀ ସୋମବାର ଅର୍ଥାତ୍ ଆଜି ପଡିଛି । କୁହାଯାଏ ଏହି ଦିନ ଘରକୁ କଇଁଛ ଆଣିବା ବହୁତ ଶୁଭ ହୋଇଥାଏ । ଏହି ଦିନ କଇଁଛର ପୂଜା କରାଯାଏ । ତେବେ ଏହାର କାରଣ କଣ ? 

{"id":898900,"sizeSlug":"full","linkDestination":"none"}

ବାସ୍ତବରେ କୁର୍ମା ଦ୍ବାଦଶୀ ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ଆଉ ବିଷ୍ଣୁଙ୍କର ଦ୍ୱିତୀୟ ଅବତାର ହେଉଛି କଚ୍ଛପ ଅବତାର । ତେଣୁ ଏହି ଦିନ କଇଁଛକୁ ପୂଜା କରାଯାଇଥାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ଉପବାସ ଓ ପୂଜା କରିବା ଦ୍ବାରା ସବୁ ପାପରୁ ମୁକ୍ତି ମିଳିଥାଏ ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ । ତେବେ କୁର୍ମା ଦ୍ୱାଦଶୀରେ କଇଁଛ ଆଣିବାର ବିଶେଷ ମହତ୍ତ୍ୱ ରହିଛି ।

{"id":898901,"width":839,"height":628,"sizeSlug":"full","linkDestination":"none"}

ବିଶ୍ୱାସ କରାଯାଏ ଯେ କଇଁଛକୁ ଆଣିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଘରେ ପଡିଥାଏ । ଏହି ଦିନ ଘରକୁ କଇଁଛ ଆଣିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଏହା ମଧ୍ୟ କୁହାଯାଏ ଯେ କଇଁଛ ଘରକୁ ଆଣିବା ଦ୍ବାରା ବ୍ୟବସାୟରେ ସମୃଦ୍ଧି ଆସିଥାଏ । କଇଁଛକୁ ଧନ ଏବଂ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ ।

{"id":898903,"sizeSlug":"full","linkDestination":"none"}

ବିଶ୍ୱାସ ରହିଛି ଯେ କଇଁଛ ନିଜ ଭିତରେ ଧନକୁ ସୁରକ୍ଷିତ ରଖିଥାଏ । ଏହାବ୍ୟତୀତ ଘରକୁ କଇଁଛ ଆଣିବା ଫଳରେ ଜୀବନରେ ସଫଳତାର ସମ୍ଭାବନା ବଢିଥାଏ ଏବଂ ଧନ ବୃଦ୍ଧି ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।

You Can Read:

wp:embed {"url":"https://www.prameyanews7.com/health-drink-cumin-seed-water-for-reduce-high-cholesterol-level/","type":"wp-embed","providerNameSlug":"prameya-news-7"}
https://www.prameyanews7.com/health-drink-cumin-seed-water-for-reduce-high-cholesterol-level/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.