୫୩ ବର୍ଷୀୟ ସଲମନ ଖାନ୍ କାହିଁକି ରହିଛନ୍ତି କୁଆଁରା? ବିବାହକୁ ନେଇ ସବୁ କଥାର ପର୍ଦ୍ଦାଫାଶ କଲେ ଚୁଲବୁଲ୍ ପାଣ୍ଡେ…
26/07/2019 at 6:26 PM

ମୁମ୍ବାଇ୨୬|୭: ବିଭିନ୍ନ ସମୟରେ ଚର୍ଚ୍ଚା ରହି ଆସୁଥିବା ବଲିଉଡ ଅଭିନେତା ତଥା ସୁପରଷ୍ଟାର ସଲମନ ଖାନଙ୍କ ଫିଲ୍ମ ରିଲିଜ୍ ହେଲା ମାତ୍ରକେ ହଲରେ ଭିଡ ଲାଗି ରହିଥାଏ। ତାଙ୍କର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ତିନି ଘଣ୍ଟା ହଲରେ ବାନ୍ଧି ରଖିଥାନ୍ତି। ୫୩ ବର୍ଷୀୟ ଅଭିନେତା ସଲମାନ କେବେ ବିବାହ କରିବେ? ଏ କଥାକୁ ନେଇ ମଧ୍ୟ ବହୁ ଚର୍ଚ୍ଚା ଲାଗି ରହିଥାଏ। ତେବେ ସଲମନ କାହିଁକି ଏ ଯାଏଁ କୁଆଁରା ରହିଛନ୍ତି ସେ ସମ୍ପର୍କରେ ଏବେ ଏକ ମାଗାଜିନକୁ ସାକ୍ଷାତକାର ଦେଇ ନିଜେ ସଲମାନ ଗୁମର ଖୋଲିଛନ୍ତି । ସେ ବିବାହ ନକରିବା ପଛରେ ଏକ ଗୁରୁତର ଘଟଣା ରହିଛି । ଯାହା ସଲମନ ଏ ଯାଏଁ ପ୍ରକାଶ କରିନଥିଲେ ।

ସଲମାନ ବିବାହ ନକରି କାହିଁକି କୁଆଁରା ରହିଛନ୍ତି? ଏନେଇ ସେ ମୁଁହ ଖୋଲିଛନ୍ତି ସଲମାନ, ତାଙ୍କ ଜୀବନରେ ଅନେକ ଝିଅ ଗାର୍ଲଫ୍ରେଣ୍ଡ ହୋଇ ଆସିଛନ୍ତି ହେଲେ କାହାକୁ ବିବାହ କଥା ସେ କହି ନାହାଁନ୍ତି। ସଲମନଙ୍କ ବିବାହକୁ ନେଇ ଆଲୋଚନ କରିବା ସମୟରେ ସେ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ତାଙ୍କୁ ବିବାହ ପାଇଁ କୌଣସି ଝିଅ ପ୍ରପୋଜ କରିନାହାନ୍ତି। ତେବେ ଏଥିପାଇଁ ସେ କେବେ ବି ମନଦୁଃଖ କରିବାର ପ୍ରଶ୍ନ ଉଠି ନାହିଁ ବୋଲି ମଧ୍ୟ କହିଛନ୍ତି ।

ସୁପରଷ୍ଟାର ସଲମାନ ଖାନଙ୍କ ନାଁ ସହିତ ବଲିଉଡର ବହୁ ଅଭିନେତ୍ରୀଙ୍କ ନାଁ ଯୋଡାଯାଇଛି। ଐଶ୍ବର୍ଯ୍ୟା ରାୟ, ସଂଗୀତା ବିଜଲାନି, ସୋମି ଅଲ୍ଲୀ, କ୍ୟାଟ୍ରିନା କୈଫ ଓ ଯପଲିଆ ଭନ୍ତୁର ଭଳି ଅନେକ ଅଭିନେତ୍ରୀ ସଲମନଙ୍କ ପ୍ରେମରେ ପଡ଼ିଥିଲେ । ଏପରିକି ସଂଗୀତା ବିଜଲାନୀଙ୍କ ସହ ବିବାହଲାଗି ନିମନ୍ତ୍ରଣ ପତ୍ର ବଣ୍ଟା ସରିଥିଲା । କିନ୍ତୁ କୌଣସି କାରଣରୁ ଏହି ବିବାହ ଭାଙ୍ଗିଯାଇଥିଲା ।

ସଲମନ ଖାନଙ୍କ ଅଭିନୀତ ପିଲ୍ମ ବକ୍ସ ଅଫିସରେ ରେକର୍ଡ କରିଛି। ତାଙ୍କର ଆଗାମୀ ପିଲ୍ମ ଦବଙ୍ଗ-୩ ସୁଟିଂ ଚାଲିଛି। ଏହି ପିଲ୍ମରେ ଚୁଲବୁଲ ପାଣ୍ଡେ ଭାବେ ପୋଲିସ ଭୂମିରେ ଆସିବେ ବୋଲି ସେ କହିଛନ୍ତି।