ମାଡ଼ି ଚାଲିଛି ଜଙ୍ଗଲି ନିଆଁ, ନିର୍ବାଚନରେ ବ୍ୟସ୍ତ ଫରେଷ୍ଟ ଅଫିସର: ଉତ୍ତରାଖଣ୍ଡ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

Published By : Prameya-News7 Bureau | May 15, 2024 IST

indiatoday

ନୂଆଦିଲ୍ଲୀ: ଭାରତ ଏବେ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଥିବା ବେଳେ କାହାରି ଏଥିପ୍ରତି ନିଘା ନାହିଁ। କେଉଁଠି ଜଳାଭାବ ଲୋକଙ୍କ ତଣ୍ଟି ଶୁଖାଇଲାଣି ତ କେଉଁଠି ଜଙ୍ଗଲି ନିଆଁ ପରିବେଶ ଉଜାଡ଼ିଲାଣି। ଉତ୍ତରାଖଣ୍ଡରେ ଜଙ୍ଗଲି ନିଆଁ ଏମିତି ବ୍ୟାପିଛି ଦେଖିଲେ ଡର ଲାଗୁଛି। ହେଲେ ଉତ୍ତରାଖଣ୍ଡର ବିଜେପି ସରକାରଙ୍କୁ କିନ୍ତୁ ନିର୍ବାଚନ ନିଶା ଘାରିଛି।

ନିଆଁ ଲିଭାଇବାରେ ନିଯୁକ୍ତ ଫାୟାର ଅଫିସରମାନଙ୍କୁ ଉତ୍ତରଖଣ୍ଡ ସରକାର ନିର୍ବାଚନ କାମରେ ଲଗାଇ ଦେଇଛନ୍ତି। ଯାହାକୁ ନେଇ ବୁଧବାର କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। କାହିଁକି ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ନିର୍ବାଚନରେ ସାମିଲ୍ କରାଯାଇଛି ବୋଲି ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କ ଓକିଲଙ୍କୁ ପ୍ରଶ୍ନ କରିଛନ୍ତି। 

ଖଣ୍ଡପୀଠଙ୍କୁ ଆଶ୍ୱସ୍ତି ଦେଇ ରାଜ୍ୟର ଜଣେ ସରରକାରୀ ଅଧିକାରୀ କହିଛନ୍ତି ଯେ ନିର୍ବାଚନ ଶେଷ ହୋଇଯାଇଛି। କୌଣସି ଅଫିସରଙ୍କୁ ନିର୍ବାଚନ ଦାୟିତ୍ୱରେ ସାମିଲ୍ ନ କରିବାକୁ ମୁଖ୍ୟ ଶାସନ ସଚିବ ମଧ୍ୟ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଏଥିରେ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ରାଜ୍ୟପାଇଁ ଏହା ବଡ଼ ଦୁଃଖଦ କଥା। ଆପଣ କେବଳ ବାହାନ କରୁଛନ୍ତି। 

କୋର୍ଟରେ ଜଙ୍ଗଲି ନିଆଁ ସମ୍ପର୍କରେ ଶୁଣାଣି ଚାଲିଥିବା ବେଳେ ଅଧିକବକ୍ତା ପରମେଶ୍ୱର କହିଥିଲେ ଯେ ବର୍ତ୍ତମାନ ୪୦ ପ୍ରତିଶତ ଜଙ୍ଗଲ ନିଆଁର କବ୍‌ଜାରେ ଅଛି। ଅଧିବକ୍ତାଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ସରକାରଙ୍କ ଓକିଲ କହିଛନ୍ତି ଯେ କୌଣସି ନୂଆ ଅଗ୍ନିକାଣ୍ଡ ଘଟି ନାହିଁ। ଜଙ୍ଗଲି ନିଆଁର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ପାଣ୍ଠି ମିଳି ନାହିଁ। ତା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ୬ ଜଣିଆ କମିଟି ଗଠନ କରାଯାଇଛି। ନିଆଁ ଲିଭାଇବା ପାଇଁ ୯ ହଜାର ଲୋକ କାମ କରୁଛନ୍ତି।  ୪୨୦ ମାମଲା ରୁଜୁ ହୋଇ। ରାଜ୍ୟ ସରକାର ଯଥା ସାଧ୍ୟ ଚେଷ୍ଟା କରୁଛନ୍ତି ବୋଲି ସରକାରୀ ଓକିଲ କହିଛନ୍ତି। 

ସେହିପରି ଜଙ୍ଗଲ ବିଭାଗ ଅଧିକାରୀ ନିଯୁକ୍ତି ନେଇ କୋର୍ଟ ପ୍ରଶ୍ନ କରିବା ପରେ ସରକାରୀ ଓକିଲ କହିଛନ୍ତି ନିଯୁକ୍ତି ଚାଲିଛି।

ଜଙ୍ଗଲ ବିଭାଗର ସୂଚନା ଅନୁସାରେ, ଉତ୍ତରାଖଣ୍ଡ ଜଙ୍ଗଲି ନିଆଁ ନଭେମ୍ବର  ମାସର ଠାରୁ ୧୪୩୭ ହେକ୍ଟର ସବୁଜ କ୍ଷେତ୍ରକୁ ନିଜ ଅକ୍ତିଆରରେ ନେଇ ସାରିଲାଣି। ତେବେ ନିକଟରେ ହୋଇଥିବା ବର୍ଷା ଏଥିରେ ସାମାନ୍ୟ ଆଶ୍ୱସ୍ଥି ଆଣିଛି ବୋଲି ଜଣାପଡ଼ିଛି। 

ବିଶ୍ୱ ସମେତ ଭାରତକୁ ମଧ୍ୟ ଆଗକୁ ମହାପ୍ରାକୃତିକ ସଂକଟ ମାଡ଼ି ଆସୁଛି। ଦକ୍ଷିଣ ଭାରତେ ଏବେ ଜଳ ଅଭାବର ଶିକାର ସାମ୍ନା କରୁଛି। କର୍ଣ୍ଣାଟକର ସ୍ଥିତି ଏମିତି ହେଲାଣି ଯେ ରାଜଧାନୀ ବେଙ୍ଗାଲୁରୁରେ ପାଣି ନାହିଁ ବୋଲିଁ ଲୋକେ ଘର ଛାଡ଼ି ପଳାୟନ କରୁଛନ୍ତି। ସେହିପରି ଓଡ଼ିଶାର ଏକାଧିକ ନଦୀର ଶୁଖିଗଲାଣି। ଅନ୍ୟପଟେ ଜଙ୍ଗଲି ନିଆଁ କେବଳ ଉତ୍ତରାଖଣ୍ଡ ନୁହେଁ ଓଡ଼ିଶା, ମହାରାଷ୍ଟ୍ର, ତାମିଲନାଡୁ ଆଦି ରାଜ୍ୟରେ ଚିନ୍ତାର ବିଷୟ ପାଲଟିଛି। 

ପଢ଼ନ୍ତୁ- ସାବଧାନ ଭୂତଳ ଜଳ କମୁଛି ! ନଦୀ ହତ୍ୟାର ପାପରୁ ମୁକ୍ତ ହୋଇପାରିବା ତ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.