କେବଳ ହିନ୍ଦୁ ଧର୍ମରେ ହିଁ କାହିଁକି ଶବକୁ ଦାହ କରାଯାଏ ଜାଣିଛନ୍ତି କି ?

Published By : Prameya-News7 Bureau | February 07, 2019 IST

ଭୁବନେଶ୍ୱର ୭/୨ : ମଣିଷ ଜୀବନର ନିରାଟ ଓ ଏକମାତ୍ର ସତ୍ୟ ହେଲା ମୃତ୍ୟୁ | ଯିଏ ଜନ୍ମ ନେଇଛି ସେ ଦିନେ ନା ଦିନେ ନିଶ୍ଚୟ ମରିବ | ଏହା ସୃଷ୍ଟିର ନିୟମ । ଯାହାକୁ କେବେ କିଏ ବଦଳାଇ ପାରିବେ ନାହିଁ | ଧର୍ମ ବା ସମ୍ପ୍ରଦାୟ ଅନୁସାରେ ମଣିଷ ଯେଉଁ ଜାତି ବା ଧର୍ମର ହୋଇଥାଏ ମୃତ୍ୟୁ ପରେ ସେହି ଧର୍ମ ଅନୁସାରେ ତାଙ୍କ ଶେଷକୃତ୍ୟ କରାଯାଏ । ମୁଥ୍ୟତଃ କେହି ଦାହ କରୁଥିବାବେଳେ କେହି ଶବକୁ ପୋତି ଦେଇଥାନ୍ତି ।

{"id":82788,"width":585,"height":390}


ହିନ୍ଦୁ ଧର୍ମ ଅନୁସାରେ ମୃତ୍ୟୁ ପରେ ଶବକୁ ପୋଡା ଯାଇଥାଏ | ତେବେ ହିନ୍ଦୁ ଧର୍ମରେ ଶବକୁ କାହିଁକି ପୋଡା ଯାଇଥାଏ ଆପଣ ଜାଣିନଥିବେ | ଆସନ୍ତୁ ଜାଣିବା ହିନ୍ଦୁ ଧର୍ମାବଲମ୍ବୀ କାହିଁକି ଶବକୁ ଦାହ ସଂସ୍କାର କରିଥାନ୍ତି | ହିନ୍ଦୁ ଧର୍ମରେ ଜନ୍ମରୁ ହିଁ ସଂସ୍କାର ଦିଆଯାଇଥାଏ | ବ୍ୟକ୍ତିର ଜୀବନର ପ୍ରତ୍ୟେକ ପାହାଚକୁ ଅଲଗା ଅଲଗା ଭାବେ ଭାଗ କରି ଦିଆଯାଇଥାଏ | ଏହିସବୁ ସଂସ୍କାରକୁ ୧୬ ପ୍ରକାର କର୍ମ କାଣ୍ଡରେ ବିଭକ୍ତ କରାଯାଇଛି | ଏହି ୧୬ କର୍ମ କାଣ୍ଡ ଅନୁଯାୟୀ, ମୃତ୍ୟୁ ପରେ ଶବ ଦାହ ମଧ୍ୟ ଏକ କର୍ମ କାଣ୍ଡ | ଏହା ମଣିଷ ଜୀବନର ଶେଷ କର୍ମ କାଣ୍ଡ |

{"id":82789,"width":588,"height":392}


ହିନ୍ଦୁ ଧର୍ମ ଅନୁସାରେ, ମଣିଷର ମୃତ୍ୟୁ ହେବାପରେ ଶବକୁ ଅଗ୍ନିରେ ଦାହ କରାଯାଇଥାଏ | ଯାହାଫଳରେ ମୃତବ୍ୟକ୍ତିଙ୍କ ଆତ୍ମାକୁ ସମ୍ପୂର୍ଣ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି | ମୃତ୍ୟୁ ପରେ ଶବକୁ ଦାହ କରିବା ଫଳରେ ସେହି ବ୍ୟକ୍ତିର ସମସ୍ତ ପାପ ଅଗ୍ନିରେ ଜଳି ନଷ୍ଟ ହୋଇଯାଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି | ଏହାପରେ ସେହି ବ୍ୟକ୍ତିଙ୍କ ଆତ୍ମାକୁ ଏକ ଭଲ ଏବଂ ନୂଆ ଜୀବନ ମିଳେ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି |

{"id":82790}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.