ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ…ଗୋଟିଏ ଅସୁବିଧା, IMF ହିଁ ସମାଧାନ, କିପରି ଏବଂ କେଉଁ ସ୍ଥିତିରେ ମିଳେ ଋଣ
4/02/2023 at 10:13 PM

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର ଗଠନ ୧୯୪୫ ମସିହାରେ ହୋଇଥିଲା । ବ୍ରିଟେନ ଉଡ୍ସ ଏଗ୍ରୀମେଣ୍ଟ ଅନୁସାରେ ଏହି ସଂଗଠନର ଗଠନ ହୋଇଥିଲା । ଅନ୍ତରାଷ୍ଟ୍ରୀୟ ଆର୍ଥିକ ସହଯୋଗକୁ ବୃହତର କରିବା ଉଦ୍ଦେଶ୍ୟରେ ଏହି ସଂସ୍ଥାକୁ ପ୍ରତିଷ୍ଠା କରାଯାଇଥିଲା । ବର୍ତ୍ତମାନ ଏହି ସଂଗଠନ ଦୁନିଆରେ ଅନେକ ଦେଶକୁ ଆର୍ଥିକ ସହାୟତା ପ୍ରଦାନର ମାଧ୍ୟମ ହୋଇଛି । ଶ୍ରୀଲଙ୍କା, ବାଂଲାଦେଶ, ପାକିସ୍ତାନ ସହ ଅନେକ ଦେଶ ଏହି ସଂଗଠନ ଆଡକୁ ସହଯୋଗର ଆଶାରେ ଚାହିଁ ରହିଛନ୍ତି । ୨୦୨୨ରେ ଯେତେବେଳେ ଶ୍ରୀଲଙ୍କା ଦେବାଳିଆ ସ୍ଥିତିରେ ପହଞ୍ଚିଥିଲା, ସେତେବେଳେ ଆଇଏମଏଫ ପକ୍ଷରୁ ବଡ଼ ଚେତାବନୀ ଜାରି କରାଯାଇଥିଲା । ସଂସ୍ଥା କହିଥିଲା ବର୍ତ୍ତମାନ ସମୟରେ ଦୁନିଆର ୫୩ ଛୋଟ ଏବଂ ମଧ୍ୟମ ଆୟର ଦେଶ ଋଣରେ ଫସିଛନ୍ତି ଏବଂ ଏମାନଙ୍କ ଉପରେ ବିପଦ ଅଧିକ ରହିଛି ।
ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁଣ ମିଶରକୁ ଅନେକ କ୍ଷତି ସହିବାକୁ ପଡୁଛି । ଆର୍ଜେଣ୍ଟିନା, ମିଶର, ବାଂଲାଦେଶ ସହ ପାକିସ୍ତାନ ପରି ଦେଶ ଋଣ ଟଙ୍କା ପରିଶୋଧ କରିବା ପାଇଁ ଆଇଏମଏଫଠାରୁ ସହାୟତା ଲୋଢିଥାନ୍ତି । ଆଇଏମଏଫ ପକ୍ଷରୁ ଆର୍ଜେଣ୍ଟିନା ଏବଂ ମିଶରକୁ ଋଣ ପାଇଁ ମଞ୍ଜୁରୀ ମିଳିସାରିଛି । ଅନ୍ୟପଟେ ଶ୍ରୀଲଙ୍କା, ଜାମ୍ୱିଆ, ଘାନକୁ ଷ୍ଟାଫ ସ୍ତରରେ ଋଣ ପାଇଁ ମଞ୍ଜୁରୀ ମିଳିଛି । ଆଇଏଫଏମର କାର୍ଯ୍ୟକାରୀ ବୋର୍ଡ ପକ୍ଷରୁ ଋଣ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥାଏ । ଦ୍ୱିପାକ୍ଷିକ ଋଣଦାତାଙ୍କ ପକ୍ଷରୁ ଋଣରୁ ପୁର୍ନଗଠନ ସର୍ତ୍ତରେ ଏହି ଅନୁମତି ଦିଆଯାଇଥାଏ । ଏହାସହ ବହୁପାକ୍ଷିକ ସହଯୋଗୀଙ୍କ ପକ୍ଷରୁ ଆର୍ଥିକ ସହଯୋଗ ମଧ୍ୟ ଏହାର ଅଂଶ ଅଟେ ।
ଆଇଏମଏଫରୁ ଋଣ ହାସଲ ପାଇଁ ପାକିସ୍ତାନକୁ ଏବେ ସଂଘର୍ଷ କରିବାକୁ ପଡୁଛି । ପାକିସ୍ତାନକୁ ଆଇଏମଏଫର ଋଣ ମିଳିବା ସେହି ସୁଧାର ଉପରେ ନିର୍ଭର କରିବ ଯାହାକୁ ପାକିସ୍ତାନ ଆଜି ଯାଏଁ ଅଣଦେଖା କରି ଆସିଛି । ରାଜସ୍ୱ ନିଅଣ୍ଟ କମ କରିବା, କଠୋର ମୁଦ୍ରା ନୀତି ମାଧ୍ୟମରେ ଉଚ୍ଚ ମୁଦ୍ରାସ୍ଫୀତିର ମୁକାବିଲା କରିବା, ବଜାର ଆଧାରିତ ବିନିମୟ ହାର ମାଧ୍ୟମରେ ବିଦେଶୀ ମୁଦ୍ରା ଭଣ୍ଡାର ମଜଭୁତ କରିବା ଏବଂ ସରକାରୀ ଖର୍ଚ୍ଚରେ ପାରଦର୍ଶିତା ଏବଂ ସମାବେଶୀ ଆର୍ଥିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତ ନୀତି ଲାଗୁ କରିବାକୁ ପଡିବ ।