ରୋମାନ୍ସ ବେଳେ କାହିଁକି ଫୁଟିଲା ଗୁଳି, ଯୁବତୀଙ୍କ ଅସଲି ପ୍ରେମିକ କିଏ?

Published By : Prameya-News7 Bureau | February 11, 2020 IST

ଭୁବନେଶ୍ବର୧୧/୨: କୁଆଡ଼େ ଗଲା ବନ୍ଧୁର ବନ୍ଧୁକ। ରୁମ୍ ଭିତରେ ଚାଲିଥିବା ରୋମାନ୍ସ। ସେତିକି ବେଳେ ଜିରୋ ରେଞ୍ଜରୁ ଫୁଟିଥିଲା ଗୁଳି। ଭୁବନେଶ୍ବରରେ ଯୁବତୀଙ୍କୁ ଦିନ ଦ୍ବିପହରେ ଗୁଳି ମାଡ଼ କରିବା ଘଟଣା ଏବେ ରୋଚକ ମୋଡ଼ ନେଇଛି। ପ୍ରଥମ କଥା ଯେ ପୂର୍ବରୁ କ୍ରିମିନାଲ ଆକ୍ଟିଭିଟିଜ୍‌ରେ ସଂପୃକ୍ତ ଥିବା ଅଶିଷଙ୍କ ସହ ଯୁବତୀଙ୍କର କିପରି ଚିହ୍ନା ପରିଚୟ ହୋଇଥିଲା। ଏତେ ଘନିଷ୍ଠ ସଂପର୍କ ଭିତରେ କାହିଁକି ଫୁଟିଥିଲା ଗୁଳି। ପୁଣି ଯୁବତୀଙ୍କ ରୁମ୍‌ରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା। ଯୁବତୀଙ୍କ ରୁମ୍‌ ଭିତରୁ ମିଳିଥିଲା ବିଭିନ୍ନ ପ୍ରକାର ଅପତ୍ତିଜନକ ଜିନିଷ। ଯଥା ଗଞ୍ଜେଇ, ମଦ ବୋତଲ ଏବଂ କଣ୍ଡୋମ ଭଳି ଜିନିଷ। ଅନ୍ୟପଟେ ଅଭିଯୁକ୍ତ ଫାୟାରିଂ ବେଳେ ବ୍ୟବହାର କରିଥିବା ବନ୍ଧୁକ ସନ୍ଧାନ ଏପର୍ଯ୍ୟନ୍ତ ମିଳି ନାହିଁ।

ଅଭିଯୁକ୍ତ ଆଶିଷ ଓ ଯୁବତୀଙ୍କ ମଧ୍ୟରେ କେତେ ଦିନର ସଂପର୍କ । ଯୁବତୀଙ୍କ ସହ ଅଭିଯୁକ୍ତ ରୋମାନ୍ସ କରୁଥିବା ବେଳେ କାହିଁକି ଫୁଟିଲା ଗୁଳି। ଅନ୍ୟପଟେ ପୋଲିସ ସାମ୍ନାରେ ଅଭିଯୁକ୍ତ ଅନ୍ୟ ପ୍ରକାର କଥା କହି ଘଟଣାର ମୋଡ଼ ବଦଳାଇ ଦେଇଛି। ଅଭିଯୁକ୍ତର କହିବା ଅନୁସାରେ ସେ ହେଉଛି ଯୁବତୀଙ୍କ ବୟଫ୍ରେଣ୍ଡର ସାଙ୍ଗ। ଏହି ସବୁ କଥା ସାମ୍ନାକୁ ଆସିବା ପରେ ଘଟଣାରେ କିଛି ଗନ୍ଧ ବାସ୍ନା ମିଳି ପାରି ନାହିଁ।

wp:html /wp:html

ତେବେ ଯୁବତୀଙ୍କ ପ୍ରକୃତ ପ୍ରେମିକ ଗଲେ କୁଆଡ଼େ? ତାଙ୍କ ପ୍ରେମିକଙ୍କ ନାଁ କଣ? ଏହି ଗୁଳି ମାଡ଼ ଘଟଣାରେ ତାଙ୍କର ସଂପୃକ୍ତି ଅଛି କି? ଏଭଳି ଅନେକ ପ୍ରଶ୍ନ ଉଠିଛି। ରୋମାନ୍ସ ସମୟରେ ଏମିତି କଣ ଘଟିଲା ଯେ ଆଶିଷ ଗୁଳି ଚଳାଇ ଦେଲା। ଯଦି ଯୁବତୀଙ୍କ ଉପରକୁ ଅଭିଯୁକ୍ତ ଗୁଳି ମାଡ଼ କଲା ତେବେ ତାଙ୍କୁ ହସ୍ପିଟାଲରେ କାହିଁକି ଭର୍ତ୍ତି କଲା । ନା କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଅଭିଯୁକ୍ତ ରାଗ କଣ୍ଟ୍ରୋଲ ନ କରି ପାରି ଗୁଳି ଚଳାଇଥିଲା। ଯଦି ଏପରି ହୋଇଥାଏ ତେବେ କେଉଁ କଥାକୁ ନେଇ ଯୁକ୍ତତର୍କ ହୋଇଥିଲା। ଏମିତି କି କଥା ଯେଉଁଥି ପାଇଁ ଜଣେ ଆଉ ଜଣଙ୍କୁ ଗୁଳି କରିଦେବ। ଏଭଳି ଅନେକ କଥା ସନ୍ଦେହ ଘେରରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.