ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଗାଡି ପଛରେ କୁକୁର କାହିଁକି ଦୌଡନ୍ତି ଜାଣିଛନ୍ତି ? ରହିଛି ବୈଜ୍ଞାନିକ କାରଣ

9/12/2018 at 4:14 PM

ଆପଣ ସାଇକଲ ଚଲଉଥାନ୍ତୁ କି ବାଇକ ଚଲାଉଥାନ୍ତି କି କାର | ଏମିତି କେବେ ହେଲେ ହୋଇନଥିବା ଯେ ଆପଣଙ୍କ ପଛରେ କୁକୁର ଦୌଡ଼ି ନଥିବା | ନିଶ୍ଚୟ କେବେ ନା କେବେ ଆପଣଙ୍କ ସାଇକଲ, ବାଇକ କିମ୍ବା କାର ପଛରେ କୁକୁର ଦୌଡ଼ିଥିବ | କୁକୁର ପଛରେ ଗୋଡ଼ଉଥିବା ଦେଖି ଆପଣଙ୍କ ଗତି ନିଶ୍ଚୟ ବଢି ଯାଇଥିବା | ତେବେ ଆପଣଙ୍କ ମନରେ କେବେ ହେଲେ ନିଶ୍ଚୟ ପ୍ରଶ୍ନ ଉଠିଥିବା ଯେ, କୁକୁର ଗାଡି ପଛରେ ଗୋଡ଼ଉଛି କାହିଁକି ?


ତେବେ ଏହି ପ୍ରଶ୍ନର ଭିନ୍ନ ଭିନ୍ନ ଜବାବ ରହିଛି | ଆପଣ କେବେ ଲକ୍ଷ୍ୟ କରିଛନ୍ତି କୁକୁର ନିର୍ଦ୍ଧିଷ୍ଟ ଏକ ଗାଡି ପଛରେ ଦୌଡନ୍ତି | କିମ୍ବା ବିଳମ୍ବିତ ରାତିରେ ନହେଲେ ସକାଳ ଭୋର ସମୟରେ ଦୌଡ଼ିଥାନ୍ତି | ଘଟଣା ପଚାର ପ୍ରକୃତ କାରଣ ହେଉଛି, କୁକୁରମାନଙ୍କ ଏକ ନିର୍ଦ୍ଧିଷ୍ଟ ଅଂଚଳ ରହିଥାଏ | ତେବେ ସେମାନେ ବାଛି ନେଇଥିବା ତାଙ୍କ ଅଂଚଳର ପ୍ରତ୍ୟେକ ଜିନିଷକୁ ସେମାନେ ଚିହ୍ନିଥାନ୍ତି | ଆମେ ସମସ୍ତେ ଜାଣିଛେ ଯେ, କୁକୁରଙ୍କ ଶୁଙ୍ଘିବା ଶକ୍ତି ସବୁ ଜୀବଙ୍କ ଠାରୁ ଅଧିକ | ଶୁଙ୍ଘିକି ସେମାନେ ସବୁକିଛି ଜାଣିପାରନ୍ତି | ପ୍ରାୟତଃ ଦେଖାଯାଏ କୁକୁରମାନେ ଗାଡି ଚକାରେ ପରିସ୍ରା କରିଥାନ୍ତି | ତେବେ ଗାଡିରେ ପରିସ୍ରା କରି ସେହି ଗନ୍ଧକୁ ବାରି ସେ ଜାଣିପାରନ୍ତି ଯେ, ସେଇଟା ତାଙ୍କ ଅଂଚଳ | ଯେତେବେଳେ ତାଙ୍କ ଅଂଚଳକୁ କୌଣସି ଗାଡି ପ୍ରବେଶ କରେ ସେହି ଗାଡି ଚକାରୁ ସେମାନେ ଗନ୍ଧ ବାରି ଜାଣିପାରନ୍ତି ଯେ, ଗାଡି ତାଙ୍କ ଅଂଚଳର ନା ନୁହଁ | ଯଦି ଗାଡି ତାଙ୍କ ଅଂଚଳର ନହୋଇଥାଏ ତାହେଲେ ସେମାନେ ଗାଡି ପଛେ ପଛେ ଦୌଡ଼ି ଭୁକିବା ଆରମ୍ଭ କରିଥାନ୍ତି |


ଏହାଛଡା ଯଦି କୌଣସି ଗାଡି କୁକୁରଙ୍କ ଅନ୍ୟ କୋଉ ସାଥିକୁ ଜାଣିଶୁଣି ହଉ କିମ୍ବା ଭୁଲ ବଶତଃ ହେଉ ଆଘାତ ପହଞ୍ଚାଇଥାଏ କିମ୍ବା କୌଣସି କୁକୁରର ମୃତ୍ୟୁ ହୋଇଥାଏ ତାହେଲେ ମଧ୍ୟ କୁକୁରମାନେ ସେହି ଗାଡିକୁ ମନେ ରଖିଥାନ୍ତି | ଯେତେବେଳେ ଦେଖନ୍ତି ଗାଡି ପଛରେ ଦୌଡିବା ସହ ଭୁକିବା ଆରମ୍ଭ କରିଦେଇଥାନ୍ତି |

   Related Posts