scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶାହାରୁଖଙ୍କ ପାର୍ଟିରେ କାହିଁକି ଯାଆନ୍ତି ନାହିଁ ଇମ୍ରାନ, କହିଲେ-ମୁଁ ମଦ ପିଏ ନାହିଁ କି …

18/11/2023 at 9:50 AM

ମୁମ୍ଵାଇ ୧୮।୧୧: ବଲିଉଡ ଅଭିନେତା ତଥା ସିରିଏଲ କିସର ନାମରେ ଜଣାଶୁଣା । ବର୍ତ୍ତମାନ ‘ଟାଇଗର୩’ ‘ପାଇଁ ଇମ୍ରାନ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଭିଲେନ ଭୂମିକାରେ ଅଭିନୟ କରିଛନ୍ତି। ଯାହାର କାମ ଦର୍ଶକ ପ୍ରକୃତରେ ପସନ୍ଦ କରୁଛନ୍ତି। ଏହି ସମୟରେ ଅଭିନେତା ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ଜନ୍ମଦିନ ପାର୍ଟୀ ବିଷୟରେ ଏକ ବଡ଼ ଖୁଲାସା କରିଥିଲେ । ଏବଂ କହିଥିଲେ ଯେ ସେ ଏହି ପାର୍ଟିରେ ବିଲକୁଲ ମଜା ଆସିଲା ନାହିଁ । ଅଭିନେତାଙ୍କ ଠାରୁ ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।

ଶାହାରୁଖଙ୍କ ଜନ୍ମଦିନ ପାର୍ଟିରୁ ଇମ୍ରାନ କାହିଁକି ଶୀଘ୍ର ଚାଲିଗଲେ?

୨ ନଭେମ୍ବରରେ ଏକ ଗ୍ରାଣ୍ଡ ପାର୍ଟୀ ଆୟୋଜନ କରିଥିଲେ ଶାହାରୁଖ । ତାଙ୍କର ୫୬ ତମ ଜନ୍ମଦିନ ସେଲିବ୍ରେଟ୍‌ କରିଛନ୍ତି । ଅଭିନେତାଙ୍କ ପାର୍ଟୀରେ ବହୁ ବଡ ସେଲିବ୍ରିଟ୍ ଯୋଗ ଦେଇଥିଲେ ।ସେଥିମଧ୍ୟରୁ ସାମିଲ ଥିଲେ ଇମ୍ରାନ୍ ହାଶମୀ। ଏକ ସାକ୍ଷାତକାରରେ ଇମ୍ରାନ କହିଛନ୍ତି, “ମୁଁ ସେହି ପାର୍ଟୀରେ କେବଳ ୧୨ ଟା ପର୍ଯ୍ୟନ୍ତ ରହିଥିଲି। କାରଣ ମୁଁ ସକାଳ ୬:୩୦ ବା ୭ ସୁଦ୍ଧା ଉଠେ । ମୁଁ ପାର୍ଟୀ ଅନିମଲ ନୁହେଁ କିମ୍ବା ମୁଁ ମଦ୍ୟପାନ କରେ ନାହିଁ । ଏହା ହେଉଛି ସବୁଠାରୁ ବଡ ସମସ୍ୟା … ”

ଇମ୍ରାନ ଆହୁରି କହିଛନ୍ତି, “ମୁଁ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂକୁ ମଧ୍ୟ ଯାଏ ନାହିଁ। କାରଣ ଯଦି ତୁମେ ସେଠାକୁ ଯାଅ, ତେବେ ତୁମେ ବାହାରକୁ ଆସି ଫିଲ୍ମର ପ୍ରଶଂସା କରିବାକୁ ବାଧ୍ୟ … ଏବଂ ଯଦି ମୋତେ ଫିଲ୍ମକୁ ପସନ୍ଦ ଆସି ନାହିଁ, ତେବେ ମୁଁ ଏହାକୁ ପ୍ରଶଂସା କରିପାରିବି ନୁହେଁ । ଏଥିପାଇଁ ମୁଁ ସ୍କ୍ରିନିଂ ସ୍ଥାନ ପରିବର୍ତ୍ତେ ଥିଏଟରରେ କିମ୍ବା ଘରେ ଫିଲ୍ମ ଦେଖେ। ” ଫିଲ୍ମ ‘ଟାଇଗର’ ‘ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରରେ ଅଭିନେତା ପ୍ରଥମ ଥର ପାଇଁ ସଲମାନ ଖାନଙ୍କ ସହ ସ୍କ୍ରିନ୍ ସେୟାର କରୁଛନ୍ତି। ତାଙ୍କୁ ଏହି ଫିଲ୍ମରେ ଭିଲେନ୍ ଭୂମିକାରେ ଦେଖିବାକୁ ମିଳିଛି। ସଲମାନ ଏବଂ ଇମ୍ରାନଙ୍କ ସହ କ୍ୟାଟ୍ରିନା ମଧ୍ୟ ଏହି ଫିଲ୍ମରେ ଏକ ଦମ୍‌ଦାର ଭୂମିକାରେ ନଜର ଆସିଛନ୍ତି।

   Related Posts