scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାମଲଲାଙ୍କ ପ୍ରତିମାକୁ ନେଇ ଚର୍ଚ୍ଚା, ଆଖି ଖୋଲା ହେଲେ ଭାଙ୍ଗିଯିବ ଦର୍ପଣ !

20/01/2024 at 2:43 PM

ନୂଆଦିଲ୍ଲୀ ୨୦।୦୧: ଉତ୍ସବମୁଖର ରାମନଗରୀ । ରାମଲଲାଙ୍କ ପ୍ରତିଷ୍ଠା ପାଇଁ ଜୋରସୋର୍‌ରେ ଚାଲିଛି ପ୍ରସ୍ତୁତି । ପ୍ରାୟ ୫୦୦ ବର୍ଷ ପରେ ପୂରଣ ହେବ ରାମ ଭକ୍ତଙ୍କ ଇଚ୍ଛା ।  ଶିଶୁ ରୂପରେ ବିରାଜିତ ହେବେ ରାମଲଲ୍ଲା । ୨୨ ଜାନୁଆରୀ କୁର୍ମା ଦ୍ୱାଦଶୀ ଅବସରରେ ବିରାଜିବେ ଶ୍ରୀରାମ । ବାସ୍ତବରେ କୁର୍ମା ଦ୍ବାଦଶୀ ଦିନ ଭଗବାନ ବିଷ୍ଣୁ କୁର୍ମ ରୂପ ଧାରଣ କରିଥିଲେ। ଆଉ ଭଗବାନ ରାମ ବିଷ୍ଣୁଙ୍କର ଅବତାର । ତେଣୁ ଏହି ଦିନକୁ ପ୍ରାଣ ପ୍ରତିଷ୍ଠା ପାଇଁ ଚୟନ କରାଯାଇଛି ।

ଜ୍ୟୋତିଷଙ୍କ ଅନୁଯାୟୀ ଏହି ଦିନର ଗ୍ରହ, ନକ୍ଷତ୍ର, ଯୋଗ ଓ ଦଶା ସବୁ ଅନୁକୂଳ । ତେଣୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଏହି ଦିନ ହେଉଛି ସବୁଠାରୁ ଶୁଭ । କିନ୍ତୁ ରାମଲଲାଙ୍କ ପ୍ରତିମାକୁ ନେଇ ସାମ୍ନାକୁ ଆସିଛି ଏକ ଚର୍ଚ୍ଚା । କୁହାଯାଉଛି କି ପ୍ରାଣ ପ୍ରତିଷ୍ଠା ଦିନ ରାମଲଲ୍ଲାଙ୍କ ଆଖି ଖୋଲା ହେବା ପରେ ସାମ୍ନାରେ ଥିବା ଦର୍ପଣ ଭାଙ୍ଗିଯିବ । ଏହା ଶୁଣିବାକୁ ଅବିଶ୍ବାସ ଓ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଅନେକ ଏହାକୁ ସତ ମାନୁଛନ୍ତି ।

ହିନ୍ଦୁ ଧର୍ମରେ ପ୍ରାଣ ପ୍ରତିଷ୍ଠା ହେଉଛି ଏକ ପବିତ୍ର ରୀତିନୀତି । ଯେଉଁଥିରେ ଦେବ ପ୍ରତିମାରେ ଭଗବାନଙ୍କ ଏକ ଅଂଶକୁ ସ୍ଥାପିତ କରାଯାଏ । ଏହି ସମୟରେ ପ୍ରତିମାରେ ନେତ୍ର ଅପସାରଣ ଓ ପ୍ରତିଫଳନ ଦର୍ଶନ କରାଯାଇଥାଏ । ନୀତି ଅନୁଯାୟୀ ପ୍ରାଣ ପ୍ରତିଷ୍ଠା ସମାପ୍ତ ହେବା ପରେ, ଭଗବାନଙ୍କ ବିଗ୍ରହକୁ ଦର୍ପଣ ଦେଖାଯାଏ । ଆଉ ବେଳେବେଳେ ସେହି ଦର୍ପଣ ଭାଙ୍ଗିଯାଏ । ତେବେ ଏପରି କାହିଁକି ହୋଇଥାଏ ? ଆସନ୍ତୁ ଜାଣିବା…

୨୨ ଜାନୁଆରୀରେ ମନ୍ଦିରରେ ଦେଖିବାକୁ ମିଳିବ ଅଲୌକିକ ପ୍ରାଣ ପ୍ରତିଷ୍ଠା ରୀତିନୀତି । ଏହାପରେ ହିଁ ରାମଲଲାଙ୍କ ପ୍ରତିମାକୁ ମନ୍ଦିରରେ କରାଯିବ ସ୍ଥାପନ । କିନ୍ତୁ ସେପର୍ଯ୍ୟନ୍ତ ରାମଲଲାଙ୍କ ମୂର୍ତ୍ତିର ଆଖି ଏକ କପଡ଼ାରେ ଆବୃତ ହୋଇ ରହିବ । ପ୍ରାଣ ପ୍ରତିଷ୍ଠା ସମାପ୍ତ ହେବା ପରେ ହିଁ ମୂର୍ତ୍ତି ଆଖିରୁ ହଟାଯିବ ବନ୍ଧା ହୋଇଥିବା କପଡା । ତେବେ ଏପରି ହେବାର କାରଣ କଣ ?

ଜ୍ୟୋତିଷଙ୍କ ଅନୁଯାୟୀ ପ୍ରାଣ ପ୍ରତିଷ୍ଠା ସମୟରେ କପଡାରେ ଈଶ୍ବରଙ୍କ ପ୍ରତିମା ବନ୍ଧା ଯାଇଥାଏ । ପ୍ରାଣ ପ୍ରତିଷ୍ଠା ସମୟରେ ନେତ୍ରୋମୁଲନ୍ ରୀତିନୀତି କରାଯାଏ ଯେଉଁଥିରେ ଦେବତାଙ୍କ ଆଖିରେ ବନ୍ଧା ହୋଇଥିବା କପଡା ଖୋଲାଯାଏ ଓ ଆଖିରେ ମହୁ ଲଗାଯାଏ । ସେହିଭଳି ରାମଲଲ୍ଲାଙ୍କ ଆଖି ଖୋଲାଯିବା ପରେ କାଜଲ ଲଗାଯିବ । ଏହାପରେ ପ୍ରତିଫଳନ ଦର୍ଶନ ନୀତି ସମାପ୍ତ ହେବ ।

ଜ୍ୟୋତିଷଙ୍କ କହିବା କଥା ହେଉଛି ପ୍ରାଣ-ପ୍ରତିଷ୍ଠା ସମୟରେ ଦେବତାଙ୍କ ଆଖିରେ ଶକ୍ତି ଆସିଥାଏ। ମନ୍ତ୍ର ଜପ ହେତୁ ପ୍ରତିମାରେ ଏକ ଉଜ୍ଜ୍ୱଳ ଆଲୋକ ସ୍ଥାପିତ ହୁଏ । ଆଉ ଏହି ଉଜ୍ବଳ ରଶ୍ମୀ ମୂର୍ତ୍ତିର କୌଣସି କ୍ଷତି ନ କରିବା ପାଇଁ ପ୍ରତୀବିମ୍ବ ବା ଦର୍ପଣକୁ ଦର୍ଶନ କରାଯାଇଥାଏ  । ଆଉ ଆଖିରୁ ବାହାରୁଥିବା ରଶ୍ମୀ ଦର୍ପଣ ପଡିଥାଏ  ଏବଂ ଦର୍ପଣ ଭାଙ୍ଗିଯାଏ । ତେଣୁ ବିଶ୍ବାସ କରାଯାଉଛି କି ପ୍ରାଣ ପ୍ରତିଷ୍ଠା ଦିନ ରାମଲଲ୍ଲାଙ୍କ ଆଖି ଖୋଲା ହେଲେ ସାମ୍ନାରେ ଥିବା ଦର୍ପଣ ଭାଙ୍ଗିଯିବ ।

You Can Read:

   Related Posts