ହାଇସ୍ପିଡ୍‌ ବୁଲେଟ୍‌ ଟ୍ରେନ୍‌ର ମୁଖଭାଗ କାହିଁକି ଲମ୍ବା ? ଇଞ୍ଜିନିୟରଙ୍କୁ କେଉଁଠୁ ଆସିଲା ଆଇଡିଆ ?

Published By : Prameya-News7 Bureau | December 16, 2023 IST

ନୂଆଦିଲ୍ଲୀ ୧୬।୧୨: ବୁଲେଟ୍‌ ଟ୍ରେନ୍‌ । ଏହାକୁ ନେଇ ଖୁବ୍‌ ଚର୍ଚ୍ଚା । ଦେଶରେ ୨୦୨୬ରୁ ଦୌଡିବ ବୁଲେଟ୍‌ ଟ୍ରେନ । ଏହି ଟ୍ରେନ୍‌ ଦେଖିବାକୁ ବହୁତ୍‌ ଅଲଗା । ଏହାର ମୁହଁ ଖୁବ୍‌ ଲମ୍ବା । କିନ୍ତୁ କାହିଁକି ? ଏହା ପଛର କାରଣ କଣ ?  ଆସନ୍ତୁ ଜାଣିବା… ବାସ୍ତବରେ ବୁଲେଟ୍‌ ଟ୍ରେନ୍‌ ଏକ ହାଇସ୍ପିଡ୍‌ ଟ୍ରେନ୍‌ । ଏହି ଟ୍ରେନ ଘଣ୍ଟା ପ୍ରତି ୩୨୦ କିଲୋମିଟର ସ୍ପିଡ୍‌ରେ ଗତି କରିଥାଏ ।  ଏହି ଟ୍ରେନ୍‌କୁ ବର୍ତ୍ତମାନ ଟ୍ରେନ୍‌ଠାରୁ ଭିନ୍ନ ଭାବେ ଡିଜାଇନ୍‌ କରାଯାଉଛି । ଏହାର ମୁଖଭାଗ ପ୍ରାୟ ୧୫ ମିଟର ଲମ୍ବା ହେବ। ବର୍ତ୍ତମାନ ଦେଶର ପ୍ରଥମ ବୁଲେଟ୍‌ ଟ୍ରେନ୍‌ର ମୁଖ ଭାଗକୁ ନେଇ ବହୁତ ଚର୍ଚ୍ଚା ।  

{"id":883802,"sizeSlug":"full","linkDestination":"none"}

ବାସ୍ତବରେ ଏହି ଟ୍ରେନ୍‌ର ମୁହଁ ଲମ୍ବା ହେବାର ଅନେକ କାରଣ ରହିଛି । ଏହାର ମୁଖ୍ୟ କାରଣ ହେଉଛି ଟ୍ରେନ୍‌ର ଶବ୍ଦ । ଏହା ହାଇସ୍ପିଡ୍‌ ଟ୍ରେନ୍‌ ହୋଇଥିବାରୁ ଏହାର ଶବ୍ଦ ବହୁତ ଅଧିକ ହେବ । ଶବ୍ଦରୁ ବର୍ତ୍ତିବା ପାଇଁ ଏହାର ମୁଖକୁ ଏପରି ଲମ୍ବା କରାଯାଇଥାଏ । ଜାପାନ ମେଟ୍ରୋ ସେବା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଦେଶରେ ସର୍ବପ୍ରଥମେ ୧୯୬୪ ମସିହାରେ ବୁଲେଟ ଟ୍ରେନ ଭଳି ହାଇସ୍ପୀଡ୍ ଟ୍ରେନ୍ ଚଳାଚଳ କରିବା ଆରମ୍ଭ କରିଥିଲା।

{"id":883803,"width":840,"height":525,"sizeSlug":"full","linkDestination":"none"}

ଯେତେବେଳେ ଏହି ଟ୍ରେନ୍ କୌଣସି ସୁଡ଼ଙ୍ଗରୁ ବାହାରୁଥିଲା ସେତେବେଳେ ବହୁତ ଜୋରରେ ଶବ୍ଦ ଶୁଣାଯାଉଥିଲା । ଏହି ସମସ୍ୟାର ସମାଧାନ ଖୋଜିବା ପାଇଁ ଜାପାନୀ ଇଞ୍ଜିନିୟର ଏକ ଅଭିନବ ଉପାୟ ଆପଣାଇଥିଲେ ।  ନ୍ୟାସନାଲ ହାଇସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ ଅଧିକାରୀ କହିଛନ୍ତି ଯେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଶିନକାନସେନ ଇ-୫ ସିରିଜ୍ ବୁଲେଟ୍ ଟ୍ରେନ୍ ହେବ । ଏହି ସିରିଜ ବୁଲେଟ ଟ୍ରେନ ଏହାର ଲମ୍ବା  ପାଇଁ ଜଣାଶୁଣା।

{"id":883804,"sizeSlug":"full","linkDestination":"none"}

ଏହି ବୁଲେଟ ଟ୍ରେନ ଘଣ୍ଟା ପ୍ରତି ୩୨୦ କିଲୋମିଟର କିମ୍ବା ଏହା ଠାରୁ ଅଧିକ ବେଗରେ ଚାଲିଥାଏ । ଯେତେବେଳେ ଟ୍ରେନ୍‌ ଚାଲିଥାଏ ସେତେବେଳେ ନିର୍ଗତ ହେଉଥିବା ଶବ୍ଦକୁ କମ୍ କରାଯାଇପାରେ । ଯେତେବେଳେ କୌଣସି ଏକ ହାଇ ସ୍ପୀଡ୍ ଟ୍ରେନ୍ ଏକ ସୁଡ଼ଙ୍ଗ ମଧ୍ୟରେ ଗତି କରିଥାଏ, ସେତେବେଳେ ବନ୍ଦ ସ୍ଥାନ ହେତୁ ଟ୍ରେନ ବାୟୁକୁ ଆଗକୁ ଠେଲିଥାଏ।

{"id":883805,"sizeSlug":"full","linkDestination":"none"}

ଯେଉଁ କାରଣରୁ ବାୟୁ ଚାପ ତରଙ୍ଗ ସୃଷ୍ଟି ହୋଇଥାଏ । ଯେତେବେଳେ ଟ୍ରେନ୍ ସୁଡଙ୍ଗ ମଧ୍ୟରେ ରକେଟ ଭଳି ଗତି କରିଥାଏ । ସେତେବେଳେ ୭୫ ଡେସିବଲ ଠାରୁ ଅଧିକ ଶବ୍ଦ ତରଙ୍ଗ ସୃଷ୍ଟି ହୋଇଥାଏ। ଯାହାର ପ୍ରଭାବ ପ୍ରାୟ ୫୦୦ ମିଟର ଦୂରତା ପର୍ଯ୍ୟନ୍ତ ସମସ୍ତ ଦିଗରେ ଅନୁଭବ କରାଯାଇପାରେ।

{"id":883806,"width":839,"height":559,"sizeSlug":"full","linkDestination":"none"}

ଜାପାନୀ ଇଞ୍ଜିନିୟର ଏହି ସମସ୍ୟାର ସମାଧାନ ଏକ ମାଛରଙ୍କା ପକ୍ଷୀ ପାଖରୁ ପାଇଥିଲେ । ହାଇସ୍ପୀଡ୍ ଟ୍ରେନର ଶବ୍ଦକୁ ନିୟନ୍ତ୍ରଣ କରିବା ପାଇଁ ଜାପାନୀ ଇଞ୍ଜିନିୟର ମାଛରଙ୍କା ପକ୍ଷୀର ଥଣ୍ଟ ଭଳି କରି ଦେଇଥିଲେ । ଏପରି କରିବା ଦ୍ବାରା ଶବ୍ଦ ନିୟନ୍ତ୍ରଣ ହେବା ସହ ଇନ୍ଧନ ଦକ୍ଷତା ମଧ୍ୟ ବଢିଥିଲା । ଆଉ ବୁଲେଟ୍‌ ଟ୍ରେନ୍‌ର ବେଗ ମଧ୍ୟ ବୃଦ୍ଧି ପାଇଥିଲା ।

You Can Read:

wp:embed {"url":"https://www.prameyanews7.com/switzerland-billionaire-nicolas-puech-trying-to-adopt-his-gardener-as-his-only-heir/?_thumbnail_id=883800","type":"wp-embed","providerNameSlug":"prameya-news-7"}
https://www.prameyanews7.com/switzerland-billionaire-nicolas-puech-trying-to-adopt-his-gardener-as-his-only-heir/?_thumbnail_id=883800
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.