କାହିଁକି ରାତିରେ କାନ୍ଦନ୍ତି କୁକୁର ? ବୈଜ୍ଞାନିକଙ୍କ ମତ କ’ଣ ? କ’ଣ ରହିଛି ଅନ୍ଧବିଶ୍ବାସ ?

Published By : Prameya-News7 Bureau | September 10, 2024 IST

ଭୁବନେଶ୍ବର୧୦/୯: ଆପଣମାନେ ସମସ୍ତେ ରାତିରେ କୁକୁର କାନ୍ଦିବା ଓ ଭୁକିବା ଶୁଣିଥିବେ । ହେଲେ ୟା ପଛର ପ୍ରକୃତ କାରଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ? ଏ ସଂପର୍କରେ ବୈଜ୍ଞାନିକ ଦୃଷ୍ଟିକୋଣ ଓ ଅନ୍ଧବିଶ୍ବାସ କଣ ରହିଛି ? ମଣିଷ ପରି କୁକୁର ବି ଏକ ସାମାଜିକ ପ୍ରାଣୀ । ସମସ୍ତଙ୍କ ସହ ମିଳିମିଶି ରହିବାକୁ ଭଲ ପାଇଥାଏ । ହେଲେ ସେ ମଣିଷ ପରି କଥା ତ କହିପାରିନଥାଏ । ଏଥିପାଇଁ ବିଭିନ୍ନ ପ୍ରକାର ଶବ୍ଦ କରି ଜଣେ ଆଉ ଜଣକ ସହ ସଂପର୍କ କରିଥାଏ ବା ଯୋଗାଯୋଗ କରିଥାଏ । ରାତିରେ ଗଳିକନ୍ଦିରେ ଯେତେବେଳେ ଗୋଟିଏ କୁକୁର ଭୁକିବା ଆରମ୍ଭ କରେ । ସଙ୍ଗେ ସଙ୍ଗେ କିଛି ସମୟ ମଧ୍ୟରେ ଅନ୍ୟ କୁକୁରମାନେ ତା ପାଖକୁ ପଳାଇ ଆସନ୍ତି । କୁକୁରମାନେ ନିଜର ଜାଗାକୁ ନେଇ ଅଧିକ ସମ୍ବେଦନଶୀଳ ଥାଆନ୍ତି । ଯେମିତିକି କେହି ବାହାର ଲୋକ ପଶିଆସନ୍ତି ତେବେ କୁକୁର ଜୋରରେ ଭୁକିବା ଆରମ୍ଭ କରିଦେଇଥାନ୍ତି ଓ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥାନ୍ତି । 

ଅନେକ ସମୟରେ କୁକୁରଙ୍କ କୌଣସି ଶାରିରୀକ ସମସ୍ୟା ପାଇଁ ସେମାନରେ ରାତିରେ ଭୁକିବା ଆରମ୍ଭ କରିଦିଅନ୍ତି । କେବେ କେବେ ବହୁତ ଭୋକ ଓ ଦୁଃଖରେ ମଧ୍ୟ କୁକୁର କାନ୍ଦିବା ଆରମ୍ଭ କରିଦିଅନ୍ତି । ଅନେକ ସମୟରେ ଆପଣଙ୍କ ଘର ଗଳି କନ୍ଦିରେ କୌଣସି ଅଜଣା ବ୍ୟକ୍ତି ଅବା କୁକୁର ଆସିଗଲେ ସତର୍କ ହୋଇଯାଆନ୍ତି ଏମାନେ ।। ଆଉ ବିଭିନ୍ନ ପ୍ରକାର ଶବ୍ଦ କରି ନିଜର ସାଥୀ କୁକୁରଙ୍କୁ ଏ ସଂପର୍କରେ ଆଲର୍ଟ କରିଦିଅନ୍ତି । ଯେମିତି ବାହାର ଲୋକ କୌଣସି ଅସୁବିଧା ସୃଷ୍ଟି ନକରନ୍ତି । କୁକୁରଙ୍କୁ ନିଜ ପରିବେଶରେ ଟିକେ ବି ପରିବର୍ତ୍ତନ ପସନ୍ଦ ହୋଇନଥାଏ । ଯଦି କେବେ କିଛି ପରିବର୍ତ୍ତନ ହୋଇଥାଏ ଏସବୁ ଦେଖି ସେମାନେ କନଫ୍ୟୁଜନ ହୋଇଯାଆନ୍ତି । ଆଉ ଭୁକିବା ଆରମ୍ଭ କରିଦେଇଥାନ୍ତି ।

କୁହାଯାଏ କୁକୁରଙ୍କର ସିକ୍ସ ସେନ୍ସ କାମ କରିଥାଏ । ଯେଉଁ ଜିନିଷ ମଣିଷକୁ ଦେଖାଯାଏନି ସେ ଜିନିଷ ସେମାନେ ଦେଖିପାରନ୍ତି । ଯେମିତିକି ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ସେମାନଙ୍କୁ ଆଭାସ ମିଳିଯାଇଥାଏ । ଆଉ ସେମାନେ ଭୁକିବା ଆରମ୍ଭ କରିଦିଅନ୍ତି । 

ଭିଓ-ଅନେକ ସମୟରେ କୌଣସି ସାଥୀ କୁକୁରର ମୃତ୍ୟୁ ହୋଇଗଲେ ଦୁଃଖରେ ଭାଙ୍ଗିପଡନ୍ତି ଆଉ ସେମାନଙ୍କୁ ମନେ ପକାଇ  ଜୋରରେ ବିଭିନ୍ନ ପ୍ରକାରର ଶବ୍ଦ କରିଥାନ୍ତି । ଏସବୁ ତ ଥିଲା କୁକୁର କାନ୍ଦିବା ଓ ଭୁକିବା ପଛର ବୈଜ୍ଞାନିକ କାରଣ । କୁକୁରଙ୍କ ଏପରି ଅଜବ କାର୍ଯ୍ୟକଳାପ ପଛରେ ଅନେକ ଅନ୍ଧବିଶ୍ବାସ ମଧ୍ୟ ରହିଛି । ଏମିତି ବି କୁହାଯାଏ କି ରାତିରେ କୁକୁର ଆତ୍ମା ଦେଖିଲେ ଭୁକିବା ସହ କାନ୍ଦିବା ଆରମ୍ଭ କରିଦିଅନ୍ତି । ଆଉ କିଏ କିଏ କୁହନ୍ତି କାହାର ମୃତ୍ୟୁ ଖବର ଆଗୁଆ ଜାଣିପାରନ୍ତି ଏମାନେ ଆଉ ସେହି କାରଣରୁ କାନ୍ଦନ୍ତି ।ହେଲେ ଏସବୁ କେବଳ ଅନ୍ଧବିଶ୍ବାସ । ଏସବୁ କଥାର କୌଣସି ସତ୍ୟତା ନାହିଁ । ହେଲେ ଲୋକମାନେ ଏହି ଅନ୍ଧବିଶ୍ବାସକୁ ମାନି କୁକୁରଙ୍କ ଅନେକ କ୍ଷତି କରିଥାନ୍ତି । କୁକୁରଙ୍କୁ ଘୋଉଡାଇବା ଚକ୍କରରେ ଆଘାତ ପହଞ୍ଚାଇବାକୁ ମଧ୍ୟ ପଛଘୁ଼ଞ୍ଚା ଦିଅନ୍ତି ନାହିଁ । 



 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.