Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେଉଁ ବ୍ଲଡ୍ ଗ୍ରୁପର ଲୋକଙ୍କୁ ମଶା ଅଧିକ କାମୁଡିଥାଆନ୍ତି, ଜାଣନ୍ତୁ…

19/09/2018 at 3:57 PM

ଭୁବନେଶ୍ବର ୧୯|୯: ଆପଣକୁ କେବେ କେବେ ମଶା ତ କାମୁଡିଥିବେ ନିଶ୍ଚୟ । ବେଳେ ବେଳେ ଏମିତି ବି ହୋଇଥାଏ ମଶାମାନେ ଆପଣଙ୍କୁ କାମୁଡୁଥିବେ କିନ୍ତୁ ଆପଣଙ୍କ ପାଖରେ ଥିବା ଲୋକକୁ କାମୁଡୁନଥିବେ । ସେତେବେଳେ ଆପଣ ବହୁତ ଆଶ୍ଚର୍ଯ୍ୟ ହୋଇଥାନ୍ତି । ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ । ଏକ ଗବେଷଣାରୁ ଜଣାପଡିଛି ଯେ, ମଶାମାନେ ଲୋକମାନଙ୍କୁ କାମୁଡିବାରେ ମଧ୍ୟ ସେମାନଙ୍କ ପ୍ରାଥମିକତା ବା ଚଏସ୍ ରଖିଥାନ୍ତି । କେଉଁମାଙ୍କୁ କାମୁଡିବେ ଆଉ କେଉଁମାନଙ୍କୁ ନୁହେଁ । ତେବେ ଆସନ୍ତୁ ଜାଣିବା କାହାକୁ ବେଶୀ ମଶା କାମୁଡିଥାଆନ୍ତି ।

ମଶାମାନେ ନିଜ ଖାଦ୍ୟ ପାଇଁ ମନୁଷ୍ୟ ଶରୀରୁ ରକ୍ତ ଶୋଷି ନଥାନ୍ତି । ମାଈ ମଶା ଲୋକମାନଙ୍କୁ କାମୁଡିଥାନ୍ତି କାରଣ ସେମାନେ ମନୁଷ୍ୟ ରକ୍ତରୁ ପ୍ରୋଟିନ୍ ସଂଗ୍ରହ କରି ଅଣ୍ଡା ସୃଷ୍ଟି କରି ସେଥିରୁ ଅଧିକ ମଶା ଛୁଆ କରିଥାନ୍ତି । ୮୫ପ୍ରତିଶତ ଲୋକଙ୍କୁ ବଂଶାନୁକ୍ରମିକ କାରଣରୁ ମଶା କାମୁଡିଥାଏ ।

କିଛି ବ୍ଲଡ୍ ଗ୍ରୁପର ଲୋକଙ୍କ ରକ୍ତ ଅନ୍ ମାନଙ୍କ ତୁଳନାରେ ମିଠା ହୋଇଥାଏ । ଏକ ଗବେଷଣାରୁ ଜଣାପଡିଛି ଯେ ‘ଓ’ ବ୍ଲଡ୍ ଗ୍ରୁପର ଲୋକଙ୍କୁ ମଶା କାମୁଡିବାର ସମ୍ଭାବନା ୮୩ ପ୍ରତିଶତରୁ ଅଧିକ ଅଛି । ସେହିଭଳି ‘ଏ’ ବ୍ଲଡ ଗ୍ରୁପର ଲୋକଙ୍କୁ ମଶା କମ୍ କାମୁଡିବାର ସମ୍ଭାବନା ରହିଥିବାବେଳେ ‘ବି’ ବ୍ଲଡ୍ ଗ୍ରୁପର ଲୋକଙ୍କୁ ମଶା ମଧ୍ୟମ ଭାବେ କାମୁଡିଥାନ୍ତି ।

ଆପଣଙ୍କ ଶରୀର ଯଦି ମୋଟା ହୋଇଥାଏ ତେବେ ଆପଣଙ୍କୁ ମଶାମାନେ ଅଧିକ କାମୁଡିଥାନ୍ତି । ମୋଟା ଲୋକ ନିଶ୍ବାସରେ ଅଧିକ କାର୍ବନ ଡାଇଅକ୍ସାଇଡ ଛାଡିଥାନ୍ତି । କାର୍ବନ ଡାଇଅକ୍ସାଇଡକୁ ମଶାମାନେ ସହଜରେ ଜାଣିପାରିଥାନ୍ତି । ୫୦ ମିଟର ଦୂରରୁ ସେମାନେ କାର୍ବନ ଡାଇଅକ୍ସାଇଡକୁ ଜାଣିପାରିଥାନ୍ତି । ବୟସ୍କ ଲୋକ ଅଧିକ କାର୍ବନ ଡାଇଅକ୍ସାଇଡ୍ ଛାଡିଥାନ୍ତି ଫଳରେ ଛୁଆଙ୍କ ଅପେକ୍ଷା ବୟସ୍କ ଲୋକଙ୍କ ପାଖକୁ ମଶା ଅଧିକ ଯାଇଥାନ୍ତି । ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକ ମଶା କାମୁଡିଥାନ୍ତି ।

ଗର୍ଭବତୀ ମହିଳାଙ୍କୁ ମଶା ଅଧିକ କାମୁଡିଥାନ୍ତି । କାରଣ ସେମାନଙ୍କ ନିଶ୍ବାସରେ ଅଧିକ କାର୍ବନ ଡାଇଅକ୍ସାଇଡ୍ ଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଜଣେ ସାଧାରଣ ମହିଳା ତୁଳନାରେ ଗର୍ଭବତୀ ମହିଳା ୨୧ ପ୍ରତିଶତ ଅଧିକ କାର୍ବନ ଡାଇଅକ୍ସାଇଡ୍ ଛାଡିଥାନ୍ତି ।

ଲାକଟିକ୍ ଏସିଡ୍ ମଶାମାନଙ୍କୁ ବେଶୀ ଆକୃଷ୍ଟ କରିଥାଏ । ଯାହାକି ଅଧିକ କାମ କରିବା ଦ୍ବାରା ଝାଳ ଦ୍ବାରା ନିର୍ଗତ ହୋଇଥାଏ । ଯଦି ଆପଣ ଦୌଡିବା ପାଇଁ ବାହାରକୁ ଯାଉଛନ୍ତି କି ଜିମ୍ ଯାଉଛନ୍ତି ତେବେ ଆପଣଙ୍କୁ ଅଧିକ ମଶା କାମୁଡିବାର ସମ୍ଭାବନା ଥାଏ ।

ମଦ ପିଇବା ଦ୍ବାରା ଶରୀରର ପାଚନକ୍ରିୟା ଏବଂ ଶରୀରର ଉସ୍ମତା ବୃଦ୍ଧି ପାଇଥାଏ । ଫଳରେ ମଶାମାନେ ସେମାନଙ୍କୁ ଅଧିକ କାମୁଡିଥାନ୍ତି ଯେଉଁମାନେ ମଦ ପିଇଥାନ୍ତି ।
ମଶାମାନେ ନିଜର ଶୀକାର ଖୋଜିବା ପାଇଁ ଦୃଷ୍ଟିଶକ୍ତିର ମଧ୍ୟ ଉପଯୋଗ କରିଥାନ୍ତି । ଲାଲ୍ ରଙ୍ଗ ଏକ ପ୍ରମୁଖ ରଙ୍ଗ ଦୃଷ୍ଟିକୁ ଆକର୍ଷଣ କରିବାପାଇଁ ।କଳା ଏବଂ ବ୍ଲୁ ଭଳି ଗାଢ ରଙ୍ଗ ମଧ୍ୟ ଅଧିକ ଆକୃଷ୍ଟ କରିଥାଏ । ତେଣୁ ଯଦି ଆପଣ ଗାଢ ରଙ୍ଗର ପୋଷାକ ପିନ୍ଧୁଛନ୍ତି ତେବେ ମଶାମାନେ ଆପଣଙ୍କୁ ଅଧିକ କାମୁଡିବେ ।

ଯେଉଁମାନଙ୍କ ଶରୀରରେ ଅଧିକ ଲାକଟିକ୍ ଏସିଡ୍, ୟୁରିକ୍ ଏସିଡ୍ ଉତ୍ପାଦିତ ହୋଇଥାଏ ସେମାନଙ୍କୁ ମଶାମାନେ ଅଧିକ କାମୁଡିଥାନ୍ତି । ଷ୍ଟେରୋଏଡ୍ ଏବଂ କୋଲେଷ୍ଟେରଲ ଅଧିକ ରହିଥିଲେ ମଧ୍ୟ ଅଧିକ ମଶା କାମୁଡିଥାନ୍ତି ।

   Related Posts