ନୂଆଦିଲ୍ଲୀ ୦୧।୦୩: ସାରା ବିଶ୍ବରେ ଅନେକ ସାଧୁସନ୍ଥ ରହିଛନ୍ତି । ଯେଉଁମାନେ କି କଠିନ ଜୀବନଯାପନ କରନ୍ତି । କିନ୍ତୁ ଏପରି କିଛି ସାଧୁମାନେ ଅଛନ୍ତି ଯେଉଁମାନେ କି ନା ପୋଷାକ ପିନ୍ଧନ୍ତି, ନା ଗାଧାନ୍ତି । ଏମାନେ ସେମାନଙ୍କର ମୃତ୍ୟୁ ପର୍ଯ୍ୟନ୍ତ ବି ଗାଧାନ୍ତିନି । ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ ।
{"id":915745,"width":838,"height":549,"sizeSlug":"full","linkDestination":"none"}
ବାସ୍ତବରେ ଏପରି ଜୀବନଶୈଳୀ ଆପଣାଇଥାନ୍ତି ଜୈନ ଧର୍ମର ସାଧୁସନ୍ଥ । ଏମାନେ ୨ ପ୍ରକାରର ସମ୍ପ୍ରଦାୟ । ଶ୍ୱେତାମ୍ବର ଓ ଦିଗମ୍ବର । ଉଭୟ ସମ୍ପ୍ରଦାୟର ସାଧୁମାନେ କଠିନ ଜୀବନଯାପନ କରନ୍ତି । ସେମାନେ କୌଣସି ବସ୍ତୁ କିମ୍ବା ସୁବିଧାଜନକ ଉତ୍ସ ବ୍ୟବହାର କରନ୍ତି ନାହିଁ । ଶ୍ୱେତାମ୍ବର ସାଧୁମାନେ କେବଳ ଗୋଟିଏ ପତଳା ସୂତା କପଡା ପିନ୍ଧନ୍ତି । ଆଉ ଦିଗମ୍ବର ସାଧୁମାନେ କୌଣସି ପୋଷାକ ପିନ୍ଧନ୍ତିନି । ଅତ୍ୟଧିକ ଥଣ୍ଡା ସମୟରେ ମଧ୍ୟ ସେମାନ ପୋଷାକ ପିନ୍ଧିବାଠାରୁ ଦୂରେଇ ରୁହନ୍ତି ।
{"id":915746,"width":840,"height":560,"sizeSlug":"full","linkDestination":"none"}
ଅନ୍ୟପଟେ ଶ୍ୱେତାମ୍ବର ସାଧୁମାନେ ମଧ୍ୟ ସେମାନଙ୍କ ସହିତ ରଖୁଥିବା ୧୪ଟି ଜିନିଷ ସହ ଗୋଟିଏ କମ୍ବଳ ରଖନ୍ତି । ଏହା ଏତେ ପତଳା ଯେ ସେମାନେ କେବଳ ଶୋଇବା ସମୟରେ ଏହାକୁ ବ୍ୟବହାର କରନ୍ତି । ଏହି ସମସ୍ତ ସାଧୁମାନେ ଯାହା ବି ପାଗ ହେଉନା କାହିଁକି ଭୂମିରେ ଶୋଇଥା’ନ୍ତି । ସେମାନେ ଶୋଇବା ପାଇଁ ଶୁଖିଲା ଘାସ ବ୍ୟବହାର କରନ୍ତି । ଏହାବ୍ୟତୀତ ସାଧୁମାନେ ବହୁତ କମ୍ ନିଦରେ ଶୁଅନ୍ତି ।
{"id":915748,"width":839,"height":629,"sizeSlug":"full","linkDestination":"none"}
ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ଜୈନ ସାଧୁ ଜୀବନରେ କେବେ ସ୍ନାନ କରନ୍ତି ନାହିଁ । ସ୍ନାନ କରିବା କୀଟାଣୁଙ୍କ ଜୀବନ ପ୍ରତି ବିପଦ ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ସେମାନେ ସ୍ନାନ କରନ୍ତି ନାହିଁ । ସବୁବେଳେ ସେମାନଙ୍କ ପାଟିରେ ଗୋଟିଏ କପଡା ବାନ୍ଧି ରଖନ୍ତି । ଯାହାକି କୌଣସି ଜୀବାଣୁ ପାଟି ଦେଇ ଶରୀରକୁ ପ୍ରବେଶ କରିବାରେ ରୋକିଥାଏ ।
{"id":915749,"sizeSlug":"full","linkDestination":"none"}
ଏହି ସାଧୁମାନଙ୍କର ବିଶ୍ୱାସ ଯେ ଦୁଇ ପ୍ରକାରର ସ୍ନାନ ହୋଇଥାଏ । ଗୋଟିଏ ବାହ୍ୟ ଓ ଅନ୍ୟଟି ଆଭ୍ୟନ୍ତରୀଣ ସ୍ନାନ। ସାଧାରଣ ଲୋକମାନେ ପାଣିରେ ସ୍ନାନ କରନ୍ତି । କିନ୍ତୁ ଜୈନ ଭିକ୍ଷୁମାନେ ଆଭ୍ୟନ୍ତରୀଣ ସ୍ନାନ କରନ୍ତି । ଧ୍ୟାନରେ ବସି ଆଭ୍ୟନ୍ତରୀଣ ସ୍ନାନ କରି ମନ ଏବଂ ଚିନ୍ତାଧାରାକୁ ଶୁଦ୍ଧ କରନ୍ତି ।
{"id":915750,"width":838,"height":490,"sizeSlug":"full","linkDestination":"none"}
ସେମାନଙ୍କ ପାଇଁ ଗାଧୋଇବାର ଅର୍ଥ ହେଉଛି ଭାବର ଶୁଦ୍ଧତା । ସାଧୁମାନେ କିଛି ଦିନ ବ୍ୟବଧାନରେ ଶରୀରକୁ ଗୋଟିଏ ଓଦା କପଡ଼ାରେ ପୋଛି ଦିଅନ୍ତି । ଏହି କାରଣରୁ ସେମାନଙ୍କ ଶରୀର ସର୍ବଦା ସତେଜ ଓ ପରିଷ୍କାର ଦେଖାଯାଏ । ଜୈନ ଭିକ୍ଷୁମାନେ ସମସ୍ତ ବସ୍ତୁ ସମ୍ବଳ ତ୍ୟାଗ କରି ଅତି ସରଳତାର ଜୀବନ ଅତିବାହିତ କରନ୍ତି ।
You Can Read:
wp:embed {"url":"https://www.prameyanews7.com/chinese-man-wins-795-crores-lottery-jackpot-largest-win-in-the-history-of-china/","type":"wp-embed","providerNameSlug":"prameya-news-7"}