ଟିକେ ଟିକେ କଥାରେ ରାଗୁଛନ୍ତି କି ? ଶରୀରରେ ହୋଇଥାଇପାରେ ଏହାର ଅଭାବ…

Published By : Prameya-News7 Bureau | December 06, 2023 IST

ନୂଆଦିଲ୍ଲୀ ୦୬।୧୨: ହସିବା, କାନ୍ଦିବା କି ରାଗିବା ଏହା ଆମ ଭାବନା ଉପରେ ନିର୍ଭର କରେ । ପରିସ୍ଥିତି ଅନୁଯାୟୀ ଏହା ବଦଳେ । କିନ୍ତୁ ଏହା ପଛରେ ମଧ୍ୟ ରହିଥାଏ ହରମୋନାଲ କାରଣ । କୌଣସି କଥା ଖରାପ ଲାଗିବା ପରେ ରାଗିବା ସ୍ବାଭବିକ । କିନ୍ତୁ ଯଦି ବାରମ୍ବାର ରାଗ ଆସୁଛି ତେବେ ଆପଣଙ୍କ ଶରୀର ମଧ୍ୟରେ କିଛି ଅଭାବ ରହିଛି ।

{"id":879351,"sizeSlug":"large","linkDestination":"none"}

ବିଶେଷଜ୍ଞଙ୍କ ଅନୁଯାୟୀ,  ଶରୀରରେ ରହିଥାଏ ସେରୋଟୋନିନ୍ ନାମକ ଏକ ହରମୋନ୍ । ଯାହା ମସ୍ତିଷ୍କକୁ ଶାନ୍ତ ରଖି ଖୁସି ଅନୁଭବ କରାଇଥାଏ । କିନ୍ତୁ ଶରୀରରେ ଏହାର ଅଭାବ ଯୋଗୁଁ  ଦେଖାଯାଏ ଖରାପ ମୁଡ୍ର ସମସ୍ୟା । ଶରୀରରେ ସେରୋଟୋନିନ୍ ବୃଦ୍ଧି କରିବାକୁ, ଦୈନିକ ବ୍ୟାୟାମ, ମେଡିଟେସନ୍ ଏବଂ  ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ।

{"id":879352,"sizeSlug":"full","linkDestination":"none"}

 ଏହାବ୍ୟତୀତ ଲାଇଟ୍ ଗୀତ ଶୁଣନ୍ତୁ, କିଛି ଥଟ୍ଟାମଜା କରନ୍ତୁ, ନିଜ ପସନ୍ଦର କାମ କରନ୍ତୁ । ରାଗ କାରଣରୁ ମାନସିକ ସହ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୁଏ । ଏଥିଯୋଗୁଁ ଷ୍ଟ୍ରେସ୍ ବଢିଥାଏ ।  ଆଉ  ନିଦ ହେବାରେ ଦେଖାଦେଇଥାଏ ସମସ୍ୟା । ସେରୋଟୋନିନ୍ ବ୍ୟତୀତ, ଅକ୍ସିଟୋସିନ୍, ଏଣ୍ଡୋରଫିନ୍ ହରମୋନ୍ ମଧ୍ୟ ଖୁସିରେ ରହିବାରେ କରିଥାନ୍ତି ସାହାଯ୍ୟ ।

You Can Read:

wp:embed {"url":"https://www.prameyanews7.com/yakutia-the-coolest-village-in-the-world/?_thumbnail_id=879347","type":"wp-embed","providerNameSlug":"prameya-news-7"}
https://www.prameyanews7.com/yakutia-the-coolest-village-in-the-world/?_thumbnail_id=879347
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.