ଆମେରିକାର ମହିଳାମାନେ କରୁଛନ୍ତି ସେକ୍ସ ଷ୍ଟ୍ରାଇକ୍‌; କହିଲେ ଗର୍ଭପାତ ଅଧିକାର ନମିଳିଲେ ପୁରୁଷଙ୍କ ସହ ରଖିବୁନି ଶାରୀରିକ ସମ୍ପର୍କ

Published By : Prameya-News7 Bureau | June 27, 2022 IST

ୱାସିଙ୍ଗଟନ ୨୭/୦୬ : ଆମେରିକାର ମହିଳାମାନେ ପୁରୁଷମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବେ ନାହିଁ ବୋଲି ଧମକ ଦେଉଛନ୍ତି। ଏହାକୁ ସେମାନେ ସେକ୍ସ ଷ୍ଟ୍ରାଇକ୍‌ ବୋଲି କହିଛନ୍ତି। ପ୍ରକୃତରେ ଆମେରିକାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗର୍ଭପାତକୁ ନେଇ ଆସିଥିବା ରାୟକୁ ସେଠାରେ ଜୋରଦାର ବିରୋଧ କରାଯାଉଛି। ସୁପ୍ରିମ କୋର୍ଟଙ୍କ ଫୈସଲା ମହିଳାମାନଙ୍କର ଗର୍ଭପାତ ଅଧିକାର କ୍ଷୁର୍ଣ୍ଣ କରୁଛି ଯାହାଫଳରେ ୨୬ ରାଜ୍ୟରେ ଗର୍ଭପାତ ଉପରେ ପ୍ରତିବନ୍ଧକ ଲାଗିପାରେ।

ଯେତେ ପର୍ଯ୍ୟନ୍ତ ଗର୍ଭପାତକୁ ସଂଘୀୟ ଆଇନ ଭାବେ ଘୋଷଣା ନକରା ଯାଇଛି ସେତେ ପର୍ଯ୍ୟନ୍ତ ସେଠାକାର ମହିଳାମାନେ ପୁରୁଷମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବେ ନାହିଁ ବୋଲି କହିଛନ୍ତି। ଆମେରିକା ମହିଳାମାନଙ୍କର ସେକ୍ସ ଷ୍ଟ୍ରାଇକ୍‌ ଦାବୀ ଏବେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଟ କରୁଛି। ଜଣେ ୟୁଜର୍‌ ଲେଖିଛନ୍ତି “ଆମେରିକାର ମହିଳାମାନେ ଏହି ସଙ୍କଳ୍ପ ନିଅନ୍ତୁ କାରଣ ଆମେ ଅନିଚ୍ଛାକୃତ ଗର୍ଭଧାରଣ କରିବୁ ନାହିଁ। ସେଥିପାଇଁ ଆମେ କୌଣସି ପୁରୁଷମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବୁ ନାହିଁ, ଏପରିକି ଆମ ସ୍ୱାମୀଙ୍କ ସହିତ ମଧ୍ୟ। ଯେତେ ପର୍ଯ୍ୟନ୍ତ ଆମେ ଗର୍ଭବତୀ ହେବାକୁ ଇଚ୍ଛା କରିନାହୁଁ।  

ଅନ୍ୟ ଜଣେ ୟୁଜର୍‌ କହିଛନ୍ତି “ମୁଁ ନ୍ୟୁୟୋର୍କରେ ରହୁଛି ସୁପ୍ରିମ୍‌କୋର୍ଟଙ୍କ ଫୈସଲାକୁ ବିରୋଧ କରୁଛି। ମୁଁ ଏପରି ଲୋକମାନଙ୍କୁ ଖୋଜୁଛି ଯେଉଁମାନେ ସେକ୍ସ ଷ୍ଟ୍ରାଇକ୍‌କୁ ସମର୍ଥନ କରୁଛନ୍ତି। ସେମାନେ ଆମର ଶକ୍ତି। ଗର୍ଭପାତ ଅଧିକାର ସଂଘୀୟ ଆଇନ୍‌ ନହେବା ପର୍ଯ୍ୟନ୍ତ ଆମେ ଶାରୀରିକ ସମ୍ପର୍କ ରଖିବୁ ନାହିଁ’’। ଟୁଇଟରରେ ସେକ୍ସଷ୍ଟ୍ରାଇକ୍‌ (#Sex Strike) ସହିତ ଅବଷ୍ଟିନେନ୍ସ (#Abstinence) ମଧ୍ୟ ଏବେ ଟ୍ରେଣ୍ଡ କରୁଛି। ଅନ୍ୟ ଜଣେ ମହିଳା ଦେଶବ୍ୟାପି ସେକ୍ସ ଷ୍ଟ୍ରାଇକ୍‌ ଦାବୀ କରି କହିଛନ୍ତି ‘‘ଯେତେପର୍ଯ୍ୟନ୍ତ ମହିଳାମାନଙ୍କର ଗର୍ଭପାତକୁ  ଆଇନ୍‌ଗତ ଅଧିକାର ନ ମିଳିଛି ସେତେପର୍ଯ୍ୟନ୍ତ ପୁରୁଷମାନଙ୍କ ଶାରୀରିକ ସମ୍ପର୍କ ରଖିବୁନାହିଁ’’।   

ସୂଚନାଥାଉକି, ସୁପ୍ରିମକୋର୍ଟଙ୍କ ଫୈସଲା ବିରୋଧରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏରିଜୋନା କ୍ୟାପିଟାଲ୍‌ ବାହାରେ ବିରୋଧ ପ୍ରଦର୍ଶନ କରୁଥିବା ଲୋକମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା। ଯେତେବେଳେ ବିରୋଧ ପ୍ରଦର୍ଶନ କରୁଥିବା ଲୋକମାନେ ସିନେଟ୍‌ ଭବନର କବାଟକୁ ଧକ୍କା ମାରିବା ଆରମ୍ଭ କରିଥିଲେ ସେତେବେଳେ ପୋଲିସ ସେମାନଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏହି ପ୍ରଦର୍ଶନ କାରଣରୁ କିଛି ସମୟ ପର୍ଯ୍ୟନ୍ତ ସିନେଟ୍‌ ଭବନର ତଳ ମହଲାରେ ରହିବାକୁ ପଡ଼ିଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.