ଦେବେନ୍ଦ୍ରଙ୍କୁ ଆଣି ନୀତିନଙ୍କୁ କାହିଁକି ସଂସଦ କମିଟିରୁ ହଟାଇଲା ବିଜେପି; ଜାଣନ୍ତୁ କଣ ରହିଛି ରାଜନୈତିକ ସମୀକରଣ...

Published By : Prameya-News7 Bureau | August 18, 2022 IST

ନୂଆଦିଲ୍ଲୀ ୧୮/୦୮: ନିକଟ ଅତୀତରେ ବିଜେପି ତାର ନୂଆ ସଂସଦୀୟ କମିଟି ଘୋଷଣା କରିଛି। କେନ୍ଦ୍ରୀୟ ନିର୍ବାଚନ ସମିତିରେ ନୀତିନ ଗଡ଼କରୀଙ୍କୁ ହଟାଇ ଏବେ ଦେବେନ୍ଦ୍ର ଫଡନବୀସଙ୍କୁ ସ୍ଥାନ ମିଳିଛି। ଏହି ପରିବର୍ତ୍ତନ ପଛରେ ବିଜେପିର କଣ ଯୋଜନା ରହିଛି ଓ ଏହି ନେତାମାନଙ୍କର ଭବିଷ୍ୟତ କଣ ହେବ ନେଇ ଏବେ ସବୁଠି ଚର୍ଚ୍ଚା। ବିଜେପିର କୌଣସି ନେତା ଏହାକୁ ନେଇ ସର୍ବସାଧାରଣରେ କୌଣସି ମନ୍ତବ୍ୟ ଦେଇନାହାନ୍ତି। କିନ୍ତୁ ଭିତିରି ଚର୍ଚ୍ଚା ହେଉଛିଯେ ନୀତିନ୍‌ଙ୍କର ନିର୍ଭିକ ବୟାନ ପାଇଁ ତାଙ୍କୁ ହଟାଇ ଦିଆଯାଇଛି। ଏହା ଛଡ଼ା ସନ୍ତୁଳନ ରକ୍ଷା କରି ମହାରାଷ୍ଟ୍ରର ପ୍ରତିନିଧିତ୍ୱ ମଧ୍ୟ ରହୁ ସେଥିପାଇଁ ଦେବେନ୍ଦ୍ର ଫଡନବୀସଙ୍କୁ ସୁଯୋଗ ମିଳିଛି।  ଅନ୍ୟପଟେ ନୀତିନ ଗଡ଼କରୀଙ୍କୁ ଜଣେ ଭଲ ନେତା ଭାବେ ସଂଘ ମଧ୍ୟ ପସନ୍ଦ କରେ। ସେଥିପାଇଁ ନୀତିନଙ୍କୁ ହଟାଇବା ମଧ୍ୟ କାଠିକର ପାଠ ଥିଲା। କିନ୍ତୁ ତାଙ୍କ ବୟାନରେ ସଂଘର ପସନ୍ଦ କୁହାଯାଉଥିବା ଦେବେନ୍ଦ୍ର ଫଡନବୀସଙ୍କୁ ମଧ୍ୟ ସୁଯୋଗ ମିଳିଥିଲା।  

ଏହି ଦୁଇ ନେତାଙ୍କର ମଧ୍ୟ ଭଲ ସାମଞ୍ଜସ୍ୟ ରହିଛି। ଦେବେନ୍ଦ୍ର ଓ ନୀତିନ ନାଗପୁରର ହୋଇଥିବା ବେଳେ ସେମାନେ ବ୍ରାହ୍ମଣ ନେତା  ଅଟନ୍ତି। ଏପରି ଭାବେ ନାଗପୁରରୁ ସମାନଭାବେ ଦୁଇଜଣ ନେତୃତ୍ୱ ନେଇଛନ୍ତି। ଏପରି ସ୍ଥଳରେ ଦେବେନ୍ଦ୍ର ଫଡନବିସଙ୍କୁ କେନ୍ଦ୍ରୀୟ ନିର୍ବାଚନ ସମିତିରେ ସ୍ଥାନ ଦେବା କଣ ସୂଚାଉଛି ତାହା ଜାଣିବାକୁ ଚେଷ୍ଠା କରାଯାଉଛି।

ବିଜେପିର ଜଣେ ନେତା କହିଛନ୍ତି ଯେ ବିଜେପିର ହାଇକମାନଙ୍କ କଥାକୁ ସବୁବେଳେ ଦେବେନ୍ଦ୍ର ସମ୍ମାନ ଦେବା ସହିତ ସ୍ୱୀକାର କରିଛନ୍ତି। ସେଥିପାଇଁ ସେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ପାଖରେ ବିଜେପିର ୧୧୬ ବିଧାୟକଙ୍କ ଥିବାବେଳେ ସେଥିରୁ ୮୦ ବିଧାୟକ ତାଙ୍କର ଉପମୁଖ୍ୟମନ୍ତ୍ରୀ ହେବା ନେଇ ଅସନ୍ତୋଷ ଥିଲେ। ସେଥିପାଇଁ ଦଳ ତାଙ୍କୁ ପ୍ରୋତ୍ସାହନ ଦେବା ସହିତ ଅସନ୍ତୋଷ ବିଧାୟକଙ୍କୁ ଖୁସି କରିବା ପାଇଁ ଏପରି କରିଥିବା କୁହାଯାଉଛି।

ଦେବେନ୍ଦ୍ରଙ୍କୁ ସୁଯୋଗ ଦେଇ ନୀତିନଙ୍କୁ ହଟାଇବା ସଂଯୋଗ ନୁହେଁ ବରଂ ଏକ ପ୍ରୟୋଗ ବୋଲି କିଛି ନେତା କହିଛନ୍ତି। କାରଣ ଭଷବିଷ୍ୟତରେ ଦେବେନ୍ଦ୍ରଙ୍କୁ କେନ୍ଦ୍ର ରାଜନୀତିକୁ ଅଣା ଯାଇପାରେ। ସେହିପରି ମହାରାଷ୍ଟ୍ରରେ ଥିବା ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ର ଶେଖର ବାବନକୁଲେ, ଆଶିଷ ସୋଲାର ବା ସୁଧୀର ସୁନଙ୍ଗଟିୱାରଙ୍କ ଭଳି ନେତାଙ୍କୁ ମଧ୍ୟ ପଦୋନ୍ନତି ମିଳିପାରେ। ଏହି ଆକଳନରୁ ସ୍ପଷ୍ଟ ଅନୁମେୟ ଯେ ଦେବେନ୍ଦ୍ର ଫଡନବୀସ ଭବିଷ୍ୟତରେ ନୀତିନଙ୍କ ସ୍ଥାନ ନେଇ ପାରନ୍ତି। କିନ୍ତୁ ସୂଚନାଥାଉକି, ଏସମସ୍ତ ଆକଳନ ବିଜେପି ଭିତରେ ସୀମିତ ରହିଛି। କିନ୍ତୁ ଏନେଇ ବିଜେପି ହାଇ କମାନଙ୍କ ଠାରୁ ଆରମ୍ଭ କରି ମହାରାଷ୍ଟ୍ର ପର୍ଯ୍ୟନ୍ତ କୌଣସି ନେତା ପାଟି ଖୋଲି ନାହାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.