କାହିଁକି ଅଲଗା ହେଲେ ବରଖା-ଇନ୍ଦ୍ରନିଲ୍ ? ଭାଙ୍ଗି ଯାଇଥିଲା ୧୩ ବର୍ଷ ବୈବାହିକ ଜୀବନ
1/03/2023 at 2:19 PM

ମୁମ୍ଵାଇ ୦୧।୦୩: ଟିଭିର ଜଣାଶୁଣା ତଥା ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ବରଖା ବିଷ୍ଟ ଅନ୍ୟତମ। ସେ ଟେଲିଭିଜନରେ ଅନେକ ସିରିଏଲରେ କାମ କରିଛନ୍ତି । ଟିଭି ସିରିଏଲ ବ୍ୟତୀତ ଅଭିନେତ୍ରୀ ଅନେକ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଛନ୍ତି। ବରଖା ଟିଭି ସୋ ‘କିତନୀ ମସ୍ତ ହୈ ଜିନ୍ଦେଗୀ’ ସହିତ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ପ୍ୟାର କେ ‘ଦୋ ନାମ ଏକ ରାଧା ଏକ ଶ୍ୟାମ’ରେ କାମ କରିଥିଲେ । ଏହି ଶୋ ରେ ହିଁ ସେ ଇନ୍ଦ୍ରନିଲ ସେନଗୁପ୍ତାଙ୍କୁ ଭେଟିଥିଲେ। ଇନ୍ଦ୍ରନିଲ ହିନ୍ଦୀ ଟେଲିଭିଜନରେ ବିଭିନ୍ନ ଶୋ’ରେ ମଧ୍ୟ କାମ କରିଛନ୍ତି। ଟିଭି ବ୍ୟତୀତ ସେ ଫିଲ୍ମରେ ମଧ୍ୟ ନିଜର ଚେଷ୍ଟା କରିଛନ୍ତି।

ଟେଲିଭିଜନ୍ ଦୁନିଆର ଶ୍ରେଷ୍ଠ ଦମ୍ପତିମାନଙ୍କ ମଧ୍ୟରୁ ବରଖା ଏବଂ ଇନ୍ଦ୍ରନିଲଙ୍କୁ ବିବେଚନା କରାଯାଉଥିଲା ।ଟେଲିଭିଜନ ଦୁନିଆରେ ଉଭୟ ଜଣାଶୁଣା ଚେହେରା ।ଏହି ଦମ୍ପତି ପ୍ରଥମେ ୨୦୦୬ ମସିହାରେ ପ୍ୟାର କେ ଦୋ ନାମ ଏକ ରାଧା ଏକ ଶ୍ୟାମଙ୍କ ସେଟରେ ସାକ୍ଷାତ ହୋଇଥିଲେ। ଏହି ଶୋ’ରେ ଉଭୟ କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଧିରେ ଧିରେ ଦୁହିଁଙ୍କ ଘନିଷ୍ଠତା ବୃଦ୍ଧି ପାଇଲା। ସିରିଏଲ ସମୟରେ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ପ୍ରାୟ ଦୁଇ ବର୍ଷ ପାଇଁ ଡେଟ କରିବା ପରେ ୨୦୦୮ ମାର୍ଚ୍ଚ ୧ରେ ବିବାହ କରିଥିଲେ । ଦୁହିଁଙ୍କର ଏକ ଝିଅ ମଧ୍ୟ ଅଛି।

ଆଜି ହେଉଛି ଦମ୍ପତିଙ୍କ ବିବାହ ବାର୍ଷିକୀ । ହେଲେ ଦୀର୍ଘ ସମୟ ହେବ ଦୁହେଁ ଅଲଗା ଅଛନ୍ତି। କିନ୍ତୁ ଏହାପୂର୍ବରୁ ଦୁହେଁ ପରସ୍ପର ଉପରେ ପ୍ରେମ ବର୍ଷା କରିବାର ସୁଯୋଗ ଛାଡନ୍ତି ନାହିଁ। ଦୁହେଁ ବିବାହର ୧୩ ବର୍ଷ ପୂରଣ କରିଥିଲେ। ୨୦୨୧ ମସିହାରେ, ଇନ୍ଦ୍ରନିଲ ଏବଂ ତାଙ୍କ କୋ-ଷ୍ଟାର ଇଶା ସାହାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଖବର ଆସିଥିଲା। ଯାହା ପରେ ଦମ୍ପତିଙ୍କ ସମ୍ପର୍କରେ ମତଭେଦ ଦେଖାଦେଇଥିଲା। ବର୍ତ୍ତମାନ ବରଖାଙ୍କ ନାମ ଅଭିନେତା ତଥା ନିର୍ଦ୍ଦେଶକ ଆଶିଷ ଶର୍ମାଙ୍କ ସହ ଜଡିତ ଅଛି। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି । ଖବର ଅନୁଯାୟୀ ଶୁଣିବାକୁ ବି ମିଳୁଛି କି ଆଶିଷ ଏବଂ ବରଖା ପରସ୍ପରକୁ ଡେଟ କରୁଛନ୍ତି।