suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କାହିଁକି ହାରୁଛି ଚେନ୍ନାଇ ସୁପର୍ କିଙ୍ଗସ୍ ? ଏହା ହେଉଛି ୫ ବଡ କାରଣ

26/09/2020 at 3:41 PM

ଦୁବାଇ, ୨୬|୦୯ :  ଆଇପିଏଲର ସପ୍ତମ ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସକୁ ୪୪ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୧୭୫ ରନ୍ କରିଥିଲା । ଜବାବରେ ଚେନ୍ନାଇ ୧୩୧ ରନ୍‌ରେ ଅଟକି ଯାଇଥିଲା ।ଏହା ଚଳିତ ଆଇପିଏଲରେ ଚେନ୍ନାଇର ଲଗାତର ଦ୍ୱିତୀୟ ପରାଜୟ । ତେବେ ପ୍ରଶ୍ନ ଉଠୁଛି ଯେ, କାହିଁକି ମହେନ୍ଦ୍ର ସିଂ ଧୋନୀଙ୍କ ଟିମ୍ ଲାଗାତର ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି । ଆସନ୍ତୁ ନଜର ପକାଇବା ୫ଟି ବଡ କାରଣ ଉପରେ ।

୧ ଚେନ୍ନାଇର ଓପନିଂ ଚଳିତ ଆଇପିଏଲରେ ସବୁଠାରୁ ଦୁର୍ବଳ ନଜର ଆସିଛି । ସେନ୍ ଓ୍ୱାଟସନ୍ ଏବଂ ମୁରଲୀ ବିଜୟ ଫର୍ମରେ ନାହାଁନ୍ତି । ଓ୍ୱାଟସନ୍ ଗତ ଦୁଇ ବର୍ଷ ଧରି ଲିଗ୍ ମ୍ୟାଚରେ ଖରାପ ପ୍ରଦର୍ଶନ କରୁଛନ୍ତି । ମୁରଲୀ ବିଜୟ ଅନେକ ଦିନ ପରେ ଆଇପିଏଲରେ ଓପନିଂ କରୁଛନ୍ତି । ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ଓ୍ୱାଟସନ୍ ୧୬ ବଲରୁ ୧୪ ଓ ମୁରଲି ବିଜୟ ୧୫ ବଲରୁ ୧୦ ରନ୍ କରିଛନ୍ତି ।

୨ ଟପ୍ ଅର୍ଡର ଫେଲ୍ ହେବା ପରେ ଚେନ୍ନାଇ ମିଡିଲ ଅର୍ଡର ଉପରେ ଚାପ ରହୁଛି । ସୁରେଶ ରାଇନା ଓ ଅମ୍ବତି ରାୟଡୁଙ୍କ ଅନୁପସ୍ଥିତି ଦଳ ଉପରେ ପ୍ରଭାବ ପକାଉଛି ।  କେଦାର ଯାଦବ ବହୁତ ଧିମା ବ୍ୟାଟିଂ କରିଥାନ୍ତି । ଧୋନୀ ନିଜେ ବିଳମ୍ବରେ କ୍ରିଜକୁ ଆସିଥାନ୍ତି  ।

୩ ଚେନ୍ନାଇର ବୋଲିଂ ମଧ୍ୟ ଦୁର୍ବଳ ନଜର ଆସିଛି । ପାଓ୍ୱାର ପ୍ଲେରେ ଦଳକୁ ସଫଳତା ମିଳୁନାହିଁ । ରବୀନ୍ଦ୍ର ଜାଡେଜା ଅଧିକ ରନ୍ ବ୍ୟୟ କରିଛନ୍ତି । ପିୟୁଷ ଚାଓ୍ୱଲାଙ୍କ ପ୍ରଦର୍ଶନ ମଧ୍ୟ ଆଖିଦୃଶିଆ ହୋଇନାହିଁ ।

୪ ଧୋନୀଙ୍କ ରଣନୀତି ଫେଲ୍ ହେଉଛି । ସେ ବିଳମ୍ବରେ ବ୍ୟାଟିଂ ପାଇଁ ଆସୁଛନ୍ତି । ଦିଲ୍ଲୀ ବିପକ୍ଷରେ ଯେବେ ଧୋନୀ କ୍ରିଜକୁ ଆସିଲେ ସେତେବେଳେ ମାତ୍ର ୨୬ଟି ବଲ୍ ବାକିଥିଲା । ଧୋନୀଙ୍କ ଦଳର ଏକମାତ୍ର ଅନୁଭବୀ ଖେଳାଳି ।

୫ ଦଳରେ କୌଣସି ବରିଷ୍ଠ ଖେଳାଳି ନାହାଁନ୍ତି । ହରଭଜନ ସିଂ, ରାଇନା ଆଇପିଏଲ ଖେଳୁ ନାହାଁନ୍ତି । ରାୟଡୁ ଓ ବ୍ରୋଭୋ ଅନଫିଟ୍ ଅଛନ୍ତି । ଏହି ୪ ଖେଳାଳି ଚେନ୍ନାଇକୁ ଭଲ ସ୍କୋର ଦେଉଥିଲେ ।

   Related Posts