scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାହିଁକି ଅରୁଣାଚଳ ପ୍ରଦେଶର ଖେଳାଳିଙ୍କୁ ଷ୍ଟାପ୍‌ଲେଡ୍ ଭିସା ଦେଲା ଚୀନ? ରାତି ଅଧିଆ ଡ୍ରାମା ପଛରେ ଷଡ଼ଯନ୍ତ୍ର କ’ଣ ଜାଣନ୍ତୁ

27/07/2023 at 9:02 PM

ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାତିରେ ଚୀନର ହାଇଡ୍ରାମା। ଚୀନରେ ଆୟୋଜିତ ଖେଳରେ ଯୋଗ ଦେବାକୁ ଭାରତୀୟ ଖେଳାଳିଙ୍କୁ ଅନୁମତି ଦେଇଥିଲେ ଭାରତ ସରକାର। ହେଲେ ଚୀନ ଷଡ଼ଯନ୍ତ୍ର ଆରମ୍ଭ କରିଦେଲା। ଅରୁଣାଚଳ ପ୍ରଦେଶର କିଛି ଖେଳାଳିଙ୍କୁ ଷ୍ଟାପ୍‌ଲେଡ୍ ଭିସା ପ୍ରଦାନ କରି ଭାରତକୁ ଉସ୍‌କାଇଲା। ଯାହାକୁ ତୀବ୍ର ବିରୋଧ କରି ନିଜର ମାର୍ସଲ ଆଟ୍ ଖେଳାଳିଙ୍କୁ ଫ୍ଲାଇଟ୍‌ରେ ବସିବାକୁ ମନା କରିଛି ଭାରତ।

ଭାରତର ଉସୁ ଟିମ୍ ଚୀନରେ ଆୟୋଜିତ ୟୁନିଭର୍ସିଟି ଗେମ୍‌ରେ ଭାଗ ନେଇଥାନ୍ତେ। ସେଥିରୁ ଅରୁଣାଚଳ ପ୍ରଦେଶର ୩ ଆଥ୍‌ଲେଟ୍‌ଙ୍କୁ ଚୀନ ଷ୍ଟାପଲେଡ୍ ଭିସା ଦେବା ପରେ ଭାରତ ପକ୍ଷରୁ ଖେଳାଳିଙ୍କୁ ଚୀନ ଯିବାକୁ ମନା କରାଯାଇଥିଲା। ରାତି ୧.୫ରେ ଚୀନ ଫ୍ଲାଇଟ୍ ଥିଲା। ହେଲେ ଭାରତ ମନା କରିବା ପରେ ଖେଳାଳିମାନେ ସକାଳେ ୬ ଟା ବେଳେ ଘରକୁ ଫେରିଆସିଥିଲେ। ତେବେ ଏହି ଘଟଣା ପରେ ଭାରତ ସରକାର ଆଭିମୁଖ୍ୟ ସ୍ପଷ୍ଟ ହୋଇ ନାହିଁ।

ଷ୍ଟାପ୍‌ଲେଡ୍ ଭିସାକୁ ନେଇ ଏତେ ବିବାଦ କାହିଁକି ? କ’ଣ ଏହି ଷ୍ଟାପ୍‌ଲଡେ୍ ଭିସା? କାହିଁକି କେବଳ ଅରୁଣା ଚଳ ପ୍ରଦେଶର ଖେଳାଳିଙ୍କୁ ଏହି ଭିସା ପ୍ରଦାନ କଲା ଚୀନ? ଚୀନର ଛଳନା ପଛରେ କ’ଣ ରହିଛି ମନ୍ଦ ଉଦ୍ଦଶ୍ୟ ଆସନ୍ତୁ ଜାଣିବା ଏହି ରିପୋର୍ଟରୁ।

ଷ୍ଟାପଲେଡ୍ ଭିସା କ’ଣ ଓ କାହିଁକି ଜାରି କରାଯାଏ ?

ଷ୍ଟାପଲେଡ୍‌ ଭିସାରେ ଇମିଗ୍ରେସନ ଅଫିସର ପାସ୍‌ପୋର୍ଟରେ ଷ୍ଟାମ୍ପ ବାଡ଼ାନ୍ତି ନାହି। ପାସ୍‌ପୋର୍ଟ ସହିତ ଏକ ଅତିରିକ୍ତ ପେପର ଦିଆଯାଇଥାଏ। ଏଥିରେ ଯାତ୍ରୀଙ୍କର ସମସ୍ତ ଠିକଣା ରହିଥାଏ। ଯେହେତୁ ଏହା ପାସ୍‌ପୋର୍ଟ ସହିତ ଷ୍ଟାପଲରରେ ଆଟାଚ୍ କରାଯାଇଥାଏ। ତେଣୁ ଏହାକୁ ଷ୍ଟାପଲେଡ୍‌ ଭିସା ବୋଲି କୁହାଯାଇଥାଏ।

ସାଧାରଣତଃ ବିଦେଶ ଗସ୍ତ ବେଳେ ଇମିଗ୍ରେସନ୍ ଅଫିସର ପାସ୍‌ପୋର୍ଟରେ ଷ୍ଟାମ୍ପ ଲଗାନ୍ତି। ଫଳରେ ଆପଣ କେଉଁ ଉଦ୍ଦେଶ୍ୟରେ  ବିଦେଶ ଗସ୍ତ କରୁଛନ୍ତି ତାହା ଜଣାପଡ଼ିଥାଏ। ହେଲେ ଷ୍ଟାପଲେଡ୍‌ ଭିସା କ୍ଷେତ୍ରରେ ପାସ୍‌ପୋର୍ଟ ସାଥିରେ ଥିବା ପେପରରେ ଷ୍ଟାମ୍ପ ଲଗାଯାଇଥାଏ।

କେଉଁ ଦେଶ ଷ୍ଟାପଲେଡ୍‌ ଭିସା ଜାରି କରୁଛନ୍ତି।

ଅନେକ ଦେଶ ଏହି ପ୍ରକାର ଭିସା ଇସୁ କରୁଛନ୍ତି। ସେଗୁଡ଼ିକ ମଧ୍ୟରୁ କ୍ୟୁବା, ଇରାନ, ସିରିଆ, ଉତ୍ତର କୋରିଆ ଆଦି ଦେଶ ଚୀନ ଓ ଭିଏତନାମର ନାଗରିକଙ୍କ ପାଇଁ ଷ୍ଟାପଲେଡ୍‌ ଭିସା ଜାରି କରୁଥିଲେ। କିନ୍ତୁ ଏହି ଦେଶଗୁଡ଼ିକ ମଧ୍ୟରେ ବୁଝାମଣା ହେବା ଦିନଠାରୁ ଏହି ପ୍ରକ୍ରିୟା ବନ୍ଦ ହୋଇଯାଇଛି।  

ସେହିପରି ଚୀନ ବର୍ତ୍ତମାନ ମଧ୍ୟ ଦୁଇଟି ଭାରତୀୟ ରାଜ୍ୟ -ଅରୁଣାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରର ନାଗରିକଙ୍କୁ ଷ୍ଟାପଲେଡ୍‌ ଭିସା ଦେଉଛି। ହେଲେ ଅନ୍ୟ କୌଣସି ଭାରତୀୟ ରାଜ୍ୟ ପାଇଁ ଏହି ନୀତି ଲାଗୁ ହେଉ ନାହିଁ। କାରଣ ଚୀନ୍ ଅରୁଣାଚଳ ପ୍ରଦେଶକୁ ତିବ୍ଦତର ଏକ ଅଂଶ ଭାବୁଛି। ଆଉ ତିବ୍ବତ ଉପରେ ଚୀନର କବ୍ଜା ଥିବାରୁ ଅରୁଣାଚଳ ପ୍ରଦେଶକୁ ନିଜ ଦେଶର ଏକ ଅଂଶ ବୋଲି ଚୀନ ଭାବୁଛି। ଚୀନ୍ ଅରୁଣାଚଳ ପ୍ରଦେଶକୁ ଏହାର ଅଂଶ ବୋଲି ଭାବୁଥିବା ବେଳେ ଅରୁଣାଚଳ ପ୍ରଦେଶରେ ରହୁଥିବା ଲୋକ କିନ୍ତୁ ନିଜକୁ ଚୀନ୍ ନାଗରିକ ବୋଲି ଭାବୁ ନାହାନ୍ତି। ତେଣୁ ଚୀନ୍ ଅରୁଣାଚଳ ପ୍ରଦେଶର ନାଗରିକମାନଙ୍କୁ ଷ୍ଟାପଲେଡ୍‌ ଭିସା ଦେଉଛି।

ଚୀନ୍ ଭାବୁଛି ଯେ ଅରୁଣାଚଳ ପ୍ରଦେଶର ନାଗରିକଙ୍କୁ ନିଜ ଦେଶ ଚୀନକୁ ଯାତ୍ରା କରିବା ପାଇଁ ଭିସା ଆବଶ୍ୟକତା ନାହିଁ। ହେଲେ ଅରୁଣାଚଳ ପ୍ରଦେଶର ଅଞ୍ଚଳ ଭାରତ ସୀମା ରେଖା ଭିତରେ ରହିଛି। ତେଣୁ ଅରୁଣାଚଳବାସୀଙ୍କ ପାଇଁ ଷ୍ଟାପଲେଡ୍ ଭିସା କିମ୍ବା ନାଥୀ ଭିସା ଦେଉଛି ଚୀନ।

ଷ୍ଟାପଲେଡ୍‌ ଭିସାର କାର୍ଯ୍ୟାକରୀତା କ’ଣ ?

ଷ୍ଟାପଲେଡ୍ ଭିସାରେ ଥିବା ନିୟମ ଅନୁସାରେ ଯାତ୍ରୀ(ଅରୁଣାଚଳ ପ୍ରଦେଶର) ଚୀନରେ କାମ ସାରି ନିଜ ଦେଶକୁ ଫେରିବାକୁ ଚାହୁଁଥିବେ। ସେତେବେଳେ ତାଙ୍କର ଷ୍ଟାପଲେଡ୍‌ ହୋଇଥିବା ଭିସାର ପ୍ରବେଶ ଏବଂ ପ୍ରସ୍ଥାନ ପାସ୍ ଚିରି ଦିଆଯାଏ। ଫଳରେ ଭ୍ରମଣ କରୁଥିବା ବ୍ୟକ୍ତିଙ୍କ ସବିଶେଷ ତଥ୍ୟ ଜଣାପଡ଼େ ନାହିଁ। ଯାହା ସୁରକ୍ଷା ଦୃଷ୍ଟିରୁ ଭାରତ ପାଇଁ ବିପଦ।

ଷ୍ଟାପ୍‌ଲେଡ୍‌ ଭିସା ନାଗରିକଙ୍କର ପାସପୋର୍ଟରେ ସ୍ଥାୟୀ ଷ୍ଟାମ୍ପ ଲଗାଯାଏ ନାହିଁ। ଯଦି ଚୀନ୍ ଏକ ଜାମ୍ମୁ-କାଶ୍ମୀର ନାଗରିକଙ୍କ ପାସପୋର୍ଟରେ ସ୍ଥାୟୀ ଷ୍ଟାମ୍ପ ଲଗାଇବ ତେବେ ଜାମ୍ମୁ-କାଶ୍ମୀର ଭାରତ ଅଙ୍ଗ ବୋଲି ଚୀନ ଗ୍ରହଣ କରୁଥିବା ଧରିନିଆଯିବ। କିନ୍ତୁ ଚୀନ ଏପରି କରିବାକୁ ଚାହୁଁନି। ଅପରପକ୍ଷରେ ଛୀନ ଭାରତୀୟ ନାଗରିକଙ୍କୁ ଷ୍ଟାପ୍‌ଲେଡ୍ ଭିସା ପ୍ରଦାନ କରିବା ଭାରତ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। କାରଣ ଚୀନ ଉକ୍ତ ଅଞ୍ଚଳକୁ ତା ଦେଶର ଅଂଶ ବୋଲି ଭାବୁଛି।

ଏଥିପାଇଁ ଭାରତ ଚୀନର ଷ୍ଟାପଲେଡ୍‌ ଭିସା ପ୍ରଦାନକୁ ବିରୋଧ କରୁଛି। କାରଣ ଏହିପରି ଭିସା ପାଇଥିବା ଯାତ୍ରୀଙ୍କର ଯାତ୍ରା ସମ୍ପର୍କରେ କୌଣସି ସୂଚନା ରହେ ନାହିଁ। ଫଳରେ ସେ କେଉଁଠି କି ଯାଇଛନ୍ତି ? କ’ଣ କରିଛନ୍ତି ସେ ବିଷୟରେ ଜଣାପଡ଼େ ନାହିଁ। ଏଥିରେ ଶତ୍ରୁ ରାଷ୍ଟ୍ର ଷଡ଼ଯନ୍ତ୍ର ଲୁଚି ଥାଇପାରେ, ଯାହା ଭାରତ ପାଇଁ ବିପଦ ସୃଷ୍ଟି କରିବାରେ ଆଶଙ୍କା ଥାଏ।

ପଢ଼ନ୍ତୁ-ରାଜନାଥଙ୍କ ବୟାନ୍‌ରେ ରାଗିଲା ପାକିସ୍ତାନ; କହିଲା- ଏଭଳି ମନ୍ତବ୍ୟ ନ ଦେଉ ଭାରତ, ଆମେ ବି ଜବାବ ଦେବାକୁ ସମର୍ଥ

ଜାମ୍ମୁ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତାମାନେ ଚୀନର ଷ୍ଟାପ୍‌ଲେଡ୍ ଭିସା ନେଇ ଯାତ୍ରା କରନ୍ତି। ସୂଚନା ଥାଉକି, ୨୦୦୯ ଠାରୁ ଚୀନ୍ ଜାମ୍ମୁ କାଶ୍ମୀର ବାସିନ୍ଦାଙ୍କୁ  ଷ୍ଟାପ୍‌ଲେଡ୍‌ ଭିସା ଦେଇଆସୁଛି।

   Related Posts