କୋଭିଡ-୧୯ ଉପରେ କାହିଁକି କଠୋର ହେଲା ବ୍ରିଟେନ ?

Published By : Prameya-News7 Bureau | March 18, 2020 IST

ଲଣ୍ଡନ ୧୮/୦୩ : ଚୀନର ବୁହାନ ସହରରୁ ଆରମ୍ଭ ହୋଇ କରୋନା ଭାଇରସ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି | ଏପର୍ଯ୍ୟନ୍ତ ୧୬୦ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି କରୋନା | କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କରିଛି | ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଡ଼ଭାଇଜାରୀ ଜାରି କରିଛି | ଚୀନ ଛାଡ ଇଟାଲୀ, ଫ୍ରାନ୍ସ, ଆମେରିକା ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି | ଲଣ୍ଡନରେ ସ୍ଥିତି ଦିନକୁ ଦିନ ଭୟଙ୍କର ହେବାକୁ ଲାଗିଛି | ପ୍ରଧାନମନ୍ତ୍ରୀ ବୋରିଶ ଜନସନ ସୋମବାର ଦିନ ସୋସିଆଲ ଲାଇଫ ସମ୍ପୂର୍ଣ୍ଣ ରୂପେ ବନ୍ଦ ଘୋଷଣା କରିଥିଲେ | ସୋମବାର ସୁଦ୍ଧା ୭୦ ଜଣଙ୍କୁ ଆଇସୋଲେଟ କରାଯାଇଛି |

ଲଣ୍ଡନ ଇମ୍ପେରିୱାଲ କଲେଜର ବାୟୋଲୋଜି ପ୍ରଫେସର ନିଲ ଫ୍ରର୍ଜସନ କହିଛନ୍ତି ଯେ,ଏକ ସର୍ଭେରୁ ଜଣାପଡିଛି ବ୍ରିଟେନରେ ପାଖାପାଖି ୫ ଲକ୍ଷ ଓ ୟୁନାଇଟେଡ଼ ଷ୍ଟେଟରେ ପାଖାପାଖି ୨.୨ ମିଲିୟନ ଲୋକ କରୋନାରେ ମୃତ୍ୟୁବରଣ କରିବାର ଆଶଙ୍କା କରାଯାଉଛି | ଲଣ୍ଡନରେ ଏପର୍ଯ୍ୟନ୍ତ ୧୯୧୮ କରୋନା ଆକ୍ରାନ୍ତ ହୋଇସାରିଲେଣି |

ସମାଜ ଉପରେ ଏବଂ ଦେଶରେ ଅର୍ଥନୀତି ଉପରେ କରୋନା ବହୁତ ପ୍ରଭାବ ପକାଇଛି ବୋଲି କହିଛନ୍ତି ଜଣେ ପ୍ରଫେସର | ଏକ୍ସପର୍ଟଙ୍କ ନିର୍ଦେଶାନୁସାରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିଶ ଜନସନ | ତେବେ ନୂଆ ପଦକ୍ଷେପ ସବୁବେଳେ ସରକାରଙ୍କ ଆକ୍ସନ ପ୍ଲାନ ଅନ୍ତର୍ଭୁକ୍ତ ବୋଲି ସେ କହିଛନ୍ତି | ବିଜ୍ଞାନ ଏବଂ ହେଲ୍ଥ ଏକ୍ସପର୍ଟଙ୍କୁ ସେ ଅନୁସରଣ କରୁଛନ୍ତି ବୋଲି କହିଛନ୍ତି |

କିଛି ପବ୍ଲିକ ହେଲ୍ଥ ଏକ୍ସପର୍ଟ ଜନସନ ସରକାରଙ୍କୁ ସମାଲୋଚନା କରିଛନ୍ତି | ସମାଲୋଚକଙ୍କ କହିବାନୁଯାୟୀ, ବ୍ରିଟିଶ ସରକାର ଭାଇରସ ରୋକିବା ପାଇଁ ଦୃଢ ପଦକ୍ଷେପ ନେଉନାହାନ୍ତି | ବ୍ରିଟେନ ତୁଳନାରେ ଇଟାଲୀ, ଫ୍ରାନ୍ସ ଓ ସ୍ପେନ ଭଳି ଦେଶମାନେ କରୋନାକୁ ନେଇ ଅଧିକ ସଚେତନ ବୋଲି କହିଛନ୍ତି |   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.