ନା ଖରା ନା ବର୍ଷା ହେଲେ ବି ଛତା ପଛରେ ଲୁଚିଲେ ବଲିଉଡ୍ ବାଦଶାହ, କ'ଣ ଲୁଚାଇବାକୁ ଚାହୁଁଛନ୍ତି ?

Published By : Prameya-News7 Bureau | May 24, 2022 IST

ମୁମ୍ବାଇ ୨୪।୫: ସାଧାରଣତଃ ଖରା କିମ୍ବା ବର୍ଷାରୁ ରକ୍ଷା ପାଇବା ପାଇଁ ଆମେ ଛତା ବ୍ୟବହାର କରିଥାଉ । କିନ୍ତୁ ବଲିଉଡ୍ ଅଭିନେତାଙ୍କ କଥା କିଛି ନିଆରା । ଏମାନେ ଯେତେବେଳେ ବି ଛତା ବ୍ୟବହାର କରିପାରିବେ । ସୋମବାର ଶାହରୁଖ ଖାନ୍ ଘରୋଇ ଏୟାରପୋର୍ଟରେ ପହଞ୍ଚଥିଲେ କିନ୍ତୁ ତାଙ୍କର ଗୋଟିଏ ଫଟୋ କାହାରିକୁ ଉଠାଇବାକୁ ଦେଇନଥିଲେ । କାରଣ ସେ ଛତା ଆଢୁଆଳରେ ଲୁଚିଯାଇଥିଲେ । ସେହି ସମୟରେ ନା ଖରା ହେଉଥିଲା ନା ବର୍ଷା । ହେଲେ କାହିଁକି ଛତା ଆଢୁଆଳରେ ଲୁଚିଥିଲେ ଶାହରୁଖ ?

ଏହା ପ୍ରଥମ ଥର ନୁହେଁ ଯେଉଁଠି ଶାହରୁଖ କ୍ୟାମେରାକୁ ଲୁଚିଥିଲେ । ଏହା ପୂର୍ବରୁ ସେ ଅନେକ ଥର ଏପରି କରିସାରିଛନ୍ତି । କିନ୍ତୁ ଏଥର ଏହା ଆଶଙ୍କା କରାଯାଉଛି ଯେ ଶାହରୁଖ ତାଙ୍କ ଆଗାମୀ ଫିଲ୍ମ ଡଙ୍କି ପାଇଁ ନୂଆ ଲୁକ୍‌ରେ ଅଛନ୍ତି । ଆଉ ସେ ଏହି ନୂଆ ଲୁକ୍‌କୁ ମିଡିଆ ସାମ୍ନାରେ ଏବେ ଖୁଲାସା କରିବାକୁ ଚାହୁଁନାହାନ୍ତି । ଏଥିପାଇଁ ସେ ଛତା ଆଢୁଆଳରେ ଲୁଚିଥିଲେ, ଯେମିତି ତାଙ୍କ ନୂଆ ଲୁକ୍ କେହି ଦେଖିନପାରନ୍ତି । ଏହି ସମୟରେ ତାଙ୍କ ଷ୍ଟାଫ୍ ଏବଂ ସିକ୍ୟୁରିଟି ତାଙ୍କୁ ମିଡିଆ କ୍ୟାମେରାରୁ ବଞ୍ଚାଉଥିବା ଦେଖିବାକୁ ମିଳିଥିଲା ।

ଶାହରୁଖ ଖାନ୍‌ଙ୍କ ଆଗାମୀ ଫିଲ୍ମ ହେଉଛି ‘ପଠାନ’ । ଯେଉଁଥିପାଇଁ ଶାହରୁଖ ଭିନ୍ନ ଲୁକ୍ ରଖିଥିଲେ । କିନ୍ତୁ ତାଙ୍କର ସେହି ଲୁକ୍ ସାମ୍ନାକୁ ଆସିସାରିଛି । ଫିଲ୍ମଟି ଆସନ୍ତା ବର୍ଷ ରିଲିଜ ହେବ । ଏହି ଫିଲ୍ମରେ ଦୀପିକା ପାଦୁକୋନ୍ ଏବଂ ଜନ୍ ଅବ୍ରାହିମଙ୍କ ଭଳି ଷ୍ଟାର ନଜର ଆସିବେ । ଏହା ବ୍ୟତୀତ ସେ ତାଙ୍କ ଆଉ ଏକ ଅପକମିଂ ଫିଲ୍ମର ମଧ୍ୟ ଘୋଷଣା କରିଛନ୍ତି । ସେ ରାଜକୁମାର ହିରାନୀଙ୍କ ଫିଲ୍ମ ଡଙ୍କିରେ ନଜର ଆସିବେ । ତେବେ ଏହି ଫିଲ୍ମରେ ଶାହରୁଖଙ୍କ ଲୁକ୍ ଏବଂ ଅଭିନୟ କେମିତି ହେବ ସେନେଇ ବର୍ତ୍ତମାନ କୌଣସି ସୂଚନା ମିଳିନାହିଁ । ମାତ୍ର ଏହି ପ୍ରୋଜେକ୍ଟ ବେଶ୍ କୌତୁହଳପ୍ରଦ ହେବ । କାରଣ ୪ ବର୍ଷ ପରେ ପରଦାକୁ ଫେରିଛନ୍ତି ଶାହରୁଖ । ତାଙ୍କ ଫ୍ୟାନ୍ସ ମଧ୍ୟ ତାଙ୍କୁ ବଡ ପରଦାରେ ଦେଖିବାକୁ ବେଶ୍ ଉତ୍ସାହିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.