ଉତ୍ତରାଖଣ୍ଡ ଭଳି ହିମାଚଳରେ କାହିଁକି ପରମ୍ପରା ଭାଙ୍ଗିପାରିଲାନି ବିଜେପି? ଜାଣନ୍ତୁ କାରଣ

Published By : Prameya-News7 Bureau | December 08, 2022 IST

ଶିମଲା ୮।୧୨:  ଗୁଜରାଟରେ ରେକର୍ଡ ବିଜୟ ଭଳି ହିମାଚଳରେ ପରମ୍ପରା ଭାଙ୍ଗିପାରିନି ବିଜେପି। ଉତ୍ତରାଖଣ୍ଡରେ ଯେପରି ପୁଷ୍କର ସିଂହ ଧାମୀ ଦ୍ୱିତୀୟବାର କ୍ଷମତା ହାସଲ କରି ପ୍ରଥା ଭାଙ୍ଗିଲେ ହିମାଚଳରେ ଜୟରାମ ଠାକୁର ସରକାର ସେପରି କମାଲ କରି ପାରିନାହାନ୍ତି। ଉତ୍ତରାଖଣ୍ଡରେ କ୍ଷମତା ପରିବର୍ତ୍ତନର ପରମ୍ପରା ଭାଙ୍ଗିବା ପରେ ବିଜେପି ପଡୋଶୀ ହିମାଚଳରେ ମଧ୍ୟ ପରମ୍ପରା ଭାଙ୍ଗି ପାରିବ ବୋଲି ଆଶା ରଖିଥିଲା। ତେବେ ଜନତା କଂଗ୍ରେସ ହାତରେ କ୍ଷମତା ଅର୍ପଣ କରିଛନ୍ତି।

ହିମାଚଳରେ ହାରର କାରଣ ଖୋଜିବା ପାଇଁ ଉଦ୍ୟମ କରିବ ବୋଲି ବିଜେପି କହିଛି। ତେବେ ନିର୍ବାଚନରେ ଜନତା ଫିଡବ୍ୟାକ୍ ଭାବେ ଯେଉଁ ଭୋଟ ଦେଇଛନ୍ତି ସେଥିରେ କଂଗ୍ରେସର ମଜଭୁତ ରଣନୀତି ଓ ବିଜେପିର ବିଦ୍ରୋହୀ ଗୋଷ୍ଠୀ ହିମାଚଳରେ ପରମ୍ପରା ଭାଙ୍ଗିବାକୁ ଦେଇନଥିବା ଜଣାପଡିଛି। ଏହା ଛଡା ଜୟରାମ ଠାକୁର ସରକାର ଲାଗି କ୍ଷମତା ବିରୋଧୀ ଲହର ମଧ୍ୟ ନିର୍ବାଚନରେ ବିଜେପି ପରାଜୟର ମୁଖ୍ୟ କାରଣ ପାଲଟିଛି।

{"id":718894,"width":840,"height":471,"sizeSlug":"full","linkDestination":"none"}

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ କାଳରେ ଦଳୀୟ ବିଦ୍ରୋହୀ ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି। ଯେଉଁଥି ପାଇଁ ବିଜେପି ହିମାଚଳରେ ପରମ୍ପରା ଭାଙ୍ଗିବାକୁ ସଫଳ ହୋଇପାରିନି। ଏପରି ମାମଲାରେ ବିଜେପିର ନିର୍ବାଚନ ପରିଚାଳନା ସବୁ ବେଳେ ସଠିକ ରହିଥାଏ। ଏହି ମ୍ୟାନେଜମେଣ୍ଟ ହିମାଚଳରେ ଫେଲ ହୋଇଥିବା ଦେଖା ଯାଇଛି। ବିଜେପିକୁ ୧୬ରୁ ଅଧିକ ଆସନରେ ବିଦ୍ରେହୀମାନେ ହରାଇବାର ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି।ଏହି କାରଣରୁ ହିମାଚଳରେ ମୁଖ୍ୟମନ୍ତ୍ରୀ କ୍ଷମତା ବିରୋଧୀ ଲହରରୁ ନିଜକୁ ପାର କରିପାରିନାହାନ୍ତି।

କୌଣସି ସରକାର ଅଥବା ସିଏମ୍ ଜନତାଙ୍କ ମଧ୍ୟରେ କେତେ ଲୋକପ୍ରୀୟ ତାହା ନିର୍ବାଚନର ଫଳାଫଳ ନିର୍ଦ୍ଧାରଣ କରିଥାଏ। ଯଦି ସରକାର ବା ସିଏମ ରିପିଟ ହୁଅନ୍ତି ତେବେ ଏଠାରେ ସତ୍ତାବିରୋଧୀ ଲହରକୁ ଦାୟୀ କରାଯାଇ ପାରିନଥାନ୍ତା। ତେବେ ଜୟରାମ ଠାକୁର କ୍ଷମତାର ଚାବି ଦ୍ୱିତୀୟବାର ପାଇବାରେ ଯେପରି ବିଫଳ ହେଲେ ଏଥିରୁ ଜନତା ତାଙ୍କୁ ଖାରଜ କରିଦେଇଥିବା ପ୍ରମାଣିତ ହୋଇଛି।

{"id":718896,"width":841,"height":472,"sizeSlug":"full","linkDestination":"none"}

ତେହେ ହିମାଚଳରେ କଂଗ୍ରେସ ଜାତିଗତ ସନ୍ତୁଳନ ସାଧିବାକୁ ସଫଳ ହୋଇଛି। କଂଗ୍ରେସ ନିର୍ବାଚନ ବର୍ଷରେ ରାଜପୁତ ବର୍ଗରୁ ପ୍ରତିଭା ସିଂହଙ୍କୁ ଦଳର ଅଧ୍ୟକ୍ଷ କରିଥିଲା। ସେହିପରି ଓବିସି ପବନ କାଜଲଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରିବା ସହ ଏସସି ବର୍ଗରୁ ବିନୟ କୁମାରଙ୍କ ସମେତ ୪ ଜଣଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରିବା ଦଳ ଲାଗି ନିର୍ବାଚନ ଜିତିବା ସୁଗମ କରିଛି। ୨୦୧୧ ଜନଗଣନା ଅନୁସାରେ ହିମାଚଳର ଏକ ବୃହତ୍ତ ଆବାଦୀ ସବର୍ଣ୍ଣ ଜନତାଙ୍କର। ମୋଟ ଜନସଂଖ୍ୟାର ୩୭.୫ ପ୍ରତିଶତ ରାଜପୁତ। ପଛକୁ ରହୁଛି ଅନୁସୂଚିତ ଜାତି ଜନସଂଖ୍ୟା। ଏଠାରେ ୨୫.୨୨ ପ୍ରତିଶତ ଅନୁସୂଚିତ ଜାତିର ଲୋକେ ବସବାସ କରନ୍ତି। ଏଣୁ କଂଗ୍ରେସର ନିର୍ବାଚନୀ ତାଳମେଳ ଉପଯୁକ୍ତ ହୋଇଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.