ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଏତେ ଭୟ କାହିଁକି କରୁଛି ଅଷ୍ଟ୍ରେଲିଆ ? ରେକର୍ଡ ଦେଉଛି ଏହାର ପ୍ରମାଣ
4/02/2023 at 5:59 PM

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କାର ଟ୍ରଫିର ପ୍ରଥମ ମୁକାବିଲା ଫେବୃଆରୀ ୯ରୁ ଆରମ୍ଭ ହେଉଛି। ଏହି ସିରିଜ୍ ଭାରତ ପାଇଁ ବହୁତ ଗୁରୁତ୍ଵ ବହନ କରୁଛି। କାରଣ ଏହି ସିରିଜ୍ ଜିତିଲେ ଭାରତ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ରେ ପ୍ରବେଶ କରିବ। ଯଦି କୌଣସି ବିପର୍ଯ୍ୟୟ ଘଟେ ତେବେ ଦଳ ଫାଇନାଲ୍ ଦୌଡରୁ ବାଦ୍ ପଡିବ। ଅଷ୍ଟ୍ରେଲିଆ ପାଇଁ ବର୍ତ୍ତମାନ ସମୟରେ ସବୁଠୁ ବଡ ଚ୍ୟାଲେଞ୍ଜ ରବି ଚନ୍ଦ୍ରନ ଅଶ୍ଵିନ କାରଣ ଭାରତ ପରି ସ୍ପିନ ଟ୍ରାକରେ ଅଶ୍ଵିନଙ୍କ ମୁକାବିଲା କରିବା ବହୁତ ବଡ ମୁସ୍କିଲ।
ସବୁଠୁ ବଡ ଚକିତ କର କଥା ଯେବେ ଅଷ୍ଟ୍ରେଲିଆ ଭାରତର ମହେଶ ଥିପିଆଙ୍କୁ ନେଟ୍ ବୋଲର ହିସାବରେ ନିଜ ଦଳ ସହ ଯୋଡିଛି। ମହେଶ ଥିପିଆ ଅଶ୍ଵିନଙ୍କ ପରି ଅବିକଳ ବୋଲିଂ କରନ୍ତି। ତାଙ୍କର ଆକ୍ସନ, ବୋଲିଂ କରିବାର ଶୈଳୀ ଏବଂ ଟ୍ରିକ୍ସ ଅଶ୍ଵିନଙ୍କ ସହ ପ୍ରାୟ ମେଳ ଖାଇଥାଏ। ଅଷ୍ଟ୍ରେଲିଆର ବ୍ୟାଟର ସଂପୂର୍ଣ୍ଣ ଭାବେ ଅଶ୍ଵିନଙ୍କ ପାଇଁ ପ୍ରସ୍ତୁତ ହେବାକୁ ଚାହାନ୍ତି।
ଭାରତୀୟ ଦଳର ପୂର୍ବତନ ବ୍ୟାଟର ଓ୍ଵାସିମ ଜାଫର କହିଛନ୍ତି, ପ୍ରଥମ ଟେଷ୍ଟ ଆରମ୍ଭ ହେବାକୁ ଆଉ ପାଞ୍ଚ ଦିନ ବାକି ରହିଛି। ଏବେଠୁ କଙ୍ଗାରୁ ଦଳର ମନରେ ଅଶ୍ଵିନଙ୍କ ପ୍ରତି ଭୟ ସଞ୍ଚାର ହୋଇ ସାରିଛି। ତେବେ ପ୍ରଶ୍ନ ଉଠୁଛି ଯେ, ଅଷ୍ଟ୍ରେଲିଆ ଦଳ ରବିଚନ୍ଦ୍ରନ ଅଶ୍ଵିନକୁ ଅଷ୍ଟ୍ରେଲିଆ ଦଳ ଏତେ କାହିଁକି ଭୟ କରୁଛି। କାରଣ ଘରୋଇ ମାଟିରେ ଅଶ୍ଵିନଙ୍କ ରେକର୍ଡ ଏମିତି ରହିଛି, ଯାହା ଦେଖିଲେ ଅନ୍ୟ ଦଳ ଚିନ୍ତାରେ ପଡିବା ସ୍ଵାଭାବିକ।

ରବିଚନ୍ଦ୍ରନ ଅଶ୍ଵିନ ଭାରତ ପାଇଁ ଟେଷ୍ଟ କ୍ରିକେଟ୍ରେ ଦ୍ଵିତୀୟ ସବୁଠୁ ସଫଳ ବୋଲର। ଅଶ୍ଵିନ ଅଦ୍ୟାବଧି ୮୮ ଟେଷ୍ଟ ମ୍ୟାଚ୍ରେ ୪୪୯ ଓ୍ଵିକେଟ୍ ଦଖଲ କରି ସାରିଛନ୍ତି। ସେ ୩୦ ଥର ଗୋଟିଏ ପାଳିରେ ୫ ଓ୍ଵିକେଟ୍ ନେଇ ସାରିଛନ୍ତି। ସାତ ଥର ୧୦ କିମ୍ବା ସେଥିରୁ ଅଧିକ ଓ୍ଵିକେଟ୍ ନେଇଛନ୍ତି।
ଅଷ୍ଟ୍ରେଲିଆ ବିପକ୍ଷରେ ରବିଚନ୍ଦ୍ରନ ଅଶ୍ଵିନ ଏ ପର୍ଯ୍ୟନ୍ତ ୧୮ ଟେଷ୍ଟ ଖେଳି ୮୯ ଓ୍ଵିକେଟ୍ ନେଇଛନ୍ତି। ନିଜ କ୍ୟାରିୟରରେ ଅଶ୍ଵିନ ଯଦି କୌଣସି ଦଳ ବିପକ୍ଷରେ ସର୍ବାଧିକ ଓ୍ଵିକେଟ୍ ନେଇଛନ୍ତି ତାହା ହେଉଛି ଅଷ୍ଟ୍ରେଲିଆ। ଏଥିରୁ ୫୦ ଓ୍ଵିକେଟ୍ ଭାରତରେ ହୋଇଥିବା ଟେଷ୍ଟ ମ୍ୟାଚ୍ରୁ ଆସିଛି।
ଅଶ୍ଵିନ ନିଜ କ୍ୟାରିୟରରେ ଡେଭି୍ଡ ଓ୍ଵାର୍ଣ୍ଣରଙ୍କୁ ୧୦ ଥର, ଷ୍ଟିଭ୍ ସ୍ମିଥଙ୍କୁ ୬ ଥର ଆଉଟ୍ କରିଛନ୍ତି। ଏହି ଦୁଇ ବ୍ୟାଟର ଅଷ୍ଟ୍ରେଲିଆ ଦଳ ବ୍ୟାଟିଂର ମେରୁଦଣ୍ଡ। ଏହି କାରଣରୁ ଭାରତ ଅଶ୍ଵିନଙ୍କ ଉପରେ ବହୁତ ନିର୍ଭରଶୀଳ।
ରବିଚନ୍ଦ୍ରନ ଅଶ୍ଵିନଙ୍କ ରେକର୍ଡ
୮୮ ଟେଷ୍ଟ, ୪୪୯ ଓ୍ଵିକେଟ୍, ୨୪.୫୦ ହାର
୫୯/୭ ସର୍ବଶ୍ରେଷ୍ଠ, ୫ ଓ୍ଵିକେଟ୍- ୩୦ ଥର, ୧୦ ଓ୍ଵିକେଟ୍- ୭ ଥର
ଟେଷ୍ଟ କ୍ରିକେଟ୍ରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର
୧ – ମୁଥେୟା ମୁରଲୀଧରଣ, ୧୩୩ ମ୍ୟାଚ୍, ୮୦୦ ଓ୍ଵିକେଟ୍
୨ – ସେନ ଓ୍ଵର୍ଣ୍ଣ, ୧୪୫ ମ୍ୟାଚ୍, ୭୦୮ ଓ୍ଵିକେଟ୍ଟ
୩ – ଜେମ୍ସ ଆଣ୍ଡରସନ, ୧୭୭ ମ୍ୟାଚ୍, ୬୭୫ ଓ୍ଵିକେଟ୍
୪ – ଅନିଲ କୁମ୍ବଲେ, ୧୩୨ ମ୍ୟାଚ୍, ୬୧୯ ଓ୍ଵିକେଟ୍
୫ – ଷ୍ଟୁଆର୍ଟ ବ୍ରଡ- ୧୫୯ ମ୍ୟାଚ୍, ୫୬୬ ଓ୍ଵିକେଟ୍
୬ – ଗ୍ଲେନ ମ୍ୟାକଗ୍ରା, ୧୨୪ ଟେଷ୍ଟ, ୫୬୩ ଓ୍ଵିକେଟ୍
୭ – କର୍ଟନି ଓ୍ଵାଲ୍ସ- ୧୩୨ ଟେଷ୍ଟ, ୫୧୯ ଓ୍ଵିକେଟ୍
୮ – ନାଥନ ଲାୟନ, ୧୧୫ ଟେଷ୍ଟ, ୪୬୦ ଓ୍ଵିକେଟ୍
୯ – ରବିଚନ୍ଦ୍ରନ ଅଶ୍ଵିନ, ୮୮ ଟେଷ୍ଟ, ୪୪୯ ଓ୍ଵିକେଟ୍
୧୦ – ଡେଲ୍ ଷ୍ଟେନ- ୯୩ ଟେଷ୍ଟ, ୪୩୯ ଓ୍ଵିକେଟ୍