ମହାଭାରତ ଯୁଦ୍ଧ ଶେଷ ହେବାପରେ ଭଷ୍ମ ହୋଇଯାଇଥିଲା ଅର୍ଜୁନଙ୍କ ରଥ : ଜାଣନ୍ତୁ କାହିଁକି

Published By : Prameya-News7 Bureau | May 24, 2020 IST

ଭୁବନେଶ୍ୱର ୨୪/୦୫ : ମହାଭାରତକୁ ଭାରତର ଐତିହାସିକ ତଥା ଦାର୍ଶନିକ ଗ୍ରନ୍ଥ ବୋଲି କୁହାଯାଏ | ମହାଭାରତକୁ ମହାକାବ୍ୟ ଭାବେ ଲେଖାଯାଇଛି | ଏହା ବିଶ୍ୱର ସବୁଠାରୁ ବଡ ମହାକାବ୍ୟ ଗ୍ରନ୍ଥ ଯେଉଁଥିରେ ପାଖାପାଖି ଏକ ଲକ୍ଷ ଶ୍ଳୋକ ରହିଛି | ମହାଭାରତ ମହର୍ଷି ବେଦବ୍ୟାସ ଲେଖିଥିଲେ | ମହାଭାରତ ଯୁଦ୍ଧ କୁରୁକ୍ଷେତ୍ରରେ ହୋଇଥିଲା | ତେବେ ଯୁଦ୍ଧ କେବେ ହୋଇଥିଲା ତାକୁ ନେଇ ଅନେକ ମତଭେଦ ରହିଛି | ଭାରତୀୟ ପରମ୍ପରା, ମହାଭାରତ ଏବଂ ପୌରାଣିକ ସାହିତ୍ୟ ଅନୁସାରେ ମହାଭାରତ ଯୁଦ୍ଧ ପାଞ୍ଚ ହଜାର ବର୍ଷ ପୂର୍ବରୁ ହୋଇଥିଲା | ମହାଭାରତ ଯୁଦ୍ଧ ସମ୍ବନ୍ଧରେ ଅନେକ ଜଣ ଅଜଣା ତଥ୍ୟ ରହିଛି | ଯୁଦ୍ଧରେ କୌରବ ସେନାରେ ଭୀଷ୍ମ ପିତାମହ, ଗୁରୁ ଦ୍ରୋଣାଚାର୍ଯ୍ୟ, ମହାରଥୀ କର୍ଣ୍ଣ ସାମିଲ ଥିଲେ | ସେଥିପାଇଁ ଦୁର୍ଯ୍ୟୋଧନ ଭାବୁଥିଲେ ସେ ଯୁଦ୍ଧରେ ପାଣ୍ଡବଙ୍କୁ ପରାସ୍ତ କରିଦେବେ | କିନ୍ତୁ ପାଣ୍ଡବଙ୍କ ପକ୍ଷରେ ଥିଲେ ସ୍ୱୟଂ ଶ୍ରୀକୃଷ୍ଣ | ସେ ଅର୍ଜୁନଙ୍କ ସାରଥୀ ଥିଲେ | ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଶ୍ରୀକୃଷ୍ଣ ହନୁମାନଙ୍କୁ ପ୍ରାର୍ଥନା କରି ନିଜ ରଥ ଉପରେ ଧ୍ବଜା ସହ ବିରାଜମାନ କରିବାକୁ ଅର୍ଜୁନଙ୍କୁ ପରାମର୍ଶ ଦେଇଥିଲେ | ଅର୍ଜୁନ ଶ୍ରୀକୃଷ୍ଣଙ୍କ ସବୁ କଥାକୁ ଅନୁସରଣ କରୁଥିଲେ |

{"id":275405,"sizeSlug":"large"}

ଜାଣନ୍ତୁ ଅର୍ଜୁନଙ୍କ ରଥ ସହ ଜଡିତ ଏକ ପ୍ରଚଳିତ କଥା

ମହାଭାରତ ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସାରଥୀ ଥିଲେ | ଅର୍ଜୁନଙ୍କ ରଥ ଶ୍ରୀକୃଷ୍ଣ ଚଲାଉଥିଲେ | ସ୍ୱୟଂ ଶେଷନଗ ରଥ ଚକକୁ ଧରି ରଖିଥିଲେ ଯେପରିକି ଦିବ୍ୟାସ୍ତ୍ର ପ୍ରୟୋଗ କଲେ ମଧ୍ୟ ରଥ ପଛକୁ ନ ଘୁଞ୍ଚିବ | ସ୍ୱୟଂ ଶ୍ରୀକୃଷ୍ଣ, ହନୁମାନ ଓ ଶେଷନଗ ଅର୍ଜୁନଙ୍କ ରଥକୁ ରକ୍ଷା କରିଥିଲେ | ଯୁଦ୍ଧରେ ପାଣ୍ଡବ କୌରବଙ୍କୁ ପରାସ୍ତ କରିଥିଲେ | ଯୁଦ୍ଧ ସମାପ୍ତ ହେବାପରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ରଥରୁ ଓହ୍ଲାଇବାକୁ କହିଥିଲେ | ପ୍ରଥମେ ଶ୍ରୀକୃଷ୍ଣ ଓହ୍ଲାଇବା ପରେ ସେ ନିଜେ ଓହ୍ଲାଇବେ ବୋଲି ଆଜ୍ଞା କହିଥିଲେ | କିନ୍ତୁ ଶ୍ରୀକୃଷ୍ଣ ମନା କରିଦେଇଥିଲେ | ପ୍ରଥମେ ଅର୍ଜୁନଙ୍କୁ ରଥରୁ ଓହ୍ଲାଇବାକୁ ଶ୍ରୀକୃଷ୍ଣ କହିଥିଲେ |   

{"id":275407,"width":573,"height":368,"sizeSlug":"large"}

ଶ୍ରୀକୃଷ୍ଣଙ୍କ କଥା ମାନି ଅର୍ଜୁନ ପ୍ରଥମେ ରଥରୁ ଓହ୍ଲାଇ ପଡ଼ିଥିଲେ | ଏହାପରେ ଶ୍ରୀକୃଷ୍ଣ ଓହ୍ଲାଇଥିଲେ | ଏହାପରେ ଶେଷନଗ ପାତାଳ ଚାଲି ଯାଇଥିଲେ ଏବଂ ହନୁମାନ ରଥରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ | ଯେମିତି ସମସ୍ତେ ରଥରୁ ଓହ୍ଲାଇ ପଡିଲେ ଅର୍ଜୁନଙ୍କ ରଥରେ ନିଆଁ ଲାଗିଗଲା | ଦେଖୁ ଦେଖୁ ସମ୍ପୂର୍ଣ ରଥ ଜଳିଗଲା | ଏହା ଦେଖି ଅର୍ଜୁନ ଆଶ୍ଚର୍ଯ୍ୟ ହୋଇଗଲେ | ସେ ଶ୍ରୀକୃଷ୍ଣ ପଚାରିଲେ ରଥରେ ନିଆଁ କେମିତି ଲାଗିଲା | 

{"id":275408,"sizeSlug":"large"}

ଅର୍ଜୁନଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ଖୁବ ସୁନ୍ଦର ଜବାବ ଦେଇଥିଲେ | ସେ କହିଥିଲେ ରଥ ଭୀଷ୍ମ ପିତାମହ, ଗୁରୁ ଦ୍ରୋଣ ଓ ମହାରଥୀ କର୍ଣ୍ଣଙ୍କ ଦିବ୍ୟାସ୍ତ୍ର ପ୍ରହାରରେ ନଷ୍ଟ ହୋଇ ସାରିଥିଲା | କିନ୍ତୁ ରଥରେ ହନୁମାନ ବିରାଜମାନ କରିଥିଲେ ଏବଂ ସେ ସ୍ୱୟଂ ରଥର ସାରଥୀ ଥିଲେ | ସେଥିପାଇଁ କେବଳ ତାଙ୍କ ସଂକଳ୍ପ ଯୋଗୁଁ ରଥ ଚାଲୁଥିଲା | କିନ୍ତୁ ରଥର କାମ ସମ୍ପୂର୍ଣ ହୋଇସାରିଛି | ସେଥିପାଇଁ ସେ ରଥ ଛାଡି ଦେଲେ ଏବଂ ରଥରୁ ଓହ୍ଲାଇ ପଡ଼ିଥିଲେ | ସେ ନିଜେ ରଥରୁ ଓହ୍ଲାଇ ପଡିବା ପରେ ରଥ ଭସ୍ମ ହୋଇଯାଇଥିଲେ ବୋଲି ସେ ଅର୍ଜୁନଙ୍କୁ କହିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.