ଭୁବନେଶ୍ବର୯/୭: ଫେବ୍ରୁଆରୀ ମାସରେ NH-୧୬ ଆଇଗଣିଆ ଓଭରବ୍ରିଜ ଉଦ୍ଘାଟନ ହୋଇଥିଲା। ୬ ମାସ ୧୫ ଦିନ ଯାଇନି ରାସ୍ତା ହଠାତ ୩ ଫୁଟ୍ ଦବିଯାଇଛି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜି । ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣି NHAI(ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ)କୁ ଦାୟୀ କରିଛି ବିଏମ୍ସି । ଓଭରବ୍ରିଜ ନିର୍ମାଣର ୬ ମାସ ଭିତରେ ଦବିବା ଆଶ୍ଚର୍ଯ୍ୟଜନକ । ବ୍ୟସ୍ତବହୁଳ ରାସ୍ତାରେ ଏଭଳି ଅବସ୍ଥା ମୃତ୍ୟୁକୁ ନିୟନ୍ତ୍ରଣ କରୁଛି । କେବଳ ଆଇଗଣିଆ ବ୍ରିଜ ନୁହେଁ ସମସ୍ତ ନିର୍ମାଣାଧୀନ ବ୍ରିଜ ଯାଞ୍ଚ ହେବା ଦରକାର । ରାସ୍ତା ଦବିବାର କାରଣ ଜାଣିବା ନିହାତି ଦରକାର । ନଚେତ ବିହାର ଭଳି ଓଡ଼ିଶାରେ ଏଭଳି ସ୍ଥିତି ହେବ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ । NHAI ର ଯେଉଁମାନେ ରାସ୍ତା କାମ ପାଇଁ ଟେଣ୍ଡର ନେଉଛନ୍ତି ସେମାନେ ନିମ୍ନ ମାନର କାମ କରୁଛନ୍ତି ଏଥିରୁ ସ୍ପଷ୍ଟ ହୋଇଚି। ଏଣୁ ଏହାର ଯାଞ୍ଚ କରାଯାଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସେହିଭଳି NHAI ଅନେକ କାମରେ ଅବହେଳା କରୁଚି ଓ ବିଏମ୍ ସି ଦୋଷୀ ହେଉଚି। ଜୁନ ୧୦ ସୁଦ୍ଧା ପଳାଶୁଣି ଓଭର୍ ବ୍ରିଜ କାମ ଶେଷ କରିବାକୁ କୁହାଯାଇଥିଲା କିନ୍ତୁ ସରିଲା ନାହିଁ। ଅନେକ ଡ୍ରେନ୍ କାମ NHAI ଯୋଗୁଁ ଅଟକି ରହିଚି ଫଳରେ ଜଳବନ୍ଦୀ ସମସ୍ୟା ହେଉଥିବା କହିଛନ୍ତି ମେୟର ।ସେପଟେ NHAIର ଆଞ୍ଚଳିକ ନିର୍ଦ୍ଦେଶକ ବୀରେନ୍ଦ୍ର ସିଂ କହିଛନ୍ତି ପାଣି ଜକେଇବାରୁ ମାଟି ତଳକୁ ଖସିଗଲା । ତେବେ କେଉଁ ପରିସ୍ଥିତିରେ ବାଲି ଭର୍ତ୍ତି କରିବା ବଦଳରେ ମାଟି ଭର୍ତ୍ତି କରାଯାଇଛି ତାର ତର୍ଜମା କରାଯିବ । ଘଟଣାସ୍ଥଳକୁ ଯାଇ ସେ ନିଜେ ତଦନ୍ତ କରିବା ସହ NHକୁ ତୁରନ୍ତ ମରାମତି କରାଯାଇଛି ।