ଟ୍ରେନ ଟିକେଟ୍‌ରେ କାହିଁକି ଲେଖାଯାଏ ୫ ଅଙ୍କର ନମ୍ବର, ଜାଣନ୍ତୁ ଏହାର ମହତ୍ଵ ଏବଂ ଜରୁରୀ ସୂଚନା ବିଷୟରେ

Published By : Prameya-News7 Bureau | December 19, 2022 IST

ନୂଆଦିଲ୍ଲୀ: ଟିକେଟ୍ ବିନା ଟ୍ରେନରେ ଯାତ୍ରା କରିବା ମୁସ୍କିଲ। ତେଣୁ ଆମେ ସମସ୍ତେ ଟ୍ରେନରେ ଟିକେଟ୍ ସହ ଯାତ୍ରା କରିଥାଉ। ମାତ୍ର ଟିକେଟ୍ ଉପରେ ଲେଖା ହୋଇଥିବା ନମ୍ବର ଉପରେ ବହୁତ କମ ଲୋକ ଧ୍ୟାନ ଦେଇଥାନ୍ତି। ଆମେ କହୁଛୁ ସେହି ୫ ଅଙ୍କ ବିଶିଷ୍ଟ ନମ୍ବର ଯାହା ପ୍ରତିଟି ଟ୍ରେନ ଟିକେଟ୍ ଉପରେ ପ୍ରିଣ୍ଟ ହୋଇଥାଏ। କଣ ଆପଣ ଜାଣିଛନ୍ତି ଟିକେଟ୍ ଉପରେ ଏହି ପାଞ୍ଚ ଅଙ୍କର ନମ୍ବର କାହିଁକି ଲେଖାଯାଏ ? ଏହାର ମହତ୍ଵ କଣ ? ଯଦି ଜାଣି ନାହାନ୍ତି ତେବେ ଚାଲନ୍ତୁ ଜାଣିବା।

ଏହି ୫ ଅଙ୍କ ନମ୍ବରରେ ଯାତ୍ରା ସଂପର୍କିତ ସମସ୍ତ ସୂଚନା ରହିଥାଏ। ଯଦି ଆପଣ ଏହି ୫ ଅଙ୍କ ନମ୍ବରକୁ ଡିକୋଡ୍ କରିବା ଜାଣି ନେବେ ତେବେ ନିଜର ଯାତ୍ରା ସଂପର୍କିତ ସମସ୍ତ ସୂଚନା ହାସଲ କରି ପାରିବେ। ଏହି ନମ୍ବର ଜରିଆରେ ଆପଣ ଜାଣି ପାରିବେ ଯେ, ଯାତ୍ରା କେଉଁଠି ଅଞ୍ଚଳରେ ହେଉଛି। ଏହି ନମ୍ବରରେ ଆପଣ ଟ୍ରେନର ସ୍ଥିତିଠୁ ନେଇ କାଟାଗୋରୀ ପର୍ଯ୍ୟନ୍ତ ସୂଚନା ହାସଲ କରି ପାରିବେ। କୌଣସି ବି ରୁଟ୍‌ରେ ଚାଲୁଥିବା ଟ୍ରେନର ସ୍ଵତନ୍ତ୍ର ନମ୍ବର ରହିଥାଏ। ଏହା ହିଁ ଟ୍ରେନର ପରିଚୟ ହୋଇଥାଏ। ୫ ଅଙ୍କ ବିଶିଷ୍ଟ ଏହି ନମ୍ବରରେ ୦ ରୁ ୯ ପର୍ଯ୍ୟନ୍ତ ଅଙ୍କ ରହିଥାଏ।

ପ୍ରଥମ ଅଙ୍କ ୦ରେ ରହିବାର ଅର୍ଥ କଣ ?

ଟ୍ରେନର ଟିକେଟ୍‌ରେ ୫ ଡିଜିଟ୍‌ ବିଶିଷ୍ଟ ନମ୍ବରରେ ୦ରୁ ୯ ପର୍ଯ୍ୟନ୍ତ ସଂଖ୍ୟା ରହିଥାଏ। ଆଗରେ ଯଦି ୦ ରହିଥାଏ ତେବେ ଏହାର ଅର୍ଥ ଆପଣଙ୍କ ଟ୍ରେନ ସ୍ପେଶାଲ କାଟାଗୋରୀରେ ଆସୁଛି। ଅର୍ଥାତ ଏହି ଟ୍ରେନ ହୋଲିଡେ ସ୍ପେଶାଲ କିମ୍ବା ସମର ସ୍ପେଶାଲ ଟ୍ରେନ ହୋଇପାରେ। ଉତ୍ସବ ଅବସରରେ ଚାଲୁଥିବା ସ୍ପେଶାଲ ଟ୍ରେନର ନମ୍ବର ମଧ୍ୟ ୦ରୁ ଆରମ୍ଭ ହୋଇଥାଏ।

୧ ରୁ ୪ ପର୍ଯ୍ୟନ୍ତ ଅଙ୍କ ରହିଥିଲେ

ଟ୍ରେନ ଟିକେଟ୍‌ର ପ୍ରଥମ ସଂଖ୍ୟା ଯଦି ୧ କିମ୍ବା ୨ରୁ ଆରମ୍ଭ ହୁଏ ତେବେ ଏହାର ଅର୍ଥ ଟ୍ରେନ ଲମ୍ବା ଯାତ୍ରା ବିଶିଷ୍ଟ। ଏହା ଶତାବ୍ଦୀ, ରାଜଧାନୀ, ଜନ ସାଧାରଣ, ସଂପର୍କ କ୍ରାନ୍ତି, ଦୂରନ୍ତ ଏବଂ ଗରିବ ରଥ ମଧ୍ୟରୁ କୌଣସି ଗୋଟିଏ ହୋଇଥିବ। ଯଦି ଟିକେଟ୍‌ର ପ୍ରଥମ ନମ୍ବର ୩ ରହିଥିବ ତେବେ ଏହି ଟ୍ରେନ କୋଲକାତା ସବ ଅର୍ବାନ ଟ୍ରେନ। ପ୍ରଥମ ଅଙ୍କ ୪ ହୋଇଥିଲେ, ନୂଆଦିଲ୍ଲୀ, ଚେନ୍ନାଇ, ସିକନ୍ଦରାବାଦ ଏବଂ ଅନ୍ୟ ମେଟ୍ରୋ ସିଟିର ସବ୍ ଅର୍ବାନ ଟ୍ରେନ ହୋଇଥିବ।

୫, ୬, ୭, ୮ ଏବଂ ୯ର ଅର୍ଥ

ଯଦି ଟ୍ରେନ ଟିକେଟ୍ ଉପରେ ଲେଖା ହୋଇଥିବା ନମ୍ବରର ପ୍ରଥମ ଅଙ୍କ ୫ ହୋଇଥାଏ ତେବେ ଏହା ଯାତ୍ରୀବାହୀ ଗାଡି। ଯଦି ପ୍ରଥମ ଅଙ୍କ ୬ ହୋଇଥାଏ ତେବେ ଏହା ମେମୁ ଟ୍ରେନ। ଯଦି ଟିକେଟ୍‌ର ପ୍ରଥମ ନମ୍ବର ୭ ହୋଇଥାଏ ତେବେ ଏହା ଡେମୁ ଟ୍ରେନ। ୮ ହୋଇଥିଲେ ଏହା ସଂରକ୍ଷିତ ଟ୍ରେନ। ପ୍ରଥମ ଅଙ୍କ ୯  ହୋଇଥିବାର ଅର୍ଥ ଏହା ମୁମ୍ବାଇର ସବ ଅର୍ବାନ ଟ୍ରେନ।

ଦ୍ଵିତୀୟ ଏବଂ ତୃତୀୟ ଅଙ୍କ ବିଷୟରେ ଜାଣନ୍ତୁ

୫ ଅଙ୍କର ନମ୍ବରରେ ଦ୍ଵିତୀୟ ଏବଂ ଏହା ପରବର୍ତ୍ତୀ ନମ୍ବର ଡିଜିଟ୍ ଅନୁସାରେ ରହିଥାଏ। ଯଦି କୌଣସି ଟ୍ରେନର ପ୍ରଥମ ନମ୍ବର ୦, ୧ କିମ୍ବା ୨ରୁ ଆରମ୍ଭ ହୋଇଥାଏ ତେବେ ବାକି ୪ ନମ୍ବର ରେଲଓ୍ଵେ ଜୋନ୍ ଏବଂ ଡିଭିଜନ ବିଷୟରେ ଦର୍ଶାଇଥାଏ।

୦ - କୋଙ୍କଣ ରେଲଓ୍ଵେ

୧ - ସେଣ୍ଟ୍ରାଲ ରେଲଓ୍ଵେ, ଓ୍ଵେଷ୍ଟ-ସେଣ୍ଟ୍ରାଲ ରେଲଓ୍ଵେ, ନର୍ଥ ସେଣ୍ଟ୍ରାଲ ରେଲଓ୍ଵେ

୨- ସୁପରଫାଷ୍ଟ, ଶତାବ୍ଦୀ, ଜନ ଶତାବ୍ଦୀ। ଏହି ଟ୍ରେନଗୁଡିକର ପରବର୍ତ୍ତୀ ଡିଜିଟ୍ ଜୋନ୍ କୋଡ୍ ଦର୍ଶାଇଥାଏ।

୩  - ଇଷ୍ଟର୍ଣ୍ଣ ରେଲଓ୍ଵେ, ଇଷ୍ଟ ସେଣ୍ଟ୍ରାଲ ରେଲଓ୍ଵେ

୪ - ନର୍ଥ ରେଲଓ୍ଵେ, ନର୍ଥ ସେଣ୍ଟ୍ରାଲ ରେଲଓ୍ଵେ, ନର୍ଥ ଓ୍ଵେଷ୍ଟର୍ଣ୍ଣ ରେଲଓ୍ଵେ

୫ - ନ୍ୟାସନାଲ ଇଷ୍ଟର୍ଣ୍ଣ ରେଲଓ୍ଵେ, ନର୍ଥ ଇଷ୍ଟ ଫ୍ରଣ୍ଟିୟର ରେଲଓ୍ଵେ

୬ - ସାଉଦର୍ଣ୍ଣ ରେଲଓ୍ଵେ, ସାଉଦର୍ଣ୍ଣ ଓ୍ଵେଷ୍ଟର୍ଣ୍ଣ ରେଲଓ୍ଵେ

୭ - ସାଉଦର୍ଣ୍ଣ ସେଣ୍ଟ୍ରାଲ ରେଲଓ୍ଵେ, ସାଉଦର୍ଣ୍ଣ ଓ୍ଵେଷ୍ଟର୍ଣ୍ଣ ରେଲଓ୍ଵେ

୮ - ସାଉଦର୍ଣ୍ଣ ଇଷ୍ଟର୍ଣ୍ଣ ରେଲଓ୍ଵେ, ଇଷ୍ଟ କୋଷ୍ଟ ରେଲଓ୍ଵେ

୯ - ଓ୍ଵେଷ୍ଟର୍ଣ୍ଣ ରେଲଓ୍ଵେ, ନର୍ଥ ଓ୍ଵେଷ୍ଟର୍ଣ୍ଣ ରେଲଓ୍ଵେ ଏବଂ ଓ୍ଵେଷ୍ଟର୍ଣ୍ଣ ସେଣ୍ଟ୍ରାଲ ରେଲଓ୍ଵେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.