ବନ୍ଦ ନିର୍ଦ୍ଦେଶ ଦେବା ପରେ ୩୩ ହଜାର ନଡ଼ାପୋଡ଼ି ଘଟଣା ଘଟିଲା କେମିତି? ପଞ୍ଜାବ ସରକାରଙ୍କୁ ଏନ୍‌ଜିଟିଙ୍କ କଡ଼ା ସମାଲୋଚନା

Published By : Prameya-News7 Bureau | November 20, 2023 IST

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ନେଇ ଚିନ୍ତା ବଢ଼ୁଥିବା ବେଳେ ପଞ୍ଜବାର ଚାଷୀମାନେ କିନ୍ତୁ ସୁଧୁରୁ ନାହାନ୍ତି। ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି) ବାରମ୍ବାର ତାଗିଦ ପରେ ବି ପଞ୍ଜାବରେ ନଡ଼ାପୋଡ଼ି ବନ୍ଦ ହେଉ ନାହିଁ।

ଏନେଇ ସୋମବାର ପଞ୍ଜାବ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଏନ୍‌ଜିଟି। ତୁରନ୍ତ ନଡ଼ାପୋଡ଼ି ରୋକିବାକୁ ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପଞ୍ଜାବ ସରକାର କୋର୍ଟଙ୍କ ନିର୍ଦ୍ଦେଶ ମାନିବାରେ ଫେଲ୍ ମାରିଛନ୍ତି ବୋଲି ଏନ୍‌ଜିଟି କହିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପଞ୍ଜାବ ସରକାରଙ୍କୁ ସମ୍ପୂର୍ଣ୍ଣ ବିଫଳ ପ୍ରଶାସନ ବୋଲି କହି ଏନ୍‌ଜିଟି କ୍ଷୋଭ ପ୍ରକାଶ କରିଛି। ଏନ୍‌ଜିଟି କହିଛି “ପ୍ରଶାସନର ସମ୍ପୂର୍ଣ୍ଣ ବିଫଳତା। ଘଟଣାକୁ ଯେତେବେଳେ ଗୁରତର ସହ ନିଅଗଲା, ସେତେବେଳେ ୬୦୦ ନଡ଼ାପୋଡ଼ି ଘଟଣା ଘଟିଥିଲା। ହେଲେ  ଏନ୍‌ଜିଟି ଓ ସୁପ୍ରିମକୋର୍ଟ ଘଟଣାକୁ ଗୁରୁତର ସହ ନେବା ପରେ ୩୩ ହଜାର ଘଟଣା ଘଟିଲାଣି। ଏବଂ ଆପଣ ଏବେ ବି କହୁଛନ୍ତି ଯେ ଆପଣ ଉଦ୍ୟମ କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଆପଣଙ୍କ ପ୍ରଶାସନର ବିଫଳତା। ପୂରା ପ୍ରଶାସନ ଏ ଦିଗରେ କାମ କରୁଛି ତଥାପି ଆପଣ ଫେଲ୍ ମାରୁଛନ୍ତି। ”

ଉଲ୍ଲଂଘନକାରୀଙ୍କ ବିରୋଧରେ ପଞ୍ଜାବ ସରକାର ଭାବ ପସନ୍ଦ ନା ପସନ୍ଦ ନ୍ୟାୟରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ପଞ୍ଜାବ ସରକାର କହିଥିଲେ ଯେ ୧୫୦୦ ନାଡ଼ାପୋଡ଼ି ଅଭିଯୁକ୍ତଙ୍କ ମଧ୍ୟରୁ ମାତ୍ର ୮୨୯ ଜଣଙ୍କ ବିରୋଧରେ ମାମଲା ଦାୟର କରାଯାଇଛି। ଏହାପରେ ଏନ୍‌ଜିଟି ପସନ୍ଦ ନା ପସନ୍ଦର କଥା ଉଠାଇ ଭଗୱନ୍ତ ମାନ ସରକାରଙ୍କୁ ସମାଲୋଚନା କରିଥିଲେ।  

ପଢ଼ନ୍ତୁ-ବାୟୁ ପ୍ରଦୂଷଣ ନେଇ ୪ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ତାଗିତ; ବଳପୂର୍ବକ ହେଉ କିମ୍ବା ପ୍ରୋତ୍ସାହନ ଦେଇ ନଡ଼ା ପୋଡ଼ି ବନ୍ଦ କର

ମାମଲା ଦାୟର କରିବା ଗୋଟିଏ ଦିନ ଘଟଣାର ପ୍ରାୟ ଏକ ଚତୁର୍ଥାଂଶ ହେବ। କାହିଁକି ସମସ୍ଥଙ୍କ ବିରୋଧରେ ମାମଲା କରାଯାଉ ନାହିଁ ବୋଲି ଏନ୍‌ଜିଟି କହିଛି। ଗ୍ରୀନ ଟ୍ରିବ୍ୟୁନାଲ ଆହୁରି କହିଛି “ ହୁଏତ ଆପଣଙ୍କ ସ୍ଲୋଗାନ ହେଉଛି ଦୟାକରି ଅଣନିଶ୍ୱାସୀ ରୁହ। ବୋଧହୁଏ ଆପଣଙ୍କ ରାଜ୍ୟ ସମସ୍ୟାକୁ ଗୁରୁତ୍ୱକୁ ବୁଝୁ ନାହିଁ। ଏଥିରେ ଆପଣଙ୍କ ରଜ୍ୟର ଅଧିକ ଭୂମିକା ରହିଛି।”

ସୂଚନା ଥାଉକି ଦିଲ୍ଲୀରେ ଦେଖାଯାଉଥିବା ଭୟଙ୍କର ପ୍ରଦୂଷଣର କାରଣ ପଞ୍ଜାବ ଓ ହରିଆଣାରେ ହେଉଥିବା ବହୁ ସଂଖ୍ୟାରେ ନଡ଼ାପୋଡ଼ି ଘଟଣାକୁ ଦାୟୀ କରାଯାଉଛି। ଏହି ଦୁଇ ରାଜ୍ୟରେ ଚାଷୀମାନେ ଧାନ ଅମଳ ପରେ ଅବଶିଷ୍ଟାଂସ ନଡ଼ାକୁ ଖତର ପାଇଁ ଖେତର ପୋଡ଼ି ଦେଉଛନ୍ତି। ଯାହାର ଧୂଆଁ ଦିଲ୍ଲୀର ବାୟୁ ମଣ୍ଡଳ ଦୂଷିତ କରୁଛି।

ଏନେଇ ସୁପ୍ରିମକୋର୍ଟ ବାରମ୍ବାର ତାଗିଦ କରିବା ପରେ ନା ରାଜ୍ୟର ଚାଷୀ ସୁଧୁରୁଛନ୍ତି ନା ସେଠାକାର ସରକାର କଥାକୁ ଗୁରୁତର ସହ ନେଉଛନ୍ତି। ସେପଟେ ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ଭେରି ପୋର୍‌ ଏବଂ ପୋର୍ ବର୍ଗରେ ସର୍ବଦା ରହୁଛି। ବେଳେ ବେଳେ ସ୍ଥିତି ଭୟଙ୍କର ହୋଇଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.