ବିରାଟଙ୍କ ହାତରେ ମ୍ୟାଜିକାଲ୍‌ ବ୍ୟାଣ୍ଡ, କଣ ରହିଛି ଏହାର ବିଶେଷତ୍ବ ?

Published By : Prameya-News7 Bureau | November 19, 2023 IST

ମୁମ୍ବାଇ ୧୯।୧୧: ଫୁଲ୍‌ ଫର୍ମରେ ଅଛନ୍ତି କିଙ୍ଗ୍‌ କୋହିଲି । ବିଶ୍ବକପ୍‌ ୨୦୨୩ରେ ଲଗାଉଛନ୍ତି ଚଉକାଛକା । ଭାଙ୍ଗୁଛନ୍ତି ଅନେକ ରେକର୍ଡ । ଦିନିକିଆରେ ଶତକ କରିବାରେ ଭାଙ୍ଗିଛନ୍ତି ମାଷ୍ଟର ବ୍ଲାଷ୍ଟରଙ୍କ ରେକର୍ଡ । କିନ୍ତୁ ଏହି ସମୟରେ କୋହଲିଙ୍କ ହାତରେ ଦେଖିବାକୁ ମିଳିଥିଲା କିଛି ସ୍ପେଶାଲ୍‌ । ଏହା ଦେଖିବାକୁ ଠିକ୍‌ ଘଣ୍ଟା ପରି । କିନ୍ତୁ ଏଥିରେ ନାହିଁ କୌଣସି ଡିସପ୍ଲେ ।

{"id":871677,"sizeSlug":"full","linkDestination":"none"}

 ଯଦି ଏହା ଘଣ୍ଚା ନୁହେଁ ତେବେ ଏହା କଣ ? କଣ ଏଥିରେ କିଛି ମ୍ୟାଜିକାଲ୍‌ ରହିଛି ? କଣ ରହିଛି ଏହାର ବିଶେଷତ୍ବ ? ଘଣ୍ଟାପରି ଦେଖାଯାଉଥିବା ଏହି ବ୍ୟାଣ୍ଡଟି ଖୁବ୍‌ ସ୍ପେଶାଲ୍ । ଏହା ଏକ ଫିଟନେସ୍ ବ୍ୟାଣ୍ଡ । ଏହି ବ୍ୟାଣ୍ଡଟି ହୁପ୍ ବ୍ରାଣ୍ଡର । ଯାହା ବର୍ତ୍ତମାନ ଭାରତରେ ଲଞ୍ଚ ହୋଇନି । ମାର୍କେଟରେ ଅନେକ ପ୍ରକାରର ଫିଟ୍‌ନେସ୍‌ ବ୍ୟାଣ୍ଡ ମିଳୁଥିବା ବେଳେ ଏହି ବ୍ୟାଣ୍ଡ ଭିନ୍ନ । ଏଥିରେ ଡିସ୍‌ପ୍ଲେ ନାହିଁ, ଏମିତିକି ଏହାକୁ ଚାର୍ଜ ଅଲଗା ଭାବେ କରାଯାଇଥାଏ । ଏହାର ଫିଚର୍ସ ଗୁଡିକ ମଧ୍ୟ ଖୁବ୍ ଆଶ୍ଚର୍ଯ୍ୟଜନକ…

{"id":871678,"sizeSlug":"full","linkDestination":"none"}

ଏହି ବ୍ରାଣ୍ଡ ୨୦୧୫ରେ ଆସିଥିଲା । ୱିଲ ଅହମ୍ମଦ ଏହାର ସିଇଓ ଏବଂ କୋ-ଫାଉଣ୍ଡର ଅଟନ୍ତି । କମ୍ପାନୀ ଏହାର ପ୍ରଥମ ଡିଭାଇସ୍ WHOOP 1.0 ୨୦୧୫ରେ ଲଞ୍ଚ କରିଥିଲା ​​। ୨୦୨୧ରେ କମ୍ପାନୀ ଏହାର  ୪.୦ ଭର୍ସନ ଲଞ୍ଚ କରିଥିଲା ​​ । ନିକଟରେ କମ୍ପାନୀ OpenAI ସହିତ ପାର୍ଟନରସିପ୍ କରିଛି । ଏହା ଅଧୀନରେ କମ୍ପାନୀ ହୁପ୍‌ କୋଚ୍ ଲଞ୍ଚ କରିଛି । ଅନ୍ୟ ଫିଟନେସ୍ ଟ୍ରାକର୍ ଦ୍ୱାରା ଟ୍ରାକ୍‌ କରାଯାଉଥିବା ଡାଟା ସଠିକ୍‌ ଆସିନଥାଏ । କିନ୍ତୁ ଏହି ହୁପ୍‌ ବ୍ୟାଣ୍ଡରେ ଟ୍ରାକ୍‌ ହେଉଥିବା ଫିଟ୍‌ନେସ୍‌ ୯୯% ପର୍ଯ୍ୟନ୍ତ ସଠିକ୍ ଆସିଥାଏ ।

{"id":871679,"sizeSlug":"full","linkDestination":"none"}

ଏହି ବ୍ୟାଣ୍ଡ କେବଳ ଟ୍ରାକ୍ କରେନି ବରଂ ରିଅଲ୍ ଟାଇମ୍ ଷ୍ଟ୍ରେସ୍ ସ୍କୋର କହିଥାଏ ।  ଅର୍ଥାତ୍ ଖେଳାଳୀ ଖେଳିବାକୁ କେତେ ପ୍ରସ୍ତୁତ ଏବଂ କେଉଁ ପ୍ରକାରର ଉନ୍ନତି ଆବଶ୍ୟକ ସେ କଥା କହିଥାଏ । ଏଥିରେ ସ୍ଲିପ୍‌ କୋଚ୍‌ର ଫିଚର ରହିଛି । ଅନ୍ୟ ଟ୍ରାକର ପରି କେତେ ଘଣ୍ଟା ଶୋଇବା ଉଚିତ୍ ଏହା କହିନଥାଏ ବରଂ ଆପଣଙ୍କ ଶରୀରର ଆବଶ୍ୟକତା ଅନୁଯାୟୀ ଆରାମ ନେବାକୁ କହିଥାଏ । ଏମିତିକି କେତେ ଘଣ୍ଟା ଶୋଇଲେ ଭଲ ପର୍ଫମାନ୍ସ ଦେଇହେବ ସେ ରିପୋର୍ଟ ଦେଇଥାଏ ହୁପ୍‌ ବ୍ୟାଣ୍ଡ ।

{"id":871680,"width":840,"height":761,"sizeSlug":"full","linkDestination":"none"}

ଏହି ଫିଟନେସ୍ ବ୍ୟାଣ୍ଡ ବ୍ୟବହାର ପାଇଁ ଦେବାକୁ ପଡିଥାଏ ମାସିକ ସବସ୍କ୍ରିପସନ୍ ଫି । ଆପଣ ଏଥିରେ କୌଣସି ଡିସପ୍ଲେ ପାଇବେନି । ଏହାକୁ 24x7 ପିନ୍ଧିହେବ ।  ୧୨ ମାସର ସବସ୍କିପସନ୍‌ ସହିତ ଏହି ଫିଟ୍‌ନେସ୍‌ ବ୍ୟାଣ୍ଡକୁ ୨୩୯ ଡଲାରରେ କିଣିପାରିବେ । ଯାହା ଭାରତୀୟ ମୂଲ୍ୟରେ ୧୯ ଲକ୍ଷରୁ ଅଧିକ ଟଙ୍କା । ତେବେ ଏହାର ମାସିକ ସବ୍‌ସ୍କିପସନ୍‌ ୩୦ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟରେ ୨୫ଶହ ଟଙ୍କା ।

{"id":871681,"sizeSlug":"large","linkDestination":"none"}

ହୁପ୍‌ ମେମ୍ବରଙ୍କୁ ହୁପ୍‌ ଆପ୍‌ର ଆକ୍ସେସ୍‌ ମିଳିଥାଏ । ଏହାକୁ ଡେକ୍ସଟପ୍‌, ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ପରି ଅନେକ ପ୍ଲାଟଫର୍ମରେ ବ୍ୟବହାର କରିପାରିବେ । ତେବେ ଏହି ଫିଟନେସ୍‌ ବ୍ୟାଣ୍ଡ ଭାରତରେ ଉପଲବ୍ଧ ନାହିଁ । ଏହି ଡିଭାଇସ୍ କେବଳ ବିରାଟ ନୁହଁନ୍ତି ଅନ୍ୟ ଖେଳାଳୀଙ୍କ ହାତରେ ମଧ୍ୟ ଦେଖିବାକୁ ମିଳିଥାଏ । ସୂର୍ଯ୍ୟ କୁମାର ଯାଦବ, ବିରାଟ କୋହଲି, ମହମ୍ମଦ ସିରାଜଙ୍କ ହାତରେ ଦେଖିବାକୁ ମିଳିଥାଏ ଏହି ବ୍ୟାଣ୍ଡ । ଏହି ଡିଭାଇସକୁ ସାରା ବିଶ୍ବର ଟପ୍‌ ଆଥଲେଟ୍‌ ବ୍ୟବହାର କରିଥାନ୍ତି ।  

You Can Read:

wp:embed {"url":"https://www.prameyanews7.com/cricket-world-cup-winners-list/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cricket-world-cup-winners-list/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.