ଦୀପାବଳି ପୂର୍ବରୁ ଆସିଲା ଖୁସି ଖବର, ହ୍ରାସ ହେଲା ପାଇକାରୀ ମୁଦ୍ରାସ୍ପିତି, ଏବେ ଆଶ୍ୱସ୍ତ ହେବେ ଲୋକ

Published By : Prameya-News7 Bureau | October 14, 2022 IST

ନୂଆଦିଲ୍ଲୀ ୧୪।୧୦: ଦୀର୍ଘ ସମୟ ପରେ ମୂଲ୍ୟ ବୃଦ୍ଧିରୁ ଏବେ ନିସ୍ତାର ମିଳିବ। ଖୁଚୁରା ମୁଦ୍ରାସ୍ପିତି ୫ ମାସର ଶୀର୍ଷରେ ପହଞ୍ଚିଥିବା ବେଳେ ପାଇକାରୀ ମୁଦ୍ରାସ୍ପିତିରେ ସାମାନ୍ୟ ରିହାତି ମିଳିଛି। ଜୁନରେ ୧୫ ପ୍ରତିଶତକୁ ପାର କରିଥିବା ପାଇକାରୀ ମୁଦ୍ରାସ୍ପିତିରେ ଏବେ ହ୍ରାସ ଦେଖାଯାଇଛି। ଏହା ଅଗଷ୍ଟର ୧୨.୪୧ ପ୍ରତିଶତରୁ ହ୍ରାସ ହୋଇ ଏବେ ୧୦.୭୦ ପ୍ରତିଶତକୁ ପହଞ୍ଚିଯାଇଛି। ତେବେ ପାଇକାରୀ ମୁଦ୍ରାସ୍ପିତି  (ଡବ୍ଲୁପିଆଇ) ଲଗାତାର ୧୮ ମାସ ହେଲା ୧୦ ପ୍ରତିଶତରୁ ଊର୍ଦ୍ଧ୍ୱରେ ରହୁଛି।

{"id":695795,"sizeSlug":"full","linkDestination":"none"}

ଏହା ପୂର୍ବରୁ ଅଗଷ୍ଟ ମାସରେ ଡବ୍ଲୁପିଆଇ ୧୧ ମାସର ନିମ୍ନସ୍ତରକୁ ଚାଲିଆସିଥିଲା। ହେଲେ ଏବେ ଆହୁରି ହ୍ରାସ ହୋଇ ୧୮ ମାସର ସର୍ବନିମ୍ନ ସ୍ତରକୁ ପହଞ୍ଚୁଛି। ଗତ ମେ ମାସରେ ଡବ୍ଲୁପିଆଇ ୧୫.୮୮ ପ୍ରତିଶତର ରେକର୍ଡ ସ୍ତରକୁ ପହଞ୍ଚିଥିଲା। ତେବେ ସେପ୍ଟେମ୍ବରରେ ଖାଦ୍ୟ ମୁଦ୍ରାସ୍ପିତି ହାର ୯.୯୩ ପ୍ରତିଶତରୁ ହ୍ରାସ ହୋଇ ୮.୦୮ ପ୍ରତିଶତ ଓ ଖାଦ୍ୟ ତୈଳ ପାଇକାରୀ ମୁଦ୍ରାସ୍ପିତି ବିଯୁକ୍ତ ୦.୭୪ ପ୍ରତିଶତ ହ୍ରାସ ହୋଇ ବିଯୁକ୍ତ ୭.୩୨ ପ୍ରତିଶତକୁ ପହଞ୍ଚିଥିଲା।

{"id":695796,"width":842,"height":474,"sizeSlug":"full","linkDestination":"none"}

ସେହିପରି ପ୍ରାଇମେରି ଆର୍ଟିକଲ ପାଇକାରୀ ମୁଦ୍ରାସ୍ପିତି ୧୪.୯୩ ପ୍ରତିଶତରୁ ହ୍ରାସ ହୋଇ ଏବେ ୧୧.୭ ପ୍ରତିଶତକୁ ପହଞ୍ଚି ଯାଇଛି। ସେହିପରି ଇନ୍ଧନ ଓ ଶକ୍ତି ପାଇକାରୀ ମୁଦ୍ରାସ୍ପିତି ୩୩.୬୭ ପ୍ରତିଶତରୁ ହ୍ରାସ ହୋଇ ୩୨.୬୧ ପ୍ରତିଶତକୁ ପହଞ୍ଚିଛି। ସେପ୍ଟେମ୍ବରରେ କୋର ଡବ୍ଲୁପିଆଇ ୭.୮ ପ୍ରତିଶତରୁ ୭ ପ୍ରତିଶତକୁ ଖସି ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.