krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଖୁଚୁରା ପରେ ପାଇକାରୀ ମୁଦ୍ରାସ୍ଫୀତିରେବି ହ୍ରାସ, କ୍ରମାଗତ ସପ୍ତମ ମାସରେ ଶୂନ ତଳେ ରହିଲା ସୂଚକାଙ୍କ

14/11/2023 at 6:29 PM

WPI

ନୂଆଦିଲ୍ଲୀ: ଦେଶରେ ଦରବୃଦ୍ଧି ସ୍ଥିତିରେ ନିୟନ୍ତ୍ରଣ ଦେଖିବାକୁ ମିଳିଛି। ଖୁଚୁରା ମୁଦ୍ରାସ୍ଫୀତିରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ଅବଶ୍ୟ ଏବେବି କିଛି ସାମଗ୍ରୀର ଦରବୃଦ୍ଧି ରହିଛି । ଏହାରି ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ପରେ ଅକ୍ଟୋବରରେ ପାଇକାରୀ ମୁଦ୍ରାସ୍ଫୀତିରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ପାଇକାରୀ ମୁଦ୍ରାସ୍ଫୀତି ସୂଚକାଙ୍କ କ୍ରମାଗତ ସପ୍ତମ ମାସରେ ମଧ୍ୟ ଶୂନରୁ ତଳକୁ ରହିଛି।

ମଙ୍ଗଳବାର ଜାରି ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ପାଇକାରୀ ମୁଦ୍ରାସ୍ଫୀତି ହାର -୦.୫୨ ପ୍ରତିଶତ ଅର୍ଥାତ୍‌ ଶୂନରୁ ୬.୫୨ ପ୍ରତିଶତ ତଳେ ରହିଛି । ଏହା ପୂର୍ବରୁ ସେପ୍ଟେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ଶୂନରୁ ୦.୨୬ ପ୍ରତିଶତ ରହିଥିଲା। ସୂଚନାଥାଉକି, ଏପ୍ରିଲ ମାସଠାରୁ ହିଁ ପାଇକାରୀ ମୁଦ୍ରାସ୍ଫୀତିରେ ହ୍ରାସ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ପାର୍ବଣରେ ଦରବୃଦ୍ଧିରୁ ଆଶ୍ୱସ୍ତି, ଅକ୍ଟୋବରରେ ମୁଦ୍ରାସ୍ଫୀତି ୪.୮୭ ପ୍ରତିଶତ

ଏହା ପୂର୍ବରୁ ଅକ୍ଟୋବର ୨୦୨୨ରେ ଡବ୍ଲୁପିଆଇ ୮.୬୭ ପ୍ରତିଶତ ରହିଥିଲା। ଅକ୍ଟୋବରରେ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ହ୍ରାସ ହୋଇ ୨.୫୩ ପ୍ରତିଶତକୁ ଆସିଛି। ସେପ୍ଟେମ୍ବରରେ ଏହା ୩.୩୫ ପ୍ରତିଶତ ରହିଥିଲା।  ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ମଙ୍ଗଳବାର କହିଛି ଯେ, ‘ଅକ୍ଟୋବରରେ ୨୦୨୩ରେ ମୁଦ୍ରାସ୍ଫୀତି ଶୂନରରୁ ତଳେ ରହିଛି। ଏହାର ମୁଖ୍ୟ କାରଣ ହେଉଚି ଗତ ବର୍ଷ ସମାନ ମାସ ତୁଳନାରେ ରସାୟନିକ ଏବଂ ରସାୟନିକ ଉତ୍ପାଦ, ବିଜୁଳି, କପଡ଼ା, ଧାତୁ, ଖାଦ୍ୟ ଉତ୍ପାଦ, କାଗଜ ଏବଂ କାଗଜ ଉତ୍ପାଦ ଆଦିର ଦାମ୍‌ରେ ହ୍ରାସ ଦେଖିବାକୁ ମିଳିଥିଲା।’

   Related Posts