ନୂଆଦିଲ୍ଲୀ: ନିର୍ବାଚନ ଜିତି ପୁଣି ଥରେ କ୍ଷମତାକୁ ଫେରିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ଇତିହାସରେ କୌଣସି ନେତାଙ୍କ ଏହା ସବୁଠାରୁ ବଡ଼ ବିଜୟ ବୋଲି କୁହାଯାଉଛି । ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ୍ ହାଉସକୁ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ବହୁ ସମୟ ଧରି ଆଲୋଚନା ହୋଇଛି । ଏଥିରେ ଦୁଇ ଦେଶ ମଧ୍ୟରେ ରାଜନୈତିକ, କୁଟନୈତିକ ବୁଝାମଣାକୁ ଆଗେଇ ନେବା ସହ ଉଭୟକୁ ସହଯୋଗ କରିବେ ବୋଲି ପ୍ରତିବଦ୍ଧ ହୋଇଛନ୍ତି । ଏହାରି ଭିତରେ ଡୋନାଲ୍ଡ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ସହିତ ବନ୍ଧୁ ବୋଲି ସମ୍ବୋଧିତ କରିଛନ୍ତି ।
ପିଏମ୍ ମୋଦି ଏକ୍ସରେ ଟ୍ବିଟ୍ କରି ଲେଖିଛନ୍ତି, ମୋ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଉତ୍ସାହପୂର୍ଣ୍ଣ ଆଲୋଚନା ହୋଇଛି । ଏହି ଐତିହାସିକ ବିଜୟକୁ ନେଇ ପିଏମ୍ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟେକ୍ନୋଲଜି, ଅକ୍ଷୟଶକ୍ତି, ସ୍ପେସ୍ ଏବଂ ଅନ୍ୟ କ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କ ମଜବୁତ କରିବାକୁ ହେଲେ ପୁଣି ଥରେ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ । ଟ୍ରମ୍ପ ଆସିବା ପରେ ଏଭଳି ଆଶା ରଖାଯାଇଛି ବୋଲି ନରେନ୍ଦ୍ର ମୋଦି କହିଛନ୍ତି ।
ଏଏନଆଇ ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇବା ପରେ ଟ୍ରମ୍ପ ତାଙ୍କୁ ଜୋଶ୍ର ସହିତ ଜବାବ ଦେଇଛନ୍ତି । ସେ ଭାରତକୁ ପ୍ରଶଂସା କରିବା ସହିତ ପିଏମ୍ ମୋଦିଙ୍କୁ ଜଣେ ମହାନ ବ୍ୟକ୍ତି ଭାବେ ସମ୍ବୋଧନ କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଜୋର୍ ଦେଇ କହିଛନ୍ତି, ନରେନ୍ଦ୍ର ମୋଦି ବିଶ୍ବ ସେହି ନେତା ମାନଙ୍କ ମଧ୍ୟରେ ରହିଛନ୍ତି, ଯିଏ ବିଜୟ ପରେ ଶୁଭେଚ୍ଛା ଜଣଇଛନ୍ତି । ପୂରା ବିଶ୍ବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପସନ୍ଦ କରୁଛି । ଏହା ରହିତ ଭାରତକୁ ଏକ ମୂଲ୍ୟବାନ ସହଯୋଗୀ ରାଷ୍ଟ୍ର ବୋଲି କହିଛନ୍ତି ।...