ପ୍ରଧାନମନ୍ତ୍ରୀଙ୍କର ପତ୍ନୀ ଥିବା ଦରକାର, ବିନା ପତ୍ନୀରେ ପ୍ରଧାନମନ୍ତ୍ରୀ ନିବାସରେ ରହିବା ଭୁଲ୍: ଲାଲୁ ପ୍ରସାଦ ଯାଦବ

Published By : Prameya-News7 Bureau | July 06, 2023 IST

ନୂଆଦିଲ୍ଲୀ: ଦେଶରେ ପ୍ରଧାନମନ୍ତ୍ରୀ ଯିଏ ହୁଅନ୍ତୁ ନା କାହିଁକି ତାଙ୍କର ପତ୍ନୀ ଥିବା ନିହାତି ଆବଶ୍ୟକ। ବିନା ପତ୍ନୀରେ ପ୍ରଧାନମନ୍ତ୍ରୀ ନିବାସରେ ରହିବା ଭୁଲ ବୋଲି କହିଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ।

ବିହାର ପାଟନା ମହାମେଣ୍ଟ ବୈଠକରେ ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ ଲାଲୁ। ବିବାହ କର ଆମେ ବରଯାତ୍ରୀ ଯିବୁ ବୋଲି ଲାଲୁ କହିଥିଲେ। ଆଉ ଏବେ ଚିକିତ୍ସା ପରୀକ୍ଷା ପାଇଁ ଡାକ୍ତରଖାନା ଆସିଥିବା ବେଳେ ପୁଣିଥରେ ବିବାହକୁ ନେଇ ବୟାନ ଦେଇଛନ୍ତି ଲାଲୁ ଯାଦବ। ବିରୋଧୀ ଦଳରେ ପ୍ରଧାନମନ୍ତ୍ରୀ ଚେହେରା କିଏ ହେବେ ବୋଲି ପ୍ରଶ୍ନରେ ଲାଲୁ ଏପରି ଜବାବ ଦେଇଛନ୍ତି।

ଲାଲୁ କହିଛନ୍ତି ଯେ ପତ୍ନୀ ବିନା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରହିବା ଭୁଲ। ଏପରି କରିବାଠୁ ଦୂର ହେବା ଉଚିତ୍।"  ଜୁଲାଇ ୧୭-୧୮ରେ ବିରୋଧୀ ଦଳର ବୈଠକ ପାଇଁ ଲାଲୁ ବେଙ୍ଗାଲୁରୁ ଯିବେ।

wp:embed {"url":"https://twitter.com/ANI/status/1676872438699950080?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1676872438699950080?s=20
/wp:embed

ପଢ଼ନ୍ତୁ-ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରାକୁ ନେଇ ଲାଲୁ ଯାଦବଙ୍କ ବଡ଼ ଇଶାରା, କହିଲେ ଏକତା ଲାଗି ବୈଙ୍ଗାଲୁରରେ ହେବ ପରବର୍ତ୍ତି ବୈଠକ

ସେ କହିଛନ୍ତି "ମୁଁ ରକ୍ତ ପରୀକ୍ଷା ସମେତ ମୋର ନିତିଦିନିଆ ଡାକ୍ତରୀ ପରୀକ୍ଷା ପାଇଁ ଦିଲ୍ଲୀ ଯାଉଛି। ଏହା ପରେ ମୁଁ ପାଟନାକୁ ଫେରିବି ଏବଂ ପରେ ବିରୋଧୀ ଦଳର ବୈଠକ ପାଇଁ ବାଙ୍ଗାଲୁରୁ ଯିବି। ସେଠାରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ମୋଦୀ ସରକାରଙ୍କ ମୂଳୋତ୍ପାଟନ ପାଇଁ ଭୂମି ପ୍ରସ୍ତୁତ କରିବି।”

ସୂଚନା ଥାଉକି କେନ୍ଦ୍ର ବିରୋଧରେ ବିରୋଧୀଙ୍କ ଦ୍ୱିତୀୟ ବୈଠକ ଜୁଲାଇ ୧୭-୧୮ ତାରିଖ ହେବ। ପ୍ରଥମ ବୈଠକ ପାଟନାରେ ଜୁନ ୨୩ ତାରିଖରେ ବସିଥିଲା। ଏହାପରେ ଦ୍ୱିତୀୟ ବୈଠକ ସିମ୍‌ଲା କରିବାକୁ ଘୋଷଣା କରାଯାଇଥିଲା। ହେଲେ ପରେ ଏହା ବେଙ୍ଗାଲୁରୁକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ଶରଦ ପାୱାର ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.