ନୂଆଦିଲ୍ଲୀ୮/୨: ଦିଲ୍ଲୀରେ ନୂଆ ସରକାର ପାଇଁ ଭୋଟର ନିଷ୍ପତ୍ତି ନେଇ ସାରିଛନ୍ତି । ଇ.ଭି.ଏମ୍.ରେ ଭୋଟ୍ ସିଲ୍ ହୋଇଯାଇଛି । ଏବେ ଅପେକ୍ଷା ୧୧ ତାରିଖ ଭୋଟ୍ ଗଣତିକୁ । ଦିଲ୍ଲୀ ବାସିନ୍ଦା ଆପ୍ ଉପରେ ପୁଣି ଭରସା କରିଛନ୍ତି ନା ଦିଲ୍ଲୀ ସିଂହାସନରେ ନୂଆ ନେତା ଅଭିସିକ୍ତ ହେବେ ,ତାହା ୧୧ ତାରିଖରେ ଜଣାପଡ଼ିବ ।
୧୧୦ ବର୍ଷର କଳିତାରା। ଦିଲ୍ଲୀର ଚିତ୍ତରଞ୍ଜନ ପାର୍କରେ ଥିବା ବୁଥରେ ଆଜି ଭୋଟ ଦେଇ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି। ଦିଲ୍ଲ୍ଲୀରେ ସେ ହେଉଛନ୍ତି ବୟୋଜ୍ୟଷ୍ଠା ଭୋଟର । ଏ ହେଉଛି ସାହିନବାଗର ବୁଥ। ସେହି ସାହିନବାଗ ଯାହାକି ଏବେ ଆଣ୍ଟି ସିଏଏ ରାଲି ପାଇଁ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ଆଜି ସେଠାରେ ଶାନ୍ତିଶୃଙ୍ଖଳାରେ ଭୋଟ ପଡ଼ିଛି। ଦିଲ୍ଲୀ ସିଂହାସନ ଉପରେ ସାରା ଦେଶର ନଜର । ଏଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ , ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନି ଙ୍କ ସମତେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଭୋଟ ଦେଇଛନ୍ତି।
ନିର୍ବାଚନ ମୈଦାନରେ ୬୭୨ଜଣ ପ୍ରତିଦ୍ବନ୍ଦ୍ବିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଦିଲ୍ଲୀର ଭୋଟର। ଗତ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ବରେ ଆପ୍ ବିପୁଳ ଜନମତ ପାଇ ୭୦ ଆସନରୁ ୬୭ଟି ବିଜୟୀ ହୋଇଥିଲା । ବିଜେପିକୁ ୩ଟି ଆସନ ମିଳିଥିବାବେଳେ କଂଗ୍ରେସ ଖାତା ଖୋଲି ପାରିନଥିଲା । (ପାଏ ଗ୍ରାଫିକ୍ସ)ଏଥର ବିଧାନସଭା ନିର୍ବାଚନରେ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଛି।
ଦିଲ୍ଲୀ ଭୋଟିଂ ଚାଲିଥିବା ବେଳେ ଆଜି ଦିଲ୍ଲୀ ମଜନୁ ଟିଲା ପାଖ ଏକ ପୁଲିଂ ବୁଥରେ ଦେଖାଦେଇଥିଲା ଉତ୍ତେଜନା। କଂଗ୍ରେସ ପ୍ରାର୍ଥୀ ଅଳକା ଲାମ୍ବା ଆମ୍ ଆଦମୀ ପାର୍ଟିର ଜଣେ କର୍ମୀ ଚାପୁଡ଼ା ମାରିଥିଲେ। ଆପ୍ କର୍ମୀ କୁଆଡ଼େ ତାଙ୍କ ପୁଅଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବାରୁ ତାଙ୍କୁ ସେ ମାରିଲେ ବୋଲି କହିଥିଲେ ଅଳକା ଲମ୍ବା। କିନ୍ତୁ କ୍ୟାମେରା ସାମ୍ନରେ ଗୋଡ଼େଇ ଗୋଡ଼େଇ ସେ ଆପ କର୍ମୀଙ୍କୁ ମାରି ଗୋଡ଼ାଉଥିବା ଦେଖିବାକୁ ମିଳିଥିଲା। ଭୋଟିଂ ପରେ ଏବେ ଦେଶବାସୀଙ୍କ ନଜର ଏହି ହାଇପ୍ରୋଫାଇଲ ଭୋଟିଂର ଗଣତି ଉପରେ। ୧୧ ତାରିଖ ହେବ ଭୋଟ ଗଣତି।