ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଝାରସୁଗୁଡା : ଝାରସୁଗୁଡାରେ ୬ଟିକିଆ ହାତୀ ପଲ, ଜଗିଛନ୍ତି ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍
  • ||
  • ପାଟଣା : ହଷ୍ଟେଲରେ ପଶି ୫ମ ଶ୍ରେଣୀ ଛାତ୍ରୀଙ୍କୁ ଟଣାଓଟରା କଲେ ଯୁବକ, ଫାଟକରେ ତାଲା ପକାଇଲେ ଅଭିଭାବକ
  • ||
  • ଜଳେଶ୍ବର : ମହିଳାଙ୍କୁ କମେଣ୍ଟ ମାରି ଯୁବକ ହଟହଟା : ଚପଲରେ ମାଡ ଖାଇଲେ, କାନ ଧରି ଉଠବସ୍ ହେଲେ
  • ||
  • ସୁବର୍ଣ୍ଣପୁର : ବନ୍ଧାହେଲା ଦୁଇ ଲୁଟେରା, ଡିକି ଭାଙ୍ଗି ଲୁଟି ନେଇଥିଲେ ୨ ଲକ୍ଷ ଟଙ୍କା
  • ||
  • ବଲାଙ୍ଗୀର : କୋଚିଂ ସେଣ୍ଟରରେ ଚାଲିଥିଲା ନକଲି ସାର୍ଟିଫିକେଟ୍ ତିଆରି, ୮ ଅଭିଯୁକ୍ତ ଅଟକ
  • ||
  • ଭୁବନେଶ୍ବର : କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଏନ୍‌ଏଚ୍‌ ୫୫ କାମ ତୁରନ୍ତ ସାରିବାକୁ ଅନୁରୋଧ
  • ||
  • ଦେବଗଡ : ବନ୍ଦ ଘରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ, ହନୁମାନ ଟଙ୍କା କାରବାରରେ ଗତବର୍ଷ ଧରାପଡିଥିଲେ ମୃତକ
  • ||
  • ବାରଙ୍ଗ : ପେଟରୁ ଅଣ୍ଡା କାଢିବା ବେଳେ ଆଖିବୁଜିଲା ଧଳା ମୟୁର
  • ||
  • ଟିଟିଲାଗଡ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ?
  • ||
  • ବାଲିଗୁଡା: ନୀଳ ଜହରର ହବ୍ ପାଲଟିଛି ବାଲିଗୁଡା, ଦୁଇ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
  • ||

‘ପ୍ରଥମେ କିଏ କହିବ ଆଇ ଲଭ୍‌ ୟୁ’, ନୀତୀଶଙ୍କ ବୟାନ ଉପରେ କହିଲେ ସଲମାନ ଖୁର୍ସିଦ

18/02/2023 at 8:45 PM

ନୂଆଦିଲ୍ଲୀ, ୧୮/୦୨: ଆସନ୍ତା ବର୍ଷ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ନିର୍ବାଚନ ପୂର୍ବରୁ ବିରୋଧୀ ଏକାଠି ହେବା ନେଇ ମଧ୍ୟ କୁହାଯାଉଛି। ଏହାରି ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର କହିଛନ୍ତି କଂଗ୍ରେସକୁ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ରୁ ସୃଷ୍ଟି ହୋଇଥିବା ମାହୋଲର ଲାଭ ଉଠାଯିବା ଦରକାର। ଏହି ସମୟରେ ଭାଜପା ବିରୋଧୀ ଦଳ ଏକାଠି ହୋଇ ମେଣ୍ଟ ଗଠନ କରିବା ଦରକାର। ସେପଟେ ନୀତୀଶଙ୍କ ବୟାନକୁ ନେଇ ପ୍ରତିକ୍ରିୟା ଦେବା ସହ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ କହିଛନ୍ତି ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ବିରୋଧୀ ଏକାଠି ହେବା ପାଇଁ ପ୍ରଥମେ କିଏ ସାମ୍ନାକୁ ଆସୁଛି।

ମେଣ୍ଟ ଗଠନ କରିବା ଏବଂ ଭାଜପାର ମୁକାବିଲା କରିବା ଉପରେ କଂଗ୍ରେସର ଉଦ୍ଦେଶ୍ୟକୁ ନେଇ ଖୁର୍ସିଦ ଶନିବାର କହିଛନ୍ତି ଯେ ଏବେ ପ୍ରଶ୍ନ ଉଠୁଛି ଯେ କିଏ ପ୍ରଥମେ ‘ଆଇ ଲଭ୍‌ ୟୁ କହୁଛି। ପୂର୍ବ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ ମଧ୍ୟ ସେହି କାର୍ଯ୍ୟକ୍ରମରେ କହୁଥିଲେ ଯେଉଁଥିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଭାଗ ନେଇଥିଲେ।

ଭାକପା ମାଲେ ଦ୍ବାରା ‘‘ ସମ୍ବିଧାନ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ, ଦେଶ ବଞ୍ଚାଅ’’ ଶୀର୍ଷକ ଆୟୋଜିତ ଅଖିଳ ଭାରତୀୟ ସମ୍ମିଳନୀକୁ ସମ୍ବୋଧନ କରି ଜନତା ଦଳ ୟୁନାଇଟେଡ୍‌ ସୁପ୍ରିମୋ ନୀତୀଶ କୁମାର କହିଛନ୍ତି ଯେ ବିରୋଧୀ ଦଳଙ୍କୁ ଯଥାଶୀଘ୍ର ଏକାଠି ହୋଇଯିବା ଦରକାର ଫଳରେ ଲୋକସଭରେ ୩୦୦ ରୁ ଅଧିକ ସିଟ୍ ଥିବା ଭାଜପାକୁ ଆଗାମୀ ବର୍ଷରେ ହେବାକୁ ଥିବା ନିର୍ବାଚନରେ ୧୦୦ ରୁ ଅଧିକ ସିଟ୍‌ରେ ହରାଯାଇପାରିବ।

ଖୁର୍ସିଦ ନୀତୀଶ କୁମାରଙ୍କ ଭାଷଣରେ ପ୍ରତିକ୍ରିୟା ରଖି କହିଛନ୍ତି ‘ ଆମେ ମଧ୍ୟ ସେହିଭଳି ଚାହୁଛୁ। କିନ୍ତୁ ସ୍ଥିତି ଦୁଇ ପ୍ରେମୀଙ୍କ ଭଳି ହୋଇଯାଇଛି ଯେଉଁମାନେ ନିଜ ସମୟ ଏଥିରେ ଲଗାଉଛନ୍ତି ଯେ କିଏ ଆଗେ ଆଇ ଲଭ୍‌ ୟୁ କହିବ।’ ଖୁର୍ସିଦଙ୍କ ଏହି କଥା ଶୁଣି ସେଠାରେ ଉପସ୍ଥିତ ଥିବା ଲୋକେ ମଧ୍ୟ ହସିବାକୁ ଲାଗିଥିଲେ।

   Related Posts