ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ରୋହିତ ଏବଂ ରାହୁଲଙ୍କ ଛୁଟି ପରେ ନ୍ୟୁଜିଲାଣ୍ଡରେ କିଏ କରିବ ଓପନିଂ, କୋଚଙ୍କୁ ନେବାକୁ ପଡିବ ବଡ ନିଷ୍ପତ୍ତି

14/11/2022 at 1:47 PM

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ଵ କପର ବିଫଳ ଅଭିଯାନ ପରେ ଭାରତୀୟ କ୍ରିକେଟ୍ ଦଳ ନୂତନ ମିଶନରେ ନ୍ୟୁଜିଲାଣ୍ଡ ପହଞ୍ଚି ସାରିଛନ୍ତି। ବରିଷ୍ଠ ଖେଳାଳିଙ୍କୁ ଉକ୍ତ ଶୃଙ୍ଖଳାରେ ବିଶ୍ରାମ ଦିଆଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ଲାଗି ଅଧିନାୟକ ନିଯୁକ୍ତ କରାଯାଇଛି। ତେବେ ଦଳ ପାଖରେ କୌଣସି ନିୟମିତ ଓପନର ନାହାନ୍ତି। ଯେଉଁ ଓପନର ଅଛନ୍ତି, ସେମାନେ ଦଳରୁ କେବେ ବାଦ୍ ପଡୁଛନ୍ତି ତ କେବେ ସାମିଲ୍ ହେଉଛନ୍ତି। ତେଣୁ ନ୍ୟୁଜିଲାଣ୍ଡ ଗସ୍ତରେ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ଵରେ ଥିବା ଭିଭିଏସ ଲକ୍ଷ୍ମଣଙ୍କ ପାଇଁ ନୂତନ ଓପନିଂ ଯୋଡି ସ୍ଥିର କରିବା ସହଜ ହେବ ନାହିଁ।

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୮ରୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆରମ୍ଭ ହେଉଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ କେଏଲ ରାହୁଲଙ୍କୁ ଉକ୍ତ ଗସ୍ତରୁ ବିଶ୍ରାମ ଦିଆଯାଇଛି। ଏମିତି ସ୍ଥିତିରେ ଦଳରେ ଓପନିଂ ପାଇଁ ଦୁଇ ନୁହେଁ ବରଂ ଚାରି ଖେଳାଳି ଦାବିଦାର ଅଛନ୍ତି। ଶୁଭମାନ ଗିଲଙ୍କ ନିକଟରେ ପ୍ରଦର୍ଶନ ଚମତ୍କାର ରହିଛି। ଅନେକ ପୂର୍ବତନ ଖେଳାଳି ମଧ୍ୟ ତାଙ୍କ ପ୍ରଦର୍ଶନରେ ପ୍ରଭାବିତ। ଇଶାନ କିଷନ ବି ବ୍ୟାକଅପ ଓପନର ଭାବେ ଦଳରେ ଅଛନ୍ତି। ରୋହିତ ଏବଂ ରାହୁଲଙ୍କ ଉପସ୍ଥିତିରେ ବି ତାଙ୍କୁ ଦଳରେ ଓପନର ଭାବେ ସୁଯୋଗ ମିଳିଛି। ତେଣୁ ଗିଲ୍ ଏବଂ ଇଶାନ କିଷନଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଓପନିଂ ଭାବେ ସୁଯୋଗ ମିଳିବାର ସମ୍ଭାବନା ଅଧିକ ରହିଛି।

ସଞ୍ଜୁ ସାମସନଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଓପନିଂ ଭାବେ ସୁଯୋଗ ଦିଆଯିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଦଳରେ ବର୍ତ୍ତମାନ ତାଙ୍କ ନିକଟରେ ଅଧିକ ଅନୁଭବ ରହିଛି। ସେ କେବଳ ପାଓ୍ଵାର ପ୍ଲେ ନୁହେଁ ଏହା ପରେ ବି ଦ୍ରୁତ ଗତିରେ ରନ କରିବାର ସକ୍ଷମ। ନ୍ୟୁଜିଲାଣ୍ଡ ପରି ବାଉନ୍ସିଂ ପିଚରେ ସଞ୍ଜୁଙ୍କ ପାଓ୍ଵାର ହିଟିଂ ଦଳ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇପାରେ। ଦଳରେ ଋଷଭ ପନ୍ତଙ୍କ ରୂପେ ମଧ୍ୟ ଓପନିଂର ବିକଳ୍ପ ରହିଛି। ତେଣୁ କୋଚ୍ ଲକ୍ଷ୍ମଣଙ୍କୁ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ପଡିବ।

ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ

ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଋଷଭ ପନ୍ତ(ଉପ ଅଧିନାୟକ), ଇଶାନ କିଷନ, ଶୁଭମାନ ଗିଲ୍, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ଓ୍ଵାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଷଲ ପଟେଲ୍, ମହମ୍ମଦ ସିରାଜ, ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂହ, ଉମରାନ ମଲିକ।

   Related Posts