suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କାହା ନିୟମ ମାନିବେ ? ରାଜ୍ୟ ସରକାର ନା ଉଚ୍ଚ ଶିକ୍ଷା ବିଭାଗ… ଗୋଟିଏ ଚିଠିରେ ୫୦% କର୍ମଚାରୀରେ ଅଫିସ, ଅନ୍ୟ ଚିଠି କହୁଛି ସମସ୍ତେ କାର୍ଯ୍ୟାଳୟ ଆସ

1/10/2020 at 10:03 PM

ଭୁବନେଶ୍ଵର ୦୧।୧୦: ସକଳ ଉଦ୍ୟମ ପରେ ବି କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ଏହା ମଧ୍ୟରେ ସମଗ୍ର ଦେଶରେ ଆଜିଠୁ ଅନଲକ୍-୫ ଆରମ୍ଭ  ହୋଇଛି। ଆଉ କିଛି କୋହଳ ସହିତ ଅକ୍ଟୋବର ୧ରୁ ଅନଲକ୍‌ର ପଞ୍ଚମ ପର୍ଯ୍ୟାୟ ଆରମ୍ଭ ହୋଇଛି। ଅକ୍ଟୋବର ମାସରେ ୫୦ ପ୍ରତିଶତ କର୍ମଚାରୀ ସହିତ ସରକାରୀ କାର୍ଯ୍ୟାଳୟ କାର୍ଯ୍ୟ କରିବ ବୋଲି ସାଧାରଣ ପ୍ରଶାସନ ବିଭାଗ ଗତକାଲି ବିଜ୍ଞପ୍ତି ପ୍ରକାଶ କରିଥିଲେ। ହେଲେ ଆଜି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଆଉ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି ଯେ ଉଚ୍ଚ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀ ଅଫିସ ଆସିବେ।

ଉଚ୍ଚ ଶିକ୍ଷା ବିଭାଗ ସାଧାରଣ ପ୍ରଶାସନର ଅର୍ଡର ନମ୍ବର ସହିତ ଗତକାଲି ଜାରି କରିଥିବା ନୋଟିସ୍‌କୁ ମଧ୍ୟ ଉଲ୍ଲେଖ କରିଛି। ହେଲେ ସାଧାରଣ ପ୍ରଶାସନ ବିଭାଗ ଗତକାଲିର ନୋଟିସ୍‌ରେ କହିଛି ଯେ, ଭୁବନେଶ୍ଵର ଓ କଟକର ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଅଫିସ୍ କାର୍ଯ୍ୟ ଯେମିତି ବ୍ୟାଘାତ ନହେବ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ବନ୍ଦ ରହିବ। ବିଭାଗର ମୁଖ୍ୟ ସ୍ଥିର କରିବେ ଯେ, କେଉଁ କର୍ମଚାରୀ କେଉଁ ଦିନ ଅଫିସ ଆସିବେ। କିନ୍ତୁ ଜରୁରୀକାଳୀନ ସେବା ଯୋଗାଉଥିବା ବିଭାଗ ଯଥା ସ୍ଵତନ୍ତ୍ର ରିଲିଫ କମିଶନ କାର୍ଯ୍ୟାଳୟ, ଓସଡମା, ପୋଲିସ ବିଭାଗ, ଅଗ୍ନିଶମ ବିଭାଗ, ସ୍ଵାସ୍ଥ୍ୟ ବିଭାଗ, ନଗରପାଳିକା ଆଦି ଶତ ପ୍ରତିଶତ ଅଧିକାରୀ ଓ କର୍ମଚାରୀ ସହିତ କାର୍ଯ୍ୟ କରିବେ। ଆବଶ୍ୟକସ୍ଥଳେ କର୍ମଚାରୀଙ୍କୁ ଓ୍ଵାର୍କ ଫ୍ରମ ହୋମ୍‌ର ସୁବିଧା ଦିଆଯାଇଛି।

ହେଲେ ସାଧାରଣ ପ୍ରଶାସନର ନୋଟିସ୍‌ର ଓଲଟା ରହିଛି ଉଚ୍ଚ ଶିକ୍ଷା ବିଭାଗର ନୋଟିସ୍। ଉଚ୍ଚ ଶିକ୍ଷା ବିଭାଗ ନିଜର ନୋଟିସ୍‌ର ସ୍ପଷ୍ଟ ଭାବେ ଲେଖିଛି ଯେ, ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟାଳୟ ଆସିବେ। କାର୍ଯ୍ୟାଳୟ ସମୟ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ୩୦ ଉଲ୍ଲେଖ ରହିଛି। ଯଦି କେହି କର୍ମଚାରୀ କରୋନା  ସଂକ୍ରମିତ ଥାନ୍ତି ତେବେ ସେ ସରକାରଙ୍କ ଗାଇଡ୍‌ଲାଇନ୍ ଅନୁଯାୟୀ ହୋମ୍ ଆଇସୋଲେସନ/କ୍ଵାରେଣ୍ଟାଇନରେ ଚିକିତ୍ସା କରାଇବେ। ସାଧାରଣ ପ୍ରଶାସନ ବିଭାଗ କହୁଛି ୫୦ ପ୍ରତିଶତ ସହିତ ଅଫିସ କାର୍ଯ୍ୟ ଚାଲୁ, ସେପଟେ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ନୋଟିସ୍ ଜାରି କରିଛି। ଏଠି ପ୍ରଶ୍ନ ଉଠୁଛି ଯେ, କାହାର ନୋଟିସ୍‌ ଗ୍ରହଣନୀୟ ରାଜ୍ୟ ସରକାରଙ୍କ ପ୍ରଶାସନ ବିଭାଗ ନା ଉଚ୍ଚ ଶିକ୍ଷା ବିଭାଗ।

   Related Posts