ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ନବୀନଙ୍କ ନୂଆ ଟିମରେ କାହାକୁ ମିଳିବ ସ୍ଥାନ ? ନେତାଙ୍କ ଛାତି ଧଡ ଧଡ, ସିଏମଓରୁ ଏମାନଙ୍କୁ ଆସିଲାଣି ଫୋନ କଲ୍

4/06/2022 at 6:39 PM

ଭୁବନେଶ୍ୱର: ଓଡିଶା ରାଜନୀତିରେ ଶନିବାର ବଡ ଘଟଣାକ୍ରମ ଦେଖିବାକୁ ମିଳିଛି । ଅପ୍ରତ୍ୟାଶିତ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଆସନ୍ତାକାଲି ଗଠନ ହେବ ନବୀନଙ୍କ ନୂତନ ମନ୍ତ୍ରିମଣ୍ଡଳ । ନୂତନ ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ବିଧାୟକଙ୍କ ନିକଟକୁ ଫୋନ୍ କଲ୍ ଯିବା ଆରମ୍ଭ ହୋଇଛି । ଅର୍ଥାତ ଯେଉଁମାନଙ୍କ ନିକଟକୁ ଫୋନ କଲ୍ ଯାଇଛି ସେମାନେ ମନ୍ତ୍ରୀ ହେବାକୁ ଯାଉଛନ୍ତି ।

ସମ୍ଭାବ୍ୟ ମନ୍ତ୍ରୀ ତାଲିକା

ସୂଚନା ଅନୁଯାୟୀ, ସମ୍ଭାବ୍ୟ ମନ୍ତ୍ରୀ ପାଇଁ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଆଳି ବିଧାୟକ ପ୍ରତାପ ଦେବ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଟିଟିଲାଗଡ ବିଧାୟକ ଟୁକୁନି ସାହୁ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, ଭୁବନେଶ୍ୱରର ଏକ୍ରାମ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ବିଜେପୁର ବିଧାୟିକା ରିତା ସାହୁ, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଭଟଲୀ ବିଧାୟକ ସୁଶାନ୍ତ ସିଂ, ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଝାରସୁଗୁଡା ବିଧାୟକ ନବ ଦାସ, ଚିକିଟି ବିଧାୟିକା ଉଷା ଦେବୀ ଏବଂ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନିକଟକୁ ସିଏମଓ ପକ୍ଷରୁ ଫୋନ୍ କଲ ଯାଇଛି।

ଫୋନ କଲ୍ ମିଳିବା ପରେ ପାଗ ଭିଡା ଆରମ୍ଭ ହୋଇ ଯାଇଛି । ଏମିତି ଗୋଟିଏ ପରେ ଗୋଟିଏ ଆହୁରି ବିଧାୟକଙ୍କୁ ମଧ୍ୟ ଫୋନ କଲ୍ ଯିବା ବାକି ରହିଛି। ଆଶାୟୀ ବିଧାୟକଙ୍କ ଛାତି ଧଡ ଧଡ ହେବାରେ ଲାଗିଛି । ଆସନ୍ତାକାଲି ଦିନ ୧୧ଟା ୪୫ରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ଶନିବାର ସମସ୍ତ ୨୦ ଜଣ ମନ୍ତ୍ରୀ ହାଇକମାଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏପରିକି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନବୀନଙ୍କ ପଂଚମ ପାଳିର ତୃତୀୟ ବର୍ଷ ପୂରଣ ହୋଇ ସାରିଛି । ଏହା ପରଠୁ ମନ୍ତ୍ରିମଣ୍ଡଳରେ ବଡ ଧରଣର ଅଦଳ ବଦଳ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ଏହା ମଧ୍ୟରେ ବିବାଦରେ ଥିବା ନେତାଙ୍କ କାରଣରୁ ସରକାରଙ୍କ ପ୍ରତିଷ୍ଠାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଶନିବାର ସମସ୍ତ ମନ୍ତ୍ରୀ ଉପ ବାଚସ୍ପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ନୂତନ ମନ୍ତ୍ରୀ ରବିବାର ପୂର୍ବାହ୍ନ ୧୧ଟା ୪୫ରେ ଶପଥ ନେବେ ।

ନୂତନ ମନ୍ତ୍ରିମଣ୍ଡଳରେ ସମ୍ଭାବ୍ୟ ଚେହେରା

ସମ୍ଭାବ୍ୟ ନୂଆ ମନ୍ତ୍ରୀଙ୍କ ନାଁରେ ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ୍, କେନ୍ଦୁଝର ଜିଲ୍ଲାରୁ ବଦ୍ରିନାରାୟଣ ପାତ୍ର, କେନ୍ଦ୍ରାପଡ଼ା ଜିଲ୍ଲାରୁ ଅତନୁ ସବ୍ୟସାଚୀ ନାୟକ, ମୟୂରଭଞ୍ଜ ଜିଲ୍ଲାରୁ ବାସନ୍ତୀ ହେମ୍ବ୍ରମ, ବାଲେଶ୍ୱର ଜିଲ୍ଲାରୁ ବିଧାୟକ ଅଶ୍ୱିନୀ ପାତ୍ର,ଗଞ୍ଜାମ ଜିଲ୍ଲାରୁ ବିଧାୟିକା ଲତିକା ପ୍ରଧାନ ନାଁ ସୁବୁଠୁ ଆଗରେ ରହିଛି। ସେହିପରି ଭଦ୍ରକ ଜିଲ୍ଲାରୁ ବ୍ୟୋମକେଶ ରାୟ, କେନ୍ଦ୍ରାପଡା ଜିଲ୍ଲାରୁ ପ୍ରତାପ ଦେବଙ୍କୁ ମନ୍ତ୍ରୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ। ସେହିପରି ପିପିଲି ବିଧାୟକ ରୁଦ୍ର ପ୍ରସାଦ ମହାରଥୀ, ଚମ୍ପୁଆ ବିଧାୟକ ମୀନାକ୍ଷୀ ମହାନ୍ତ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ନାଁ ମଧ୍ୟ ସମ୍ଭବ୍ୟ ତାଲିକାରେ ଥିବା ଜଣାପଡିଛି।

ଇସ୍ତଫା ଦେଇଥିବା ମନ୍ତ୍ରୀ

ରାଜ୍ୟ ମନ୍ତ୍ରିମଣ୍ଡଳରୁ ସମସ୍ତ ୨୦ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ କୁମାର ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପଦ୍ମନାଭ ବେହେରା, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂ, ନବ ଦାସ, ଜଗନ୍ନାଥ ସାରକା, ଦିବ୍ୟଶଙ୍କର ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ସମୀର ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ଟୁକୁନୀ ସାହୁ, ତୁଷାରକାନ୍ତି ବେହେରା ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି।

   Related Posts