ନୂଆଦିଲ୍ଲୀ, ୦୨|୦୫: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକଡାଉନକୁ ଆହୁରି ୨ ସପ୍ତାହ ବୃଦ୍ଧି କରିଛନ୍ତି । ମେ ୪ରୁ ଏହାକୁ ମେ ୧୭ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଏହି ସମୟରେ ଖେଳାଳିମାନେ ଘରେ ନିଜ ପରିବାର ସହ ସମୟ ଅତିବାହିତ କରୁଛନ୍ତି । ଏପରିକି ସେମାନେ ସୋସିଆଲ ମିଡିଆରେ ନିଜ ପ୍ରଶଂସକ ଓ ଅନ୍ୟ ଖେଳାଳିଙ୍କ ସହ ଲାଇଭ୍ ଚାଟ୍ କରୁଛନ୍ତି । ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଏସ୍ ଶ୍ରୀସନ୍ଥ ମଧ୍ୟ ସୋସିଆଲ୍ ମେସେଜିଂ ଆପ୍ ହାଲୋରେ କ୍ରୀଡା ସାମ୍ବାଦିକ ବିମଲ କୁମାରଙ୍କ ସହ ଆଲୋଚନା କରିଛନ୍ତି ।
ବିମଲଙ୍କ ସହ ଆଲୋଚନା ବେଳେ ଶ୍ରୀସନ୍ଥ କହିଛନ୍ତି ଯେ, ସେ ହେଉଛନ୍ତି ଧାର୍ମିକ । ପ୍ରଥମେ ସେ ଉଠିବା ପରେ ପୂଜା କରିଥାନ୍ତି । ଏହା ତାଙ୍କର ନିତିଦିନିଆ କାମ । ଶ୍ରୀସନ୍ଥଙ୍କୁ ବିମଲ ରୋହିତ ଶର୍ମାଙ୍କ ବାବଦରେ ପ୍ରଶ୍ନ କରିଥିଲେ । ରୋହିତ ଦିନିକିଆରେ ସର୍ବାଧିକ ୨୬୪ ରନର ଇନିଂସ ଖେଳିଛନ୍ତି । ସେ ଶ୍ରୀଲଙ୍କା ବିରୋଧରେ ଏହି ଉପଲବ୍ଧି ହାସଲ କରିଥିଲେ । ଯାହା ଏକ ରେକର୍ଡ । ଏହି ରେକର୍ଡ ଆଉ କିଏ ଭାଙ୍ଗିପାରିବ ବୋଲି ଶ୍ରୀସନ୍ଥଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ କେରଳର ଏହି ବୋଲର କହିଥିଲେ ଯେ, କେବଳ ରୋହିତ ହିଁ ନିଜେ ନିଜ ରେକର୍ଡ ଭାଙ୍ଗି ପାରିବେ । ଏପରିକି ରୋହିତଙ୍କ ପାଖରେ ଦିନିକିଆରେ ତ୍ରିଶତକ ଲଗାଇବାର କ୍ଷମତା ଥିବା ସେ କହିଛନ୍ତି ।
{"id":263494,"width":686,"height":387,"sizeSlug":"large"}ଏହା ବ୍ୟତୀତ ଶ୍ରୀସନ୍ଥ ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ନାଁ ମଧ୍ୟ ନେଇଥିଲେ । ଏପରିକି ସେ ଇଂଲଣ୍ଡର ବ୍ୟାଟସମ୍ୟାନ ବେନ୍ ଷ୍ଟୋକସଙ୍କ ନାଁ ମଧ୍ୟ ନେଇଥିଲେ ।
ସୂଚନାଯୋଗ୍ୟ, ବିସିସିଆଇ ଆଇପିଏଲରେ ସ୍ପଟ୍ ଫିକ୍ସିଂ ମାମଲାରେ ଶ୍ରୀସନ୍ଥଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହାସହ ରାଜସ୍ଥାନ ରୟାଲ୍ସ ଖେଳାଳି ଅଜିତ୍ ଚାନ୍ଦିଲା ଓ ଅଙ୍କତ ଚୌହାଣ ମଧ୍ୟ ଏହି ମାମଲାରେ ଫସିଥିଲେ ।