କିଏ ହେବେ ଦେଶର ୫୦ତମ ପ୍ରଧାନ ବିଚାରପତି ? ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ହାଇକୋର୍ଟରେ ୧୫୩ ଜଜଙ୍କ ନିଯୁକ୍ତି

Published By : Prameya-News7 Bureau | October 07, 2022 IST

ନୂଆଦିଲ୍ଲୀ: ଦେଶର କୋର୍ଟ ଗୁଡିକରେ ବିଚାରଧିନ ଥିବା ମାମଲା ଗୁଡିକୁ ଶିଘ୍ର ଶେଷ କରିବା ପାଇଁ ପ୍ରୟାସ କରାଯାଉଛି । ଏହି ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି । ଚଳିତ କ୍ୟାଲେଣ୍ଡର ବର୍ଷରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ହାଇକୋର୍ଟରେ ମୋଟ ୧୫୩ ଜଣ ଜଜଙ୍କୁ ନିଯୁକ୍ତି ଦିଆଯାଇଛି । ଆଗାମୀ ଦିନରେ ଅଧିକ ଜଜଙ୍କ ନିଯୁକ୍ତି ହୋଇପାରେ । ଅନ୍ୟପଟେ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ୱର ୮ରେ ଶେଷ ହେବ। ଏହା ପୂର୍ବରୁ ତାଙ୍କ ଉତ୍ତରାଧିକାରୀ କିଏ ତେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଶୁକ୍ରବାର କେନ୍ଦ୍ର ସରକାର ପରବର୍ତ୍ତୀ ସିଜେଆଇ ପାଇଁ ନାଁ ସୁପାରିସ୍ କରିବାକୁ କହିଛନ୍ତି ।

ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ ବର୍ତ୍ତମାନର ସିଜେଆଇଙ୍କ ପରେ ସବୁଠୁ ବରିଷ୍ଠ ବିଚାରପତି ଏବଂ ଏହି ପଦ ପାଇଁ ସେ ପ୍ରମୁଖ ଦାବିଦାର । ପ୍ରଧାନ ବିଚାରପତି ନିଜ ଉତ୍ତରାଧିକାରୀ ଭାବେ ନ୍ୟାୟାଳୟର ସବୁଠୁ ବରିଷ୍ଠ ଜଜଙ୍କ ନାଁ ସୁପାରିସ୍ କରନ୍ତି । ଏହି ପରମ୍ପରା ଅନୁସାରେ, ନ୍ୟାୟମୂର୍ତ୍ତି ଜଷ୍ଟିସ୍ ଚନ୍ଦ୍ରଚୂଡ ଦେଶର ୫୦ତମ ପ୍ରଧାନ ବିଚାରପତି ହୋଇପାରନ୍ତି।

ସୂଚନା ଅନୁସାରେ, ବମ୍ୱେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପଙ୍କର ଦତ୍ତାଙ୍କୁ ସରକାର ସୁପ୍ରିମକୋର୍ଟରେ ନିଯୁକ୍ତି ଦେଇପାରନ୍ତି । ଯଦି ଜଷ୍ଟିସ ଦତ୍ତାଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତି ଦିଆଯାଏ ତେବେ ସର୍ବୋଚ୍ଚ ଅଦାଲତରେ ବିଚାରପତିଙ୍କ ସଂଖ୍ୟା ବଢି ୩୦ ହେବ । ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ସହ ମୋଟ ୩୪ ବିଚାରପତିଙ୍କ ପଦକୁ ସ୍ୱିକୃତୀ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.