scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରିଗୋଜିନ୍‌ଙ୍କ ପରେ କିଏ ହେବେ ଓ୍ବାଗନର ମୁଖ୍ୟ ? ପୁଟିନ୍‌ଙ୍କ ଘନିଷ୍ଠଙ୍କୁ ମିଳିପାରେ ଦାୟିତ୍ବ

24/08/2023 at 11:30 PM

ନୂଆଦିଲ୍ଲୀ, ୨୪/୦୮: ରୁଷରେ ହୋଇଥିବା ବିମାନ ଦୁର୍ଘଟଣାରେ ପ୍ରିଗୋଜିନ୍‌ଙ୍କ ମୃତ୍ୟୁ ପରେ ଓ୍ବାଗନର ସାମ୍ନାରେ ବଡ଼ ଚାଲେଞ୍ଜ। ବିମାନ ଦୁର୍ଘଟଣାରେ ପ୍ରିଗୋଜିନ୍‌ଙ୍କ ମୃତ୍ୟୁ ପରେ ଏବେ ଏହି ପ୍ରଶ୍ନ ଉଠିଛି ଯେ ଆଗାମୀ ଓ୍ବାଗନର ମୁଖ୍ୟ କିଏ ହେବେ ? ଦୁଇ ମାସ ତଳେ ରୁଷରେ ବିଦ୍ରୋହ କରି ପ୍ରିଗୋଜିନ ରାଜଧାନୀ ମସ୍କୋରେ ଚଢ଼ଉ କରିଥିଲା। ଅବଶ୍ୟ ଠିକ୍‌ ସମୟରେ ପୁଟିନ୍‌ ବେଲାରୁସ ରାଷ୍ଟ୍ରପତିଙ୍କ ସହାୟତାରେ ମାମଲା ସମ୍ଭାଳିନେଇଥିଲେ।

ମିଳିପାରେ ଆନ୍ଦ୍ରେଇ ଟ୍ରୋଶେବଙ୍କୁ ଦାୟିତ୍ଵ

ପ୍ରାଇଭେଟ ଆର୍ମି ଗ୍ରୁପ୍‌ ଓ୍ବାଗନର ନେତୃତ୍ବରେ ଆନ୍ଦ୍ରେଇ ଟ୍ରୋଶେବଙ୍କ ନାମ ସବୁଠୁ ଆଗରେ ରହିଛି। ପ୍ରିଗୋଜିନ୍‌ ଜୀବିତ ଥିବାବେଳେ ମଧ୍ୟ ରୁଷ ରାଷ୍ଟ୍ରପତି ପୁଟିନ, ଆନ୍ଦ୍ରେଇ ଟ୍ରୋଶେବଙ୍କ ନାମକୁ ପ୍ରସ୍ତାବିତ କରିଥିଲେ। ଏବେ ପ୍ଲେନ୍‌ ଦୁର୍ଘଟଣାରେ ପ୍ରିଗୋଜିନ୍‌ଙ୍କ ମୃତ୍ୟୁ ପରେ ଆନ୍ଦ୍ରେଇ ଟ୍ରୋଶେବଙ୍କ  ନାମ ପୁଣି ଚର୍ଚ୍ଚାରେ। ଅବଶ୍ୟ ଏହାକୁ ନେଇ ଓ୍ବାଗନର କିମ୍ବା ପୁଟିନ୍‌ଙ୍କ ତରଫରୁ କିଛି ବୟାନ ସାମ୍ନାକୁ ଆସିନାହିଁ।

ଆହୁରି ପଢ଼ନ୍ତୁ: ଋଷରେ ବିମାନ ଦୁର୍ଘଟଣା; ବିମାନର ଯାତ୍ରୀ ତାଲିକାରେ ଥିଲା ପୁଟିନଙ୍କ ବିଦ୍ରୋହୀ ୟେଭଗେନି ପ୍ରିଗୋଝିନ୍‌ଙ୍କ ନାଁ

ବଡ଼ ବଡ଼ ହସ୍ତିଙ୍କ ସହ ରହିଛି ଭଲ ସମ୍ପର୍କ

ଆନ୍ଦ୍ରେଇ ଟ୍ରୋଶେବଙ୍କ ନାମ ଏଥିପାଇଁ ଚର୍ଚ୍ଚାରେ ରହିଛି କାରଣ, ସେ ଓ୍ବାଗନର ଗ୍ରୁପ୍ ସଂସ୍ଥାପକ ସଦସ୍ୟ ଏବଂ କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ। ତାଙ୍କର ଓ୍ବାଗନରରେ ଭଲ ଦକ୍ଷତା​‌ ମଧ୍ୟ ରହିଛି । କୁହାଯାଏ ସିରିୟାରେ ଓ୍ବାଗନର ଗ୍ରୁପ୍‌ର ସୈନ୍ୟ ଅଭିଯାନରେ ଆନ୍ଦ୍ରେଇ ଟ୍ରୋଶେବ ମଧ୍ୟ ସାମିଲ୍‌ ଥିଲେ। ପୁଟିନ୍‌ ତାଙ୍କ ନାମକୁ ଏଥିପାଇଁ ସୁପାରିଶ କରିଥିଲେ । କାରଣ ଟ୍ରୋଶେବଙ୍କ ଓ୍ବାଗନର୍‌ ଗ୍ରୁପ୍‌ ସଂସ୍ଥାପକ ଦିମିତ୍ରୀ ଉତ୍କିନଙ୍କ ଭଳି ଗ୍ରୁପ୍‌ର  ଅନେକ ବଡ଼ ବଡ଼ ହସ୍ତିଙ୍କ ସହ ଭଲ ସମ୍ପର୍କ ମଧ୍ୟ ରହିଛି। ଏମିତିରେ ଯଦି ଓ୍ବାଗନରର ଲଗାମ ଆନ୍ଦ୍ରେଇଙ୍କୁ ମିଳୁଛି ତେବେ ଏହା ପୁଟିନ୍‌ଙ୍କ ସହ ରୁଷ ପାଇଁ ଫାଇଦା ହେବ। ଆନ୍ଦ୍ରେଇ ଟ୍ରୋଶେବଙ୍କୁ ପୁଟିନ୍‌ଙ୍କ ଘନିଷ୍ଠ ବୋଲି ମଧ୍ୟ କୁହାଯାଏ।

ପ୍ରିଗୋଜିନ୍‌ କାହିଁକି କରିଥିଲେ ବିଦ୍ରୋହ ?

ପ୍ରକୃତରେ ବିଦ୍ରୋହ ପୂର୍ବରୁ ଓ୍ବାଗନର ପୂର୍ବତନ ମୁଖ୍ୟ ପ୍ରିଗୋଜିନ୍‌ ଜୁନ୍‌ ୨୩​‌ରେ ରୁଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କ ଉପରେ ଅଭିଯୋଗ ଲଗାଇଥିଲେ। ପ୍ରିଗୋଜିନ୍‌ ଦାବି କରିଥିଲେ ସର୍ଗେଇ ରୁଷ ସୈନିକଙ୍କୁ ଓ୍ବାଗନର ଜବାନଙ୍କୁ ରକେଟରେ ଆକ୍ରମଣ କରିବାକୁ କହିଥିଲେ। ପ୍ରିଗୋଜିନ୍‌ କହିଥିଲେ, ଯେ ସେ ରୁଷ ମନ୍ତ୍ରୀ ଏଭଳି କାର୍ଯ୍ୟର ପ୍ରତିଶୋଧ ନେବେ। ସେ ଆହୁରି କହିଥିଲେ ଏଥିରେ ରୁଷ ସେନା ହସ୍ତକ୍ଷେପ ନକରିବା ଦରକାର। ଏହା ପରେ ୟୁକ୍ରେନ୍‌ରେ ରୁଷ ପାଇଁ ଲଢ଼ୁଥିବା ଲଢ଼େଇ ଓ୍ବାଗନର ଓଲଟା ମସ୍କୋ ଉପରେ ଚଢ଼ଉ କରିଥିଲା।

ଆହୁରି ପଢ଼ନ୍ତୁ: ଆମେରିକାର ମିଲିଟାରୀ ବୋଟ୍‌କୁ ମାରି ନଷ୍ଟ କଲା ରୁଷ, ଯାତ୍ରା କରୁଥିଲେ ୟୁକ୍ରେନ ଯବାନ

ସୂଚନାଥାଉକି, ବୁଧବାର ରାତିରେ ରୁଷରେ ଏକ ବିମାନ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରିଗୋଜିନ୍‌ଙ୍କ ସମେତ ୧୦ ଜଣ ଯାତ୍ରୀ ଥିଲେ। ବିମାନ ସେଣ୍ଟ ପିଟର୍ସବର୍ଗ ଯାଉଥି ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଉ ସବୁ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଅବଶ୍ୟ ଅନେକ ୟୁରୋପୀୟ ଦେଶ ଏହି ବିମାନ ଦୁର୍ଘଟଣା ପଛରେ ପୁଟିନଙ୍କ ହାତ ରହିଥିବା କହିଛନ୍ତି। କିଛି ଦେଶ କହିଛନ୍ତି ପ୍ରିଗୋଜିନ୍‌ଙ୍କୁ ପୁଟିନ୍‌ଙ୍କ ବିରୋଧରେ ବିଦ୍ରୋହ କରିଥିବାରୁ ତାଙ୍କ ସହ ଏଭଳି ହୋଇଛି।

   Related Posts