ନୂଆ DGP ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ, ୩ ବରିଷ୍ଠ IPSଙ୍କ ବାୟୋଡାଟା ମାଗିଲେ ରାଜ୍ୟ ସରକାର

Published By : Prameya-News7 Bureau | August 05, 2024 IST

ଭୁବନେଶ୍ବର ୫/୮: କିଏ ହେବେ ଓଡ଼ିଶାର ପରବର୍ତ୍ତୀ DGP ? ଏନେଇ ପାୱାର କରିଡରରେ କଳ୍ପନା ଜଳ୍ପନା ଚାଲିଥିବାବେଳେ ନୂଆ ଡିଜିପି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ୩ ବରିଷ୍ଠ IPSଙ୍କ ବାୟୋଡାଟା ମଗାଯାଇଛି ।  ବରିଷ୍ଠ IPS ଅରୁଣ କୁମାର ରାୟ, ଏସ୍‌.ଏମ୍‌.ନରଭାଣେ ଏବଂ ୱାଇ.ବି. ଖୁରାନିଆଙ୍କ ବାୟୋଡାଟା ମଗାଯାଇଛି । ସେମାନଙ୍କର ସଂପୂର୍ଣ୍ଣ ତଥ୍ୟ ସହ ଏଡାଡେମୀ ଆଚିଭମେଣ୍ଟ ସଂପର୍କରେ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର । ୧୯୮୮ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ରାୟ, ରାଜ୍ୟ ସରକାରଙ୍କ ପ୍ରିଣ୍ଟିଂ-ଷ୍ଟେସନାରୀ ଏବଂ ପବ୍ଲିକେସନରେ ନିର୍ଦ୍ଦେଶକ ଅଛନ୍ତି। ୧୯୮୯ ବ୍ୟାଚ ଆଇପିଏସ୍ ଏସ୍.ଏମ୍ ନରଭାଣେ ରାଜ୍ୟ ଗୃହ ବିଭାଗର ଓଏସଡି ଅଛନ୍ତି। ସେହିପରି ୧୯୯୦ ବ୍ୟାଚ ୱାଇ.ବି. ଖୁରାନିଆ ଏବେ ଦିଲ୍ଲୀ ବିଏସଏଫ୍ ହେଡକ୍ୱାର୍ଟରରେ ସ୍ବତନ୍ତ୍ର ଡିଜି ଦାୟିତ୍ବରେ ରହିଛନ୍ତି ।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.