ଛତିଶଗଡ଼ରେ କିଏ ହେବ ମୁଖ୍ୟମନ୍ତ୍ରୀ ? ରମଣ ସିଂହଙ୍କ ସହ ଦୌଡ଼ରେ ୭ ନେତା

Published By : Prameya-News7 Bureau | December 04, 2023 IST

ରାୟପୁର,୩ ।୧୨: ଛତିଶଗଡ ବିଧାନସଭା ନିର୍ବାଚନ ଫଳ ବାହାରିଛି । କଂଗ୍ରେସକୁ ମାତ୍ ଦେଇ ବିଜେପିର ବମ୍ପର ବିଜୟ ହୋଇଛି । ଫଳରେ ଭାରତୀୟ ଜନତା ପାର୍ଟି ଏଠାରେ ସରକାର ଗଠନ କରିବାକୁ ଯାଉଛି । ମାତ୍ର ନିର୍ବାଚନରେ ବିଜେପି କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରିନଥିବାରୁ ଏବେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଦ୍ବନ୍ଦ୍ବ ଦେଖିବାକୁ ମିଳିଛି । ପୂର୍ବରୁ ବିଜେପି ପକ୍ଷରୁ କୁହାଯାଇଥିଲା, ଦଳ ଜିତିବା ପରେ ବିଧାୟକଙ୍କ ସହମତି ଆଧାରରେ ନେତା ନିର୍ବାଚନ କରାଯିବ ।

ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଦୌଡରେ ବିଜେପିର ୭ଜଣ ନେତା ଏବେ ଦାବିଦାର  ଅଛନ୍ତି । ସେମାନେଙ୍କ ମଧ୍ୟରେ ଅଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଦଳର  ବରିଷ୍ଠ ନେତା ଅରୁଣ ସାଓ, ବ୍ରିଜମୋହନ ଅଗ୍ରୱାଲ, ଲତା ଉସେଣ୍ଡି, ରେଣୁକା ସିଂହ,  ବିଜୟ ବାଘେଲ ଓ ସରୋଜ ପାଣ୍ଡେ । ରମଣ ସିଂହ ୧୫ ବର୍ଷ ଧରି ରାଜ୍ୟରେ ମୁଖ୍ୟମନ୍ତ୍ରୀ  ରହିଥିଲେ । କିନ୍ତୁ ଏଥର ବିଜେପି ତାଙ୍କ ନାମ  ନେଇ ନଥିଲା । ହେଲେ ସେ ମୁଖ୍ୟମନ୍ତ୍ରୀ ଦୌଡର ସବୁଠାରୁ ଆଗରେ ରହିଛନ୍ତି ।

wp:embed {"url":"https://www.prameyanews7.com/winter-session-of-parliament-from-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/winter-session-of-parliament-from-today/
/wp:embed

ସେହିପରି ଅରୁଣ ସାବ ବିଳାସପୁରର ସାଂସଦ ଥିଲେ । ତାଙ୍କୁ ବିଜେପି ଲୋରେମୀ ବିଧାନସଭା ଆସନରେ ପ୍ରାର୍ଥୀ  କରିଥିଲା । ସେ ଓବିସି ସମାଜର ହୋଇଥିବା  ବେଳେ ଅନ୍ୟତମ ଦୃଢ଼ ଦାବିଦାର ବୋଲି କୁହାଯାଉଛି । ରାଜ୍ୟର ବରିଷ୍ଠ ନେତାଙ୍କ ମଧ୍ୟରୁ  ବ୍ରିଜମୋହନ ଅଗ୍ରୱାଲ ଅନ୍ୟତମ । ସେ ଚଳିତଥରକୁ ମିଶାଇ ୮ଥର ବିଧାୟକ  ନିର୍ବାଚିତ ହୋଇଛନ୍ତି । ରମଣ ସରକାରରେ ସେ ମନ୍ତ୍ରୀ ରହିଥିଲେ । ତାଙ୍କର ଭଲ ଅନୁଭବ ମଧ୍ୟ ରହିଛି । ଲତା ଉସେଣ୍ଡି ବିଜେପିର ବଡ ଆଦିବାସୀ ଚେହେରା । ୨୦୦୩ରେ ପ୍ରଥମ କରି ବିଧାୟକ ହୋଇଥିଲେ । ସେ ଦୁଇଥର ବିଧାୟକ ହୋଇଛନ୍ତି । ବିଜେପି  ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ବିଜେପି  ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅଛନ୍ତି । ମହିଳା ଓ  ଆଦିବାସୀ ଚେହେରା ହୋଇଥିବାରୁ ସେ  ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଦୃଢ଼ ଦାବିଦାର  ବୋଲି କୁହାଯାଉଛି । 

wp:embed {"url":"https://www.prameyanews7.com/mizoram-election-result-counting-of-votes-begins-for-all-40-seats/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mizoram-election-result-counting-of-votes-begins-for-all-40-seats/
/wp:embed

ସେହିଭଳି ବିଜେପି ନେତ୍ରୀ ରେଣୁକା ସିଂହ ମଧ୍ୟ ଆଦିବାସୀ ସମାଜର ଜଣେ ବଡ  ନେତ୍ରୀ । ୨୦୦୩ରେ ସେ ପ୍ରଥମଥର ପାଇଁ  ବିଧାନସଭାକୁ ଆସିଥିଲେ । କିନ୍ତୁ ପରେ  ତାଙ୍କୁ ଲୋକସଭାକୁ ପଠାଇ ଦିଆଯାଇଥିଲା ।  ରାଜ୍ୟରେ ବିଜେପି ମହିଳା ମୋର୍ଚ୍ଚାର  ମହାସଚିବ ଭାବେ କାର୍ଯ୍ୟ କରିଛନ୍ତି । ବିଜୟ  ବାଘେଲ ଏବେ ଦୁର୍ଗ ଲୋକସଭା ଆସନରୁ  ସାଂସଦ ଅଛନ୍ତି । ଏଥର ବିଜେପି ତାଙ୍କୁ  କଂଗ୍ରେସ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ  ସହ ଲଢ଼ିବାକୁ ଛାଡିଥିଲା । ସେ ଓବିସି  ଚେହେରା ହୋଇଥିବାରୁ ମୁଖ୍ୟମନ୍ତ୍ରୀ  ରେସ୍‌ରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଦୌଡରେ  ସରୋଜ ପାଣ୍ଡେଙ୍କ ନାମ ଚର୍ଚ୍ଚାକୁ ଆସିଛି ।  ବର୍ତ୍ତମାନ ସେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା  ରାଜ୍ୟସଭା ସଦସ୍ୟ ଅଛନ୍ତି । ସେ ବିଜେପି  ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.