ରାହୁଲ ନା ଅକ୍ସର ପଟେଲ୍‌, କିଏ ହେବ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍‌ ? ଡିସି ମାଲିକ କଲେ ଖୁଲାସା...

Published By : Prameya-News7 Bureau | November 28, 2024 IST

ନୂଆଦିଲ୍ଲୀ ୨୮।୧୧:  ଆଇପିଏଲ୍ ୨୦୨୫ ମେଗା ନିଲମୀ । ଦିଲ୍ଲୀ କ୍ୟାପିଟାଲ୍ସ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ କିଣିଛି । ୧୪ କୋଟିରେ ସ୍କ୍ବାର୍ଡରେ ସାମିଲ ହୋଇଛନ୍ତି ରାହୁଲ । ଅନ୍ୟପଟେ ଦୀର୍ଘ ଦିନରୁ ଟିମ୍‌ ସହ ରହିଛନ୍ତି ଅକ୍ଷର ପଟେଲ୍‌ । ତେବେ ଏମାନଙ୍କ ମଧ୍ୟରୁ କିଏ ଟିମ୍‌ର ସମ୍ଭାଳିବ କମାଣ ? କାହାକୁ ଦାୟିତ୍ବ ଦେବେ ଦିଲ୍ଲୀ କ୍ୟାପିଟାଲ୍ସର ମାଲିକ । 

ଏନେଇ ଖୁଲାସା କରିଛନ୍ତି ସହ-ମାଲିକ ପାର୍ଥ ଜିନ୍ଦଲ । ମେଗା ନିଲାମରେ ଦିଲ୍ଲୀ ୧୪ କୋଟିରେ କେଏଲ ରାହୁଲଙ୍କୁ କିଣିଛି । ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିଛି ଓପନିଂ ବ୍ୟାଟ୍ସମ୍ୟାନ୍, ଅଧିନାୟକ ଏବଂ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ର ବିକଳ୍ପ । ଅନ୍ୟପକ୍ଷରେ ୨୦୧୯ରେ ଟିମ୍‌ରେ ଯୋଗ ଦେଇଥିଲେ ଅକ୍ଷର ପଟେଲ୍‌ । କ୍ରମାଗତ ଭଲ ପର୍ଫମାନ୍ସ ଯୋଗୁଁ ଟିମ୍‌ ତାଙ୍କୁ ରିଟେନ୍‌ କରୁଛି । 

ଏକ ଇଣ୍ଟର୍ଭ୍ୟୁରେ ଟିମ୍‌ର କ୍ୟାପଟେନ୍‌ଙ୍କୁ ନେଇ କହିଛନ୍ତି ପାର୍ଥ ଜିନ୍ଦଲ । ସେ କହିଛନ୍ତି କ୍ୟାପଟେନସିପ୍‌ ନେଇ ଏବେଠୁ କିଛି କହି ହେବନି ।  ଅକ୍ଷର ପଟେଲ ଦୀର୍ଘ ସମୟ ଧରି ଫ୍ରାଞ୍ଚାଇଜ ସହିତ ରହିଛନ୍ତି । ଆଉ ସେ ବିଗତ ବର୍ଷ ଉପ-ଅଧିନାୟକ ଥିଲେ । ତେଣୁ ଆମେ ଜାଣିନୁ ଅକ୍ଷର କି ଅନ୍ୟ କେହି କ୍ୟାପଟେନ୍ ହେବେ । ବର୍ତ୍ତମାନ ବହୁତ କିଛି ହେବା ବାକି ରହିଛି । ସେ କହିଛନ୍ତି ଯେ ମୁଁ କେ.ଏଲ୍ ସହିତ କଥା ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଭେଟିନାହିଁ । ମୁଁ ତାଙ୍କୁ ବ୍ୟକ୍ତିଗତ ଭାବରେ ବହୁତ ଭଲ ଭାବରେ ଜାଣେ । ମୁଁ ତାଙ୍କ ମତ ବୁଝିବି ଏବଂ ଏହା କୋଚିଂ ଗ୍ରୁପ୍ ଉପରେ ନିର୍ଭର କରିବ ଟିମ୍‌ କଣ ଚାହୁଁଛି । ଏଥିପାଇଁ ତଥାପି ବହୁତ ସମୟ ଅଛି । 

ଜିନ୍ଦଲ କହିଛନ୍ତି ଯେ ରାହୁଲ ଦିଲ୍ଲୀ କ୍ୟାପିଟାଲର ଅଂଶ ହୋଇଥିବାରୁ ବହୁତ ଖୁସି ଅଛନ୍ତି  । ସେ ମୋତେ ବହୁତ ଦିନରୁ ଜାଣିଛନ୍ତି । ସେ ଜଣେ ବାଙ୍ଗାଲୋରର ପିଲା । ମୁଁ ବେଙ୍ଗାଲୁରୁ ଏଫସିର ମାଲିକ । ତେଣୁ ସେ ମୋ ସହିତ କିଛି ମ୍ୟାଚ୍ ଦେଖିଛନ୍ତି । ମୁଁ ତାଙ୍କ ପତ୍ନୀ ଆଥିଆଙ୍କୁ ବହୁତ ଭଲ ଭାବରେ ଜାଣିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.