କିଏ ହେବ ମୁଖ୍ୟମୁନ୍ତ୍ରୀ ? ବଦଳୁଛି ମହାରାଷ୍ଟ୍ରର ରାଜନୈତିକ ସମୀକରଣ

Published By : Prameya-News7 Bureau | November 05, 2019 IST

ମୁମ୍ବଇ ୦୫। ୧୧ - ଏବେ ବି ମହାରାଷ୍ଟ୍ରରେ କେଉଁ ଦଳ ସରକାର ଗଢିବ ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଗତ ନିର୍ବାଚନର ଫଳାଫଳ ଘୋଷଣା ପରେ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି । ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡି ବସିଛି । ଏହି ନିର୍ବାଚନରେ ବିଜେପି ସର୍ବାଧିକ ଆସନ ଜିତିଛି । ନିର୍ବାଚନ ସମୟରେ ବିଜେପି ସହ ମେଣ୍ଟ କରିଥିବା ଶିବସେନା ଏବେ ଅଳ୍ପ ଆସନ ଜିତି ମଧ୍ୟ ମହାରଷ୍ଟ୍ରରେ ସରକାର ଗଠନ କରିବା ସହ ତାଙ୍କ ଦଳର ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଛି ।

ସୋମବାରରେ ବିପକ୍ଷରେ ବସିବ ବୋଲି ଶିବସେନା କହିବା ପରେ ଏବେ ପୁଣି ଶିବସେନା ସହ ସାମିଲ ହୋଇ ସରକାର ଗଠନ କରିପାରେ ବୋଲି ଆଭାସ ଦେଇଛି । ମାତ୍ର ଏଥିପାଇଁ ଏନ୍‌ସିପି କେତକ ସର୍ତ୍ତ ରଖିଛି ।

wp:core-embed/twitter {"url":"https://twitter.com/ANI/status/1191574651329118208?s=20","type":"rich","providerNameSlug":"twitter","className":""}
https://twitter.com/ANI/status/1191574651329118208?s=20
/wp:core-embed/twitter

ଏନ୍‌ସିପିର ସମର୍ଥନରେ ଶିବସେନା ସରକାର କରିବ ବୋଲି ଆଶା ରଖିଛି । କଂଗ୍ରେସ ସରକାରରରେ ସାମିଲ ହେବ ନାହିଁ ମାତ୍ର ବାହାରୁ ସମର୍ଥନ ଦେବ । ଏନ୍‌ସିପିର ଜଣେ ବରିଷ୍ଠ ନେତା ଏ ବିଷୟରେ ସୂଚନା ଦେଇଛନ୍ତି । ସେ ଆସନ୍ତା ୫ ବର୍ଷ ଶିବସେନାର ମୁଖ୍ୟମନ୍ତ୍ରୀ ରହିବେ ମାତ୍ର ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ସର୍ତ୍ତ ରଖିଛନ୍ତି । ଏହା ସହ ଶିବସେନା ବିଜେପି ସହ କରିଥିବା ମେଣ୍ଟ ଭାଙ୍ଗିବ । କେନ୍ଦ୍ରରେ ଏହାର ଜଣେ କେନ୍ଦ୍ରମନ୍ତ୍ରୀ ଅଛନ୍ତି ସେ ଇସ୍ତଫା ଦେବେ ।

୧୯୯୫ରେ ବିଜେପି ଓ ଶିବସେନା ମଧ୍ୟରେ ଥିବା ମେଣ୍ଟ କଥା ଏନ୍‌ସିପି ପକ୍ଷରୁ ଦେହରା ଯାଇଛି । ଏଥିରେ ଶିବସେନାର ମୁଖ୍ୟମନ୍ତ୍ରୀ ଓ ବିଜେପିର ଉପମୁଖ୍ୟମନ୍ତ୍ରୀ ଥିଲେ । ସେହିପରେ ଏବେ ଶିବସେନାର ମୁଖ୍ୟମନ୍ତ୍ରୀ ଓ ଏନ୍‌ସିପିର ଉପମୁଖ୍ୟମନ୍ତ୍ରୀ କଥା ସେ ଦୋହରାଇଛନ୍ତି ।

ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିବା ପରେ ଭବିଷ୍ୟତରେ କଅଣ ହେବ ତାହା କୁହାଯାଇ ପାରିବ ନାହିଁ ବୋଲି ଏନ୍‌ସିପି ନେତା ଶରଦ ପାଓ୍ୱର କହିଛନ୍ତି । ସେ ଶିବସେନାକୁ ତାଙ୍କର ସହଯୋଗୀ ବିଜେପି ସହ ମିଶିକରି ସରକାର ତିଆରି କରିବା ପାଇଁ କହିଥିଲେ । ଏନ୍‌ସିପିକୁ ବିରୋଧିଦଳରେ ବସିବାପାଇଁ ଲୋକ ମତଦାନ କରିଛନ୍ତି ବୋଲି ସେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.