oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

କିଏ ସେହି ମେଜର ? ଯାହାଙ୍କ ନାଁ ଶୁଣିଲେ ଆଜି ବି ଭୟରେ ଥରିଯାଆନ୍ତି ଚୀନ ସେନା

18/11/2021 at 3:10 PM

ନୂଆଦିଲ୍ଲୀ ୧୮/୧୧: ୧୯୬୨ ମସିହାରରେ ଭାରତ ଏବଂ ଚୀନ ମଧ୍ୟରେ ହୋଇଥିଲା ଯୁଦ୍ଧ । ଯାହାକି ସମସ୍ତଙ୍କ ମନରେ ଛାପ ଛାଡିଦେଇଛି । ଯେଉଁଥିରେ ଭାରତ ଇତିହାସର ମେଜର ସୈତାନ ସିଂହ ଏବଂ ତାଙ୍କ ସାଥୀଙ୍କ ବାହାଦୂରୀର ବଡ ଚର୍ଚ୍ଚା ହୁଏ । ଏହା ଥିଲା ରେଜାଙ୍ଗ ଲା ର ଯୁଦ୍ଧ । ଯେଉଁଥିରେ ହମଲା କରିଥିବା ଚୀନର ୧୩୦୦ ସୈନିକଙ୍କୁ ମାରି ଗଡାଇଥିଲେ ଭାରତର ୧୨୦ ବାହାଦୂର ସୈନିକ ।

ଗୁରୁବାର ରକ୍ଷାମନ୍ତ୍ରୀ ରାଜନାଥ ସିଂହ ରେଜାଙ୍ଗଲା ସ୍ମାରକରେ ପହଞ୍ଚି ଶହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ମେଜର ସୈତାନ ସିଂହ ଏବଂ ୧୨୦ ସୈନିକଙ୍କୁ ତାଙ୍କର ତ୍ୟାଗ ଓ ବଳିଦାନର ଏହାରି ଭିତରେ ୫୯ ବର୍ଷ ବିତିଗଲାଣି । କିନ୍ତୁ ଆଜି ବି ସେଇ କାହାଣୀ ଜୋଶରେ ଶୁଣିବାକୁ ମିଳେ । ମେଜର ସୈତାନ ସିଂ ୧୩ କୁମାଓଁ ଚାର୍ଲି କମ୍ପାନୀର ନେତୃତ୍ୱ ନେଉଥିଲେ ।

୧୮ ନଭେମ୍ବର ୧୯୬୨ରେ, ସେ ସାହସର ସହିତ ଚୀନ୍ ସେନା ସହିତ ଯୁଦ୍ଧ କରିଥିଲେ । ଯାହା ଅସ୍ତ୍ରଶସ୍ତ୍ର ସଂଖ୍ୟା ତଥା ପରିମାଣ ଦୃଷ୍ଟିରୁ ଭାରତୀୟ ସେନାକୁ ଅତ୍ୟଧିକ ମାତ୍ରାରେ ଭରି ଦେଇଥିଲା । ସେହି ସମୟ ମଧ୍ୟରେ ମେଜର ସିଂଙ୍କୁ ମଧ୍ୟ କୁହାଯାଇଥିଲା ଯେ ଯଦି ସେ ଚାହାଁନ୍ତି, ତେବେ ସେ ମଧ୍ୟ ଏହି ପଦରୁ ଅବସର ନେଇପାରନ୍ତି । କିନ୍ତୁ ମେଜର ସେ କଥା ନଶୁଣି ଓଲଟା ତାଙ୍କ ସାଥୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲେ ।

ସେମାନଙ୍କୁ ବୁଦ୍ଧିମାନ ଭାବେ ଯୁଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାର ପରିଣାମ ହେଲା ଭାରତ ତାଙ୍କ ନେତୃତ୍ୱରେ ଚୀନ୍ ସେନା ବିରୋଧରେ କଠୋର ଯୁଦ୍ଧ କରିଥିଲା । ମେଜର ସିଂଙ୍କୁ ପରବର୍ତ୍ତୀ ସମୟରେ ପରମବୀର ଚକ୍ର ପୁରସ୍କୃତ ପ୍ରଦାନ କରାଯାଇଥିଲା । ୧୯୬୨ ୧୮ ନଭେମ୍ୱର ଭୋର ୪ଟାରେ ଚୀନ ସେନା ପାଖାପାଖି ୨୦୦୦ ଯବାନମାନେ ପାଖାପାଖି ୧୧୪ ରୁ ୧୨୦ ସୈନିକଙ୍କ ଉପରେ ହମଲା କରିଥିଲେ ।

ଭାରତୀୟ ସେନା ସାହସର ସହିତ ଶୀତ କାକରକୁ ଖାତିର ନକରି ସବୁ ପରିସ୍ଥିତିର ସମ୍ମୁଖୀନ କରିଥିଲେ । କମ୍ ଅସ୍ତ୍ରଶସ୍ତ୍ରକୁ ଦୃଷ୍ଟିରେ ରଖି ଏକ ରଣନୀତି ପ୍ରସ୍ତୁତ କରାଯାଇଥିଲା ଯେ ଯେତେବେଳେ ଚୀନ୍ ସୈନିକମାନେ ଫାୟାରିଂ ପରିସରକୁ ଆସନ୍ତି । ଠିକ୍ ସେତିବେଳେ ସେମାନଙ୍କୁ ଉଚିତ୍ ଜବାବ ଦେବା । ଦରକାର ପଡିଲେ ଚୀନ ସେନାଙ୍କୁ ମାରି ଗଡାଇବାକୁ ପଛାଇବନି । ଏମିତି ରଣନୀତି ସହ ଚୀନ ସେନାଙ୍କୁ ମୁହଁତୋଡ ଜବାବ ଦେଇଥିଲେ ଭାରତୀୟ ଯବାନ୍ ।

   Related Posts