ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ, ସରିନି କରୋନା ବିପଦ: ଆଉ ଏକ ମହାମାରୀ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ
25/05/2023 at 8:15 AM

ନୂଆଦିଲ୍ଲୀ ୨୫/୦୫: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ । ଆଉ ଏକ ମହାମାରୀ ପାଇଁ ପ୍ରସ୍ତୁତ ରୁହ । କରୋନା ଭୂତାଣୁ ପରେ ପରବର୍ତ୍ତୀ ମହାମାରୀକୁ ନେଇ ଆଜି ଏଭଳି ଚେତାବନୀ ଜାରି କରିଛି । WHO ମୁଖ୍ୟ ଟେଡ୍ରୋସ୍ ଅଧନୋମ୍ ଘେବ୍ରିୟିସସ୍ କହିଛନ୍ତି, ପରବର୍ତ୍ତୀ ମହାମାରି ପାଇଁ ପ୍ରସ୍ତୁତ ରହିବାକୁ ପଡିବ । କରୋନା ମହାମାରୀ ତୁଳନାରେ ଏହା ଆହୁରି ଘାତକ ହୋଇପାରେ ।
ସ୍ୱିଜରଲାଣ୍ଡ ଜେନେଭାରେ ୭୬ତମ ବିଶ୍ବ ସ୍ବାସ୍ଥ୍ୟ ମହା ଅଧିବେଶନରେ ଉଦବୋଧନ ଦେଇ ଘେବ୍ରିୟିସସ୍ କହିଛନ୍ତି, କରୋନା ଏବେ ଆଉ ବିଶ୍ବ ମହାମାରୀ ହୋଇ ରହିନାହିଁ । ଏହାର ଅର୍ଥ ନୁହେଁ ଯେ ଆଉ କରୋନା ବିପଦ ନାହିଁ । କୋଭିଡ୍ ର ନୂଆ ଭାରିଆଣ୍ଟ ଯେକୌଣସି ମୁହୁର୍ତ୍ତରେ ବି ଆସିପାରେ । ଏମିତି ବି ହୋଇପାରେ କିଛି ନୂଆ ଭୂତାଣୁ ସାମ୍ନାକୁ ଆସିପାରେ , ଯାହା କରୋନା ତୁଳନାରେ ଢେର ମାରାତ୍ମ ପାଲଟିବ । ତେଣୁ ଆମ ସମସ୍ତଙ୍କୁ ସତର୍କ ହେବାକୁ ପଡିବ ।