Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

କରୋନା ସଙ୍କଟ ବେଳେ ଏହି ଔଷଧକୁ ନେଇ WHOର ଚେତାବାନୀ, ବଢିବ ମୃତ୍ୟୁ ହାର

2/06/2020 at 11:58 AM

ନ୍ୟୁୟର୍କ ୨।୬: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) କହିଛି ଯେ, କରୋନା ମହାମାରୀ ସମୟରେ ଆଣ୍ଟିବାୟୋଟିକ୍ ବ୍ୟବହାର ବଢିବାରୁ ଅଧିକ ବିପଦ ଆଶଙ୍କା ବଢିଛି । WHO କହିଛି ଯେ, ଆଣ୍ଟିବାୟୋଟିକ୍ ଅଧିକ ବ୍ୟବହାର ବ୍ୟାକ୍ଟେରିଆର ରୋଗ ପ୍ରତିରୋଧକ ଶକ୍ତି ବଢାଉଛି ଏବଂ ଏହି କାରଣରୁ ବର୍ତ୍ତମାନ ଅଧିକ ମୃତ୍ୟୁ ଘଟିବ।

Theguardian.com ରିପୋର୍ଟ ଅନୁଯାୟୀ, WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନମ୍ ଗେବ୍ରେଏସସ୍ କହିଛନ୍ତି ଯେ, ଆଣ୍ଟିବାୟୋଟିକ୍ ର ଅତ୍ୟଧିକ ବ୍ୟବହାର କେବଳ କରୋନା ମହାମାରୀ ସମୟରେ ନୁହେଁ ବରଂ ପରବର୍ତ୍ତୀ ସମୟରେ ମଧ୍ୟ ଖରାପ ପ୍ରଭାବ ପକାଇବ ।

ଆଣ୍ଟିବାୟୋଟିକ୍ ର ଅତ୍ୟଧିକ ବ୍ୟବହାରକୁ ନେଇ WHO ଉଦବେଗ ପ୍ରକାଶ କରି କହିଛି ଯେ, କରୋନା ଭାଇରସ୍ ସଙ୍କଟ ସମୟରେ ଏହି ଧାରା ଆହୁରି ବଢିପାରେ । ସୋମବାର, ଟେଡ୍ରୋସ୍ କହିଛନ୍ତି ଯେ, ଏପରି ମାମଲା ବଢୁଛି ଯେଉଁଥିରେ ଭାଇରସ୍ ସଂକ୍ରମିତ ରୋଗୀମାନଙ୍କ ଉପରେ ଔଷଧର ପ୍ରଭାବ ପଡୁନାହିଁ । ଯେଉଁ ଔଷଧ ଦ୍ବାରା ପୂର୍ବରୁ ସେମାନେ ସୁସ୍ଥ ହେଉଥିଲେ ।

ଟେଡ୍ରୋସ୍ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଆଣ୍ଟିବାୟୋଟିକ୍ ବ୍ୟବହାର ବୃଦ୍ଧି ପାଇଛି । ଏହାଦ୍ବାରା ରୋଗୀଙ୍କ ସଂଖ୍ୟା ଏବଂ ମୃତ୍ୟୁ ବୃଦ୍ଧି ପାଇବ ।

WHO ଡାଇରେକ୍ଟର କହିଛନ୍ତି ଯେ, କରୋନାରେ କେବଳ କିଛି ରୋଗୀ ଆଣ୍ଟିବାୟୋଟିକ୍ ଆବଶ୍ୟକ କରିଥାନ୍ତି । ଯଦି କୌଣସି ଭାଇରସ୍ ସଂକ୍ରମଣ ନହୁଏ ତେବେ କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ଉପରେ ଆଣ୍ଟିବାୟୋଟିକ୍ ଥେରାପି ବ୍ୟବହାର ନକରିବାକୁ ସେ ଡାକ୍ତରମାନଙ୍କୁ ନିବେଦନ କରିଛନ୍ତି ।

ଟେଡ୍ରୋସ୍ ଆଣ୍ଟିମାଇକ୍ରୋବିୟଲ୍ ପ୍ରତିରୋଧକୁ ଏହି ସମୟର ସବୁଠାରୁ ବଡ ଆହ୍ବାନ ବୋଲି କହିଥିଲେ । ସେ କହିଛନ୍ତି ଯେ, ଏହା ସ୍ପଷ୍ଟ ଯେ ବିଶ୍ବ ଗୁରୁତ୍ବପୂର୍ଣ୍ଣ ଆଣ୍ଟିମାଇକ୍ରୋବାୟଲ ଔଷଧ ବ୍ୟବହାର କରିବାର କ୍ଷମତା ହରାଉଛି ।

ସେ କହିଛନ୍ତି ଯେ, ବିଶେଷ କରି କିଛି ଦେଶରେ ଆଣ୍ଟିବାୟୋଟିକ୍ ଅତ୍ୟଧିକ ବ୍ୟବହାର କରାଯାଉଛି । ଯେଉଁଠାରେ କି ଗରିବ ଦେଶରେ ଔଷଧ ଅଭାବରୁ ଲୋକମାନେ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ଲୋକଙ୍କ ମୃତ୍ୟୁ ହେଉଛି ।

   Related Posts