ତ୍ରିରଙ୍ଗାକୁ ନେଇ ଆରମ୍ଭ ହେଲା ରାଜନୀତି; କଂଗ୍ରେସ ନେତା ରାହୁଲ କହିଲେ...

Published By : Prameya-News7 Bureau | August 14, 2022 IST

ନୂଆଦିଲ୍ଲୀ ୧୩/୦୮: ସ୍ୱାଧୀନତାର ଅମୃତ ମହୋତ୍ସବ ଏବେ ସାରା ଦେଶ ପାଳନ କରୁଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରତ୍ୟକ ଘରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ଆହ୍ୱାନ ଦେଇଛନ୍ତି। କିନ୍ତୁ ଅନ୍ୟପଟେ ବିରୋଧିମାନେ ଏହି ହର ଘର ତ୍ରିରଙ୍ଗା ଅଭିଯାନକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ବିଷୟରେ ଫେସବୁକ ପେଜ୍‌ରେ ନିଜସ୍ୱ ମତାମତ ଲେଖି ଚୀନକୁ ମଧ୍ୟ ଏହି ବିବାଦ ଘେରକୁ ଟାଣି ନେଇଛନ୍ତି। ସେ କହିଛନ୍ତି ଚୀନ ସହିତ ତ୍ରିରଙ୍ଗା ସଉଦା କରୁଥିବା ପ୍ରଧାନମନ୍ତ୍ରୀ ଚୀନ୍‌ର ଅନୁପ୍ରବେଶକାରୀଙ୍କୁ କିପରି ଦେଖିବେ? ସିଏ ପ୍ରକୃତ ଦେଶ ଭକ୍ତ ଯିଏକି ନିଜ ଦେଶ ଉପରେ କୌଣସି କ୍ଷତି ପହଞ୍ଚିବାକୁ ଦେଇନଥାଏ। ଏବେ ହର ଘର ତ୍ରିରଙ୍ଗାକୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହୋଇଯାଇଛି।

ଅନ୍ୟପଟେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ହର ଘର ତ୍ରିରଙ୍ଗା ଅଭିଯାନକୁ ନେଇ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ସେ ଲୋକଙ୍କ ଗହଣକୁ ଆସି ଅଗଷ୍ଟ ୧୪ ସନ୍ଧ୍ୟାରେ ତ୍ରିରଙ୍ଗା ଉଡ଼ାଇବା ସହିତ ଜାତୀୟ ସଙ୍ଗୀତ ଗାଇବା ପାଇଁ ଅପିଲ କରିଛନ୍ତି। କଂଗ୍ରେସ ଏହାକୁ ବିରୋଧ କରିନାହିଁ, ବରଂ ସେ ନିଜ ତରିକାରେ ପତାକା ତ୍ରିରଙ୍ଗା ଉଡ଼ାଇବାକୁ ଇଚ୍ଛା ରଖିଛି।

କିନ୍ତୁ କଂଗ୍ରେସର ପୂର୍ତତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହା ପୂର୍ବରୁ ତ୍ରିରଙ୍ଗାକୁ ନେଇ ସମ୍ପୂର୍ଣ୍ଣ ମଧ୍ୟମାର୍ଗ ନୀତି ଆପଣାଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଦେଶବାସୀଙ୍କୁ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ଲୋକମାନଙ୍କୁ ସେମାନଙ୍କ ପ୍ରେଫାଇଲ୍‌ ପିକ୍ଚରରେ ତ୍ରିରଙ୍ଗା ପତାକା ଲଗାଇବାକୁ ଅପିଲ କରିଥିଲେ। ପରେ କେନ୍ଦ୍ରସରକାର ଓ ବିଜେପି ସହିତ ଜଡ଼ିତ ଲୋକମାନେ ତାହା କରିଥିଲେ। ଏଥିରୁ କଂଗ୍ରେସ ମଧ୍ୟ ବାଦ ଯାଇନଥିଲା। ସେ ପ୍ରୋଫାଇଲ ପିକ୍ଚରରେ ତ୍ରିରଙ୍ଗା ଲଗାଇଥିଲା ସତ କିନ୍ତୁ ସେହି ତ୍ରିରଙ୍ଗାକୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହେରୁ ଧରିଥିଲେ। ସେଥିପାଇଁ ବିଜେପି ଏହା ଦେଖି ମୂଳରୁ ବିବାଦ କିମ୍ୱା ବିରୋଧ କରିବା ପାଇଁ ଚେଷ୍ଠା କରିଥିଲା। ଯେହେତୁ ତ୍ରିରଙ୍ଗା ଥିଲା ଓ ନେହେରୁବି ଥିଲେ ତେଣୁ ବିଜେପିର ଆଶା ଫଳବତୀ ହୋଇ ପାରିଲା ନାହିଁ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.